ଗିରଫ ହେଲେ ଅନୁପ ସାଏଙ୍କ ଡ୍ରାଇଭର୍

ଝାରସୁଗୁଡ଼ା,୧୫/୧: ଡବଲ ମର୍ଡର ଘଟଣାରେ ଜଡ଼ିତ ଅନୁପ ସାଏଙ୍କ ଡ୍ରାଇଭର୍ ବର୍ଦ୍ଧନ ଟପୋକୁ ଛତିଶଗଡ ପୋଲିସ ଗିରଫ କରିଛି। ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନାର ଏକ ୬ ଜଣିଆ ପୋଲିସ ଟିମ୍ ଶୁକ୍ରବାର ବିଳମ୍ବିତ ରାତିରେ ବ୍ରଜରାଜନଗର ଆସି ବର୍ଦ୍ଧନର ବଘରାଚକା ଘରୁ ତାକୁ ଉଠାଇ ନେଇଛି। ମା’ କଳ୍ପନା ଦାଶ ଏବଂ ଝିଅ ପ୍ରଭାତୀ ଦାଶ ହତ୍ୟାକାଣ୍ଡରେ ପୋଲିସ ଅନୁପ ସାଏଙ୍କୁ ଗିରଫ କରି ଜେଲ ହାଜତରେ ଭର୍ତ୍ତି କରିଛି। ଏହି ହତ୍ୟାକାଣ୍ଡର ଅନ୍ୟତମ […]

Samaya Live Picture
Published On

ଝାରସୁଗୁଡ଼ା,୧୫/୧: ଡବଲ ମର୍ଡର ଘଟଣାରେ ଜଡ଼ିତ ଅନୁପ ସାଏଙ୍କ ଡ୍ରାଇଭର୍ ବର୍ଦ୍ଧନ ଟପୋକୁ ଛତିଶଗଡ ପୋଲିସ ଗିରଫ କରିଛି। ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନାର ଏକ ୬ ଜଣିଆ ପୋଲିସ ଟିମ୍ ଶୁକ୍ରବାର ବିଳମ୍ବିତ ରାତିରେ ବ୍ରଜରାଜନଗର ଆସି ବର୍ଦ୍ଧନର ବଘରାଚକା ଘରୁ ତାକୁ ଉଠାଇ ନେଇଛି। ମା’ କଳ୍ପନା ଦାଶ ଏବଂ ଝିଅ ପ୍ରଭାତୀ ଦାଶ ହତ୍ୟାକାଣ୍ଡରେ ପୋଲିସ ଅନୁପ ସାଏଙ୍କୁ ଗିରଫ କରି ଜେଲ ହାଜତରେ ଭର୍ତ୍ତି କରିଛି। ଏହି ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ବର୍ଦ୍ଧନକୁ ପୋଲିସ ଏବେ ପଚରାଉଚୁରା କରୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫ ସମ୍ପର୍କରେ ଛତିଶଗଡ଼ ରାୟଗଡ଼ର ଆରକ୍ଷୀ ଅଧୀକ୍ଷକ ସନ୍ତୋଷ ସିଂହ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ୨୦୧୬ ମେ’ ୭ରେ ମା’ କଳ୍ପନା ଦାସ ଓ ଝିଅ ବବଲିଙ୍କୁ ଅନୁପଙ୍କ ଡ୍ରାଇଭର୍ ବର୍ମନ୍ ଟପୋ ଲୁହାଛଡ଼ରେ ହତ୍ୟା କରିଥିଲା ଏବଂ ଏହାକୁ ଦୁର୍ଘଟଣା ରୂପ ଦେବା ଲାଗି ଅନୁପ ନିଜେ ଦୁଇ ମୃତଦେହ ଉପରେ ବୋଲେରୋ ଚଢ଼ାଇ ଦେଇଥିଲେ ବୋଲି ସେ ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ପ୍ରମାଣ ସହିତ ପୋଲିସ ଘଟଣାର ପର୍ଦ୍ଦାଫାଶ କରିଥିଲା। ଅନ୍ୟପକ୍ଷରେ ପଚରାଉଚରା ସମୟରେ ଅନୁପ ତାଙ୍କର ଦୋଷ ସ୍ବୀକାର କରିଥିବା ଜଣାପଡ଼ିଛି।

Tags: