ଆପାର୍ଟମେଣ୍ଟ ଲୁଟେରାକୁ ଏନକାଉଣ୍ଟର,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି
ଭୁବନେଶ୍ୱର : ସକାଳୁ ସକାଳୁ ରାଜଧାନୀରେ ଏନକାଉଣ୍ଟର । ଡକାୟତି ଉଦ୍ୟମ ହେଲା ପଣ୍ଡ । ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗକୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସ । ଏଥିରେ ଜଣେ ଲୁଟେରା ଅର୍ଜ୍ଜୁନ ଆନେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅନ୍ୟ ୪ ଜଣ ଫେରାର ହୋଇଯାଇଛନ୍ତି । ଏହି ସମସ୍ତ ଲୁଟେରା ମଧ୍ୟ ପ୍ରଦେଶର ବୋଲି ଜଣା ପଡିଛି । କମିଶନରେଟ ପୋଲିସକୁ ଆଉ ଏକ ସଫଳତା । ଗତ ରାତିରେ ବାଲିଅନ୍ତା ଥାନା […]
ଭୁବନେଶ୍ୱର : ସକାଳୁ ସକାଳୁ ରାଜଧାନୀରେ ଏନକାଉଣ୍ଟର । ଡକାୟତି ଉଦ୍ୟମ ହେଲା ପଣ୍ଡ । ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗକୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସ । ଏଥିରେ ଜଣେ ଲୁଟେରା ଅର୍ଜ୍ଜୁନ ଆନେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅନ୍ୟ ୪ ଜଣ ଫେରାର ହୋଇଯାଇଛନ୍ତି । ଏହି ସମସ୍ତ ଲୁଟେରା ମଧ୍ୟ ପ୍ରଦେଶର ବୋଲି ଜଣା ପଡିଛି ।
କମିଶନରେଟ ପୋଲିସକୁ ଆଉ ଏକ ସଫଳତା । ଗତ ରାତିରେ ବାଲିଅନ୍ତା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଅର୍ଜୁନ ଓ ତାର ଗ୍ୟାଙ୍ଗ ପୋଲିସ ହାବୁଡ଼ରେ ପଡ଼ିଥିଲେ। ଏମାନେ ଲୁଟ୍ ପାଇଁ ଯୋଜନା କରୁଥିଲେ। ପୋଲିସକୁ ଦେଖି ପଳାଇବାକୁ ଚେଷ୍ଟା କରିବା ପରେ ପୋଲିସ ସେମାନଙ୍କୁ ଗୋଡ଼ାଇଥିଲା। ବାଲିଅନ୍ତା କେନାଲ ବନ୍ଧ ପାଖରେ ପୋଲିସ ଉପରକୁ ସେମାନେ ପ୍ରଥମେ ଗୁଳି ଚଳାଇଥିଲେ। ଗୁଳିର ଜବାବ ଗୁଳିରେ ଦେଇଥିଲା ପୋଲିସ । ଅର୍ଜୁନର ଗୋଡ଼ରେ ଗୁଳି ବାଜିଛି । ତେଣୁ ସେ ତଳେ ପଡ଼ିଯିବା ପରେ ପୋଲିସ ତାକୁ କାବୁ କରିଛି । ଅର୍ଜୁନର ବାମ ପଟ ଆଣ୍ଠୁରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲ ଓ ପରେ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ତାର ୪ ଜଣ ସହଯୋଗୀ ଫେରାର ହୋଇ ଯାଇଛନ୍ତି । ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।




