ଇଡି ଜାଲରେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପାତ୍ର
ଭୁବନେଶ୍ୱର : ଇଡି ଜାଲରେ ପଡିଲେ ଖଗେଶ୍ୱର ପାତ୍ର I ବହୁ ଚର୍ଚ୍ଚିତ ଅର୍ଚ୍ଚନା-ଜଗବନ୍ଧଙ୍କୁ ଆର୍ଥିକ କାରବାର ର ଠକେଇ ମାମଲାରେ ଅନ୍ୟତମ ସହଯୋଗୀ ଥିଲେ ଖଗେଶ୍ୱର ପାତ୍ର । ଅର୍ଚ୍ଚନାଙ୍କ ସହ ଖଗେଶ୍ୱରଙ୍କ ଏକାଧିକ ବ୍ୟାଙ୍କ ଟ୍ରାଞ୍ଜାକସନ ଲିଙ୍କ୍ ଥିବା ଜାଣିବା ପରେ ଇଡି ତାଙ୍କୁ ଗିରଫ କରିଛି । ସୂଚନାନୁସାରେ ଗତକାଲି ଦିନ ସାରା ଅର୍ଚ୍ଚନା-ଜଗବନ୍ଧୁଙ୍କ ପୈତୃକ ବାସ ଭବନ ସମେତ ୬ ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରାଯାଇ ବହୁ ଗୁରୁତ୍ତ୍ୱପୂର୍ଣ୍ଣ […]
ଭୁବନେଶ୍ୱର : ଇଡି ଜାଲରେ ପଡିଲେ ଖଗେଶ୍ୱର ପାତ୍ର I ବହୁ ଚର୍ଚ୍ଚିତ ଅର୍ଚ୍ଚନା-ଜଗବନ୍ଧଙ୍କୁ ଆର୍ଥିକ କାରବାର ର ଠକେଇ ମାମଲାରେ ଅନ୍ୟତମ ସହଯୋଗୀ ଥିଲେ ଖଗେଶ୍ୱର ପାତ୍ର । ଅର୍ଚ୍ଚନାଙ୍କ ସହ ଖଗେଶ୍ୱରଙ୍କ ଏକାଧିକ ବ୍ୟାଙ୍କ ଟ୍ରାଞ୍ଜାକସନ ଲିଙ୍କ୍ ଥିବା ଜାଣିବା ପରେ ଇଡି ତାଙ୍କୁ ଗିରଫ କରିଛି ।
ସୂଚନାନୁସାରେ ଗତକାଲି ଦିନ ସାରା ଅର୍ଚ୍ଚନା-ଜଗବନ୍ଧୁଙ୍କ ପୈତୃକ ବାସ ଭବନ ସମେତ ୬ ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରାଯାଇ ବହୁ ଗୁରୁତ୍ତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) I ଅର୍ଚ୍ଚନାଙ୍କ ଭୁବନେଶ୍ବର ସତ୍ୟବିହାର ସ୍ଥିତ ଘର, ସୁପ୍ରିମ କାର ବଜାର, କଳାହାଣ୍ଡି କେସିଙ୍ଗାରେ ଥିବା ଅର୍ଚ୍ଚନାଙ୍କ ପୈତୃକ ଘର, ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଥିବା ଜଗବନ୍ଧୁଙ୍କ ଘର, ଜଗବନ୍ଧୁଙ୍କ ସାଙ୍ଗ ଖଗେଶ୍ବରଙ୍କ ଫୁଲନଖରା ଗୋବିନ୍ଦପୁରରେ ଥିବା ନିଜ ଘର ଓ ଶ୍ରଦ୍ଧାଞ୍ଜଳୀଙ୍କ କଟକ ବାଙ୍କୀ ଘରେ ଚଢ଼ଉ କରିଥିଲେ। ଚଢ଼ଉବେଳେ ପରିବାର ଲୋକ ଓ ସମ୍ପର୍କୀୟମାନଙ୍କୁ ମଧ୍ୟ ପଚରା ଉଚରା କରିଥିଲେ ଇଡିର ଅଧିକାରୀ।
ସେହିପରି ଗତକାଲି ଖଗେଶ୍ୱରଙ୍କ ବାରଙ୍ଗ ଗଙ୍ଗେଶ୍ୱର ଗାଁରେ ଥିବା ବାସଭବନରେ ମଧ୍ୟ ଇଡି ଚଢଉ କରିଥିଲା । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହା ସତ୍ତ୍ୱେ ମଧ୍ୟ ଇଡି ଖଗେଶ୍ୱରଙ୍କ ଘରୁ ପଶି ଗୁରୁତପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା I ଖଗେଶ୍ୱର ପାତ୍ରଙ୍କ ଭୁବନେଶ୍ୱର ରସୁଲଗଡ଼ରେ ଥିବା ସୁପ୍ରିମ ଅଟୋମୋବାଇଲ ଉପରେ ରେଡ୍ କରି ସନ୍ଧ୍ୟାରେ ତାଙ୍କୁ ଉଠାଇ ନେଇଥିଲା ଇଡି । ସେହି ଜାଗାରେ ୨୦୧୦ରୁ ୨୦୧୯ ଯାଏ ଖଗେଶ୍ୱର ପାତ୍ର ଶୋ’ ରୁମ୍ କରି ପୁରୁଣା ଗାଡ଼ି କାରବାର କରୁଥିଲା ।
ପ୍ରାଥମିକ ଅନୁସନ୍ଧାନରୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହ ଖଗେଶ୍ୱରଙ୍କ ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନ ଲିଙ୍କ୍ ମିଳିଛି । ୨୦୧୭ରୁ ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନ ଲିଙ୍କ୍ ପ୍ରମାଣ ଇଡି ହାତରେ ଲାଗିଛି । ଜଗବନ୍ଧୁ ବିଭିନ୍ନ ସମୟରେ ଖଗେଶ୍ବରଙ୍କ ସହିତ କଥାବାର୍ତ୍ତା ହେବା, ଦୁହେଁ ଗୋଟିଏ ପ୍ଲଟରେ ଘର କରିଥିବା ଆଦି କାରଣରୁ ଇଡି ଅଧିକାରୀଙ୍କ ମନରେ ସହେନ୍ଦ ସୃଷ୍ଟି ହୋଇଥିଲା। ଗୁରୁବାରଠୁ ଖଗେଶ୍ୱରଙ୍କୁ ଅଟକ ରଖି ଏକ ଗୁପ୍ତ ସ୍ଥାନରେ ପଚରାଉଚରା କରୁଥିଲା ଇଡି Iଏହାପରେ ଆଜି ସକାଳୁ ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।




