ପାରାଦୀପରେ ପୁଣି ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ,କାରଣ ଅସ୍ପଷ୍ଟ
ପାରାଦୀପ : ଓଡ଼ିଶାରେ ଆଉ ଜଣେ ରୁଷୀୟ ନାଗରିକ ଆଖି ବୁଝିଛନ୍ତି I ମୃତ ରୁଷୀୟ ନାଗରିକ ଜଣକ ହେଲେ ଜାହାଜର ଚିଫ୍ ଇଞ୍ଜିନିୟର I ତାଙ୍କ ନାଁ ମିଲ ୟାକୁବ ସର୍ଜଇ । ସେ ଅଲଦାନା ଭେସେଲରେ ପାରାଦୀପକୁ ଆସିଥିଲେ । ରୁଷୀୟ ଇଞ୍ଜିନିୟରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୂର୍ଵରୁ ୨ ଜଣ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲୁ ରହିଥିବାବେଳେ,ଏ ହେଉଚ୍ଛନ୍ତି ତୃତୀୟ ରୁଷୀୟ ନାଗରିକ I ଆଜି […]
ପାରାଦୀପ : ଓଡ଼ିଶାରେ ଆଉ ଜଣେ ରୁଷୀୟ ନାଗରିକ ଆଖି ବୁଝିଛନ୍ତି I ମୃତ ରୁଷୀୟ ନାଗରିକ ଜଣକ ହେଲେ ଜାହାଜର ଚିଫ୍ ଇଞ୍ଜିନିୟର I ତାଙ୍କ ନାଁ ମିଲ ୟାକୁବ ସର୍ଜଇ । ସେ ଅଲଦାନା ଭେସେଲରେ ପାରାଦୀପକୁ ଆସିଥିଲେ । ରୁଷୀୟ ଇଞ୍ଜିନିୟରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୂର୍ଵରୁ ୨ ଜଣ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲୁ ରହିଥିବାବେଳେ,ଏ ହେଉଚ୍ଛନ୍ତି ତୃତୀୟ ରୁଷୀୟ ନାଗରିକ I
ଆଜି ଭୋରରୁ ଏହି ଘଟଣା ଘଟିଥିବା ବେଳେ ମୃତଦେହଟି ଜାହାଜରେ ଥିବା ଜଣାଯାଇଛି। ୟାକୁବଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ହୃଦଘାତ ହେତୁ ତାଙ୍କ ମୃତ୍ୟୁ ହୋଇଥିବା ବିଶେଷ ସୂତ୍ରରୁ ଜଣାଯାଇଛି। ସେପଟେ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି, ତଦନ୍ତ କରିବା ପରେ ମୃତ୍ୟୁର କାରଣ ଜଣାପଡିବ । ପୁଲିସ୍ ଉପସ୍ଥିତିରେ ମୃତଦେହକୁ ଜାହଜରୁ ପାରାଦୀପ ପୋର୍ଟ ହସ୍ପିଟାଲକୁ ଅଣାଯିବ । ଏହାପରେ ସେଠାରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋର୍ଟ କର୍ତୃପକ୍ଷ ସୂଚନା ଦେଇଛନ୍ତି I




