ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ଜାମିନ

ଭୁବନେଶ୍ୱର : ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ । ହାଇକୋର୍ଟରୁ ଅର୍ଚ୍ଚନାଙ୍କୁ ମିଳିଛି ସର୍ତ୍ତ ମୂଳକ ଜାମିନ । ତେବେ ତଦନ୍ତ ସମୟରେ ପୋଲିସଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ ଅର୍ଚ୍ଚନା ବୋଲି ସର୍ତ୍ତ ରହିଛି I ସେହିପରି ତାଙ୍କ ନାଁରେ ଏକାଧିକ ମାମଲା ରହିଥିବାରୁ ସେ ବାହାରକୁ ନଯିବା ପାଇଁ ନିର୍ଦେଶ ରହିଛି I ସୂଚନାନୁସାରେ , ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ନାଁରେ ବ୍ଲାକମେଲିଂ ଅଭିଯୋଗ ହୋଇଥିଲା । ବ୍ଲାକମେଲିଂ ଅଭିଯୋଗ ଆଣିଥିଲେ […]

Samaya Live Picture
Published On

ଭୁବନେଶ୍ୱର : ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ । ହାଇକୋର୍ଟରୁ ଅର୍ଚ୍ଚନାଙ୍କୁ ମିଳିଛି ସର୍ତ୍ତ ମୂଳକ ଜାମିନ । ତେବେ ତଦନ୍ତ ସମୟରେ ପୋଲିସଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ ଅର୍ଚ୍ଚନା ବୋଲି ସର୍ତ୍ତ ରହିଛି I ସେହିପରି ତାଙ୍କ ନାଁରେ ଏକାଧିକ ମାମଲା ରହିଥିବାରୁ ସେ ବାହାରକୁ ନଯିବା ପାଇଁ ନିର୍ଦେଶ ରହିଛି I

ସୂଚନାନୁସାରେ , ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ନାଁରେ ବ୍ଲାକମେଲିଂ ଅଭିଯୋଗ ହୋଇଥିଲା । ବ୍ଲାକମେଲିଂ ଅଭିଯୋଗ ଆଣିଥିଲେ ଓଲିଉଡ଼ ପ୍ରଯୋଜକ ଅକ୍ଷୟ ପରିଜା । ପରବର୍ତ୍ତୀ ସମୟରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ ହାଇକୋର୍ଟରୁ କେବଳ ଗୋଟିଏ ମାମଲାରେ ଜାମିନ ମିଳିଛି ।

ଗତ ବର୍ଷ ଅକ୍ଟୋବର ମାସରେ ଅର୍ଚ୍ଚନା ଗିରଫ ହୋଇଥିଲେ I ଏହାପରେ ବ୍ଳକମେଲିଙ୍ଗ ମାମଲାରେ ତାଙ୍କୁ ସହଯୋଗ କରୁଥିବା ପ୍ରମାଣ ମିଳିବା ପରେ ଅକ୍ଟୋବର ୨୧ରେ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଭୁବନେଶ୍ୱରର ସ୍ଥିତ ସତ୍ୟବିହାର ବାସଭବନରୁ ଓ ଅନ୍ୟତମ ସହଯୋଗୀ ଖଗେଶ୍ଵରଙ୍କୁ ପୋଲିସ ଗିରଫ କରିଥିଲା I ପୂର୍ବରୁ ଜଗବନ୍ଧୁଙ୍କୁ ମଧ୍ୟ ୩ଟି ମାମଲାରୁ ଗୋଟିଏ ମାମଲାରେ ଜାମିନ ମିଳିଥିଲେ ମଧ୍ୟ ଜଗବନ୍ଧୁ ଜେଲରେ ଅଛନ୍ତି I

Tags: