ଅର୍ଚ୍ଚନା ନାଗ ମାମଲା ,ଇଡି ରେ ହାଜର ହେଲେ ଆଉ ଜଣେ ସିନେ ପ୍ରଯୋଜକ
ଭୁବନେଶ୍ୱର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକ୍ମେଲ୍ ମାମଲାରେ ଧୀରେ ଧୀରେ ଗୁମର ଫିଟୁଛି I ଆଜି ଇଡ଼ିରେ ହାଜର ହେଲେ ଆଉ ଜଣେ ଓଡ଼ିଆ ସିନେମା ପ୍ରଯୋଜକ ପ୍ରମୋଦ ସ୍ୱାଇଁ I ଇଡି ଏହି ଘଟଣାର ତଦନ୍ତ କରୁଥିବା ବେଳେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି I ଇଡିରେ ହାଜର ହେବା ବେଳେ ଗଣମାଧ୍ୟମକୁ ପ୍ରମୋଦ କହିଛନ୍ତି,୨୦୧୭ରେ ପ୍ରମୋଦଙ୍କ ପ୍ରମୋଦଙ୍କ ଜାଗମରା ସ୍ଥିତ ଘରେ ଭଡାରେ ରହୁଥିଲେ ଅର୍ଚ୍ଚନା […]
ଭୁବନେଶ୍ୱର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକ୍ମେଲ୍ ମାମଲାରେ ଧୀରେ ଧୀରେ ଗୁମର ଫିଟୁଛି I ଆଜି ଇଡ଼ିରେ ହାଜର ହେଲେ ଆଉ ଜଣେ ଓଡ଼ିଆ ସିନେମା ପ୍ରଯୋଜକ ପ୍ରମୋଦ ସ୍ୱାଇଁ I ଇଡି ଏହି ଘଟଣାର ତଦନ୍ତ କରୁଥିବା ବେଳେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି I
ଇଡିରେ ହାଜର ହେବା ବେଳେ ଗଣମାଧ୍ୟମକୁ ପ୍ରମୋଦ କହିଛନ୍ତି,୨୦୧୭ରେ ପ୍ରମୋଦଙ୍କ ପ୍ରମୋଦଙ୍କ ଜାଗମରା ସ୍ଥିତ ଘରେ ଭଡାରେ ରହୁଥିଲେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି I ଅର୍ଚ୍ଚନା ଉପର ମହଲରେ ରହୁଥିବାବେଳେ ଶ୍ରଦ୍ଧାଞ୍ଜଳି ୨ୟ ମହଲାରେ ରହୁଥିଲେ I ଅର୍ଚ୍ଚନା ଘର ଭଡ଼ା ଠିକ୍ ସମୟରେ ଦେଉନଥିବାରୁ ପ୍ରମୋଦଙ୍କର ସହ ତାଙ୍କର ଝଗଡ଼ା ହୋଇଥିଲା। ଏହାପରେ ଅର୍ଚ୍ଚନା ତାଙ୍କୁ ବ୍ଲାକମେଲ୍ କରିଥିଲେ । ପ୍ରମୋଦ ଅସଦାଚରଣ କରିଥିବା ନେଇ ଅର୍ଚ୍ଚନା ଥାନାରେ ଅଭିଯୋଗ କରିଥିଲେ। ପ୍ରମୋଦ ମଧ୍ୟ ତାଙ୍କ ବିରୋଧର ଘର ଭଡ଼ାକୁ ନେଇ ପାଲଟା ଅଭିଯୋଗ କରିଥିଲା। ଆଜି ଇଡିରେ ହାଜର ହେଲା ବେଳେ ଗଣମାଧ୍ୟମକୁ ଏପରି ପ୍ରତିକ୍ରିୟା ଦେଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ। ଇଡି ଅଫିସରୁ ଫେରିବା ପରେ ଗଣମାଧ୍ୟମ ଆଗରେ ସବୁ କଥା କହିବେ ବୋଲି ମଧ୍ୟ ପ୍ରମୋଦ କହିଛନ୍ତି।
ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ବିଷୟରେ ଜାଣିବା ପାଇଁ ଇଡି ପ୍ରମୋଦକୁଙ୍କ ସମନ କରିଥିଲା । ଆଜି ସେ ଇଡିରେ ହାଜର ହୋଇଛନ୍ତି । ଅର୍ଚ୍ଚନା ତାଙ୍କୁ କାହିଁକି ବ୍ଲାକ୍ମେଲ କରୁଥିଲା,ଟଙ୍କା ମାଗିଥିଲେ କି ? ଅର୍ଚ୍ଚନାଙ୍କୁ ଟଙ୍କା ଦେଇଛନ୍ତି କି ପ୍ରମୋଦ ? ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ସହିତ ତାଙ୍କର କ’ଣ ସମ୍ପର୍କ ରହିଛି, ଇଡି ଏହାର ଖୋଳତାଡ଼ କରିବ। ଅର୍ଚ୍ଚନା କଳା ସାମ୍ରାଜ୍ୟର କାରବାର ପ୍ରମୋଦଙ୍କ ଘରୁ ଆରମ୍ଭ କରିଥିବା ସୂଚନା ମିଳିଛି ।




