ରାଜଧାନୀରେ ପୁଣି ଆପାର୍ଟମେଣ୍ଟ ଲୁଟେରାଙ୍କ ସିରିଜ ଲୁଟ

ଭୁବନେଶ୍ୱର : ରାଜଧାନୀରେ ପୁଣି ମାଟିଲେ ଆପାର୍ଟମେଣ୍ଟ ଲୁଟେରା I ପାହାଳ ମେଟ୍ରୋ ସାଟେଲାଇଟ ସିଟିରୁ ସିରିଜ ଲୁଟ I ଗତକାଲି ବିଳମ୍ବିତ ରାତିରେ ଆପାର୍ଟମେଣ୍ଟର ୨ଟି ବ୍ଲକର ୨ଟି ଘରେ କଲାକନା ବୁକାଇଛନ୍ତି ଲୁଟେରା ।ଏହି ଆପାର୍ଟମେଂଟର ବି ବ୍ଲକ ୩୦୩ ଏବଂ ସି ବ୍ଲକର ୩୦୮ ଫ୍ଲାଟ୍ରେ ତାଲା ଭାଙ୍ଗି ପଶି ସୁନା ଅଳଙ୍କାର ସହ ଟଙ୍କା ଲୁଟି ନେଇଛନ୍ତି । ସିରିଜ ଲୁଟ୍ ର ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ପୁଣି ମାଟିଲେ ଆପାର୍ଟମେଣ୍ଟ ଲୁଟେରା I ପାହାଳ ମେଟ୍ରୋ ସାଟେଲାଇଟ ସିଟିରୁ ସିରିଜ ଲୁଟ I ଗତକାଲି ବିଳମ୍ବିତ ରାତିରେ ଆପାର୍ଟମେଣ୍ଟର ୨ଟି ବ୍ଲକର ୨ଟି ଘରେ କଲାକନା ବୁକାଇଛନ୍ତି ଲୁଟେରା ।ଏହି ଆପାର୍ଟମେଂଟର ବି ବ୍ଲକ ୩୦୩ ଏବଂ ସି ବ୍ଲକର ୩୦୮ ଫ୍ଲାଟ୍ରେ ତାଲା ଭାଙ୍ଗି ପଶି ସୁନା ଅଳଙ୍କାର ସହ ଟଙ୍କା ଲୁଟି ନେଇଛନ୍ତି । ସିରିଜ ଲୁଟ୍ ର ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ତେବେ ଧରା ନପଡ଼ିବା ପାଇଁ ମୁହଁରେ ମୁଖା ପିନ୍ଧିବା ସହ ଗାମୁଛା ପିନ୍ଧି ଲୁଟ୍ କରିଛନ୍ତି ଏହି ଅଭିଯୁକ୍ତ । ଥାନାରେ ଏତଲା ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ,ଫେବୃଆରୀ ୨୯ରେ ରାଜଧାନୀ ଆପାର୍ଟମେଣ୍ଟ ଗୁଡ଼ିକରୁ ଲୁଟ ଘଟଣାରେ ୯ ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ୍ର ସ୍ପେଶାଲ ସ୍କ୍ୱାର୍ଡ I ସେମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା,ରୂପା,ମୋବାଇଲ ସହ ଗାଡି ଜବତ ହୋଇଥିଲା I ଲୁଟେରା ମାନଙ୍କ ନାଁରେ ମାଳ ମାଳ ମାମଲା ରହିଥିବା ବେଳେ,ବାହାର ରାଜ୍ୟର ଏକ ଗ୍ୟାଙ୍ଗ ଏମାନଙ୍କୁ ଅପରେଟ କରୁଥିଲେ I

Tags: