ଜେଲରୁ ମୁକୁଳିଲେ ଅର୍ଚ୍ଚନା

ଭୁବନେଶ୍ୱର : ୧୪ ମାସ ଧରି ଜେଲରେ ରହିବା ପରେ ଝାରପଡା ଜେଲ୍ରୁ ବାହାରିଲେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ I ବେଲ ପାଇବାର ୭ ଦିନ ପରେ ଆଜି ବାହାରକୁ ବାହାରିଲେ ଅର୍ଚ୍ଚନା ନାଗ । ହାଇକୋର୍ଟଙ୍କ ସର୍ତ୍ତ ଅନୁସାରେ ସର୍ତ୍ତଗୁଡ଼ିକ ପୂରଣ କରିଛନ୍ତି । ଜେଲରୁ ତାଙ୍କୁ ନେବା ଲାଗି ସ୍ବାମୀ ଜଗବନ୍ଧୁ ଚାନ୍ଦ ଝାରପଡ଼ାଜେଲକୁ ଆସିଥିଲେ। ଝାରପଡ଼ା ଜେଲରୁ ସେ ଯାଇଥିଲେ ସତ୍ୟବିହାର ସ୍ଥିତ ଘରକୁ । ସେଠାରେ ଫୁଲ ଚନ୍ଦନ ଦେଇ […]

Samaya Live Picture
Published On

ଭୁବନେଶ୍ୱର : ୧୪ ମାସ ଧରି ଜେଲରେ ରହିବା ପରେ ଝାରପଡା ଜେଲ୍ରୁ ବାହାରିଲେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ I ବେଲ ପାଇବାର ୭ ଦିନ ପରେ ଆଜି ବାହାରକୁ ବାହାରିଲେ ଅର୍ଚ୍ଚନା ନାଗ । ହାଇକୋର୍ଟଙ୍କ ସର୍ତ୍ତ ଅନୁସାରେ ସର୍ତ୍ତଗୁଡ଼ିକ ପୂରଣ କରିଛନ୍ତି । ଜେଲରୁ ତାଙ୍କୁ ନେବା ଲାଗି ସ୍ବାମୀ ଜଗବନ୍ଧୁ ଚାନ୍ଦ ଝାରପଡ଼ାଜେଲକୁ ଆସିଥିଲେ। ଝାରପଡ଼ା ଜେଲରୁ ସେ ଯାଇଥିଲେ ସତ୍ୟବିହାର ସ୍ଥିତ ଘରକୁ । ସେଠାରେ ଫୁଲ ଚନ୍ଦନ ଦେଇ ବନ୍ଦାପନା କରି ତାଙ୍କୁ ସ୍ବାଗତ କରିଥିଲେ ପରିବାର ସଦସ୍ୟ ।

ଝାରପଡ଼ା ଜେଲ୍‌ରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ କହିଛନ୍ତି ଯେ ସେ କୋର୍ଟଙ୍କ ସମସ୍ତ ନିୟମକୁ ପାଳନ କରିବେ ଏବଂ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ। କୋର୍ଟଙ୍କ ସବୁ ସର୍ତ୍ତ ମାନିବେ ଓ ତଦନ୍ତରେ ସହଯୋଗ କରିବେ । କୋର୍ଟଙ୍କ ଦ୍ୱାରସ୍ଥ ହେବେ । ସବୁ ତଥ୍ୟ ପ୍ରମାଣ ଦାଖଲ କରିବେ । କୋର୍ଟଙ୍କ ଉପରେ ଭରସା ଅଛି ବୋଲି କହିଛନ୍ତି ଅର୍ଚ୍ଚନା । ହାଇକୋର୍ଟ ସର୍ତ୍ତ ଅନୁସାରେ, ଏବେ ଅର୍ଚ୍ଚନା ଯେଉଁ ସ୍ଥାନରେ ଅଛନ୍ତି ତାର ଠିକଣା ଦେଇଛନ୍ତି । କୋର୍ଟଙ୍କ ବିନା ଅନୁମତିରେ ରହିବା ସ୍ଥାନ ପରିବର୍ତ୍ତନ କରି ପାରିବେ ନାହିଁ। କେଉଁ ମୋବାଇଲ ନମ୍ବର ବ୍ୟବହାର କରୁଛନ୍ତି ତାହା କୋର୍ଟଙ୍କୁ ଜଣାଇଛନ୍ତି । ମୋବାଇଲ ନମ୍ବର ସୁଇଚ ଅଫ କରି ପାରିବେ ନାହିଁ କିମ୍ବା କିମ୍ବା ନମ୍ବର ପରିବର୍ତ୍ତନ କରି ପାରିବେ ନାହିଁ । ଖଣ୍ଡଗିରି ଥାନାରେ ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ୨୦୨୨ ଅକ୍ଟୋବର ୬ ତାରିଖରେ ସେ ଗିରଫ ହୋଇଥିଲେ । ପୂର୍ବରୁ ଖଣ୍ଡଗିରି ଓ ନୟାପଲ୍ଳୀ ଥାନା ମାମଲାରେ ସେ ବେଲ ପାଇଥିଲେ। ବଡବଡିଆଙ୍କୁ ବ୍ଲାକମେଲ ଓ ହନିଟ୍ରାପ୍ କରି ସେ ତିଆରି କରିଥିଲେ କଳା ସାମ୍ରାଜ୍ୟ। ପୂର୍ବରୁ ଅର୍ଚ୍ଚନା ନାଗର ଦାମି ଗାଡି ଓ ଆଲିସାନ୍ଘରକୁ ସିଜ୍ କରିଥିଲା ଇଡି।ତାଙ୍କ ନାଁରେ ନୟାପଲ୍ଲୀ ଥାନାରେ ଆଉ ଗୋଟିଏ ମାମଲା ହୋଇଥିବା ବେଳେ ଆଉ ଏକ ମାମଲା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସମସ୍ତ ୩ଟି ମାମଲାରେ ଅର୍ଚ୍ଚନାଙ୍କୁ ବେଲ୍ ମିଳିଛି ।

Tags: