ସହଦେବ ନାୟକ ହତ୍ୟା ମାମଲାରେ ଆଉ ଜଣେ ଗିରଫ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରସୁଲଗଡ଼ ଓଭର ବ୍ରିଜ ସହଦେବ ନାୟକଙ୍କୁ ହତ୍ୟା ମାମଲା। ଘଟଣାର ଅନ୍ୟତମ ତଥା ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ନାୟକ ଗିରଫ । କଟକ ଜିଲ୍ଲା କାନପୁର ଥାନା ଚମ୍ବେଶ୍ୱର ଗାଁରୁ ସୁସେଇ ଓରଫ ସୁଶାନ୍ତ ନାଏକକୁ ଗିରଫ କରିଛି ମଞ୍ଚେଶ୍ଵର ଥାନା ପୁଲିସ୍ । ସହଦେବଙ୍କୁ ହତ୍ୟା କରିବା ପରେ ସୁଶାନ୍ତ ନିଜ ଗାଡି ଛାଡି ଫେରାର୍ ହୋଇଯାଇଥିଲା। ପୂର୍ବରୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାଏକ ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଥିଲା। […]
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରସୁଲଗଡ଼ ଓଭର ବ୍ରିଜ ସହଦେବ ନାୟକଙ୍କୁ ହତ୍ୟା ମାମଲା। ଘଟଣାର ଅନ୍ୟତମ ତଥା ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ନାୟକ ଗିରଫ । କଟକ ଜିଲ୍ଲା କାନପୁର ଥାନା ଚମ୍ବେଶ୍ୱର ଗାଁରୁ ସୁସେଇ ଓରଫ ସୁଶାନ୍ତ ନାଏକକୁ ଗିରଫ କରିଛି ମଞ୍ଚେଶ୍ଵର ଥାନା ପୁଲିସ୍ । ସହଦେବଙ୍କୁ ହତ୍ୟା କରିବା ପରେ ସୁଶାନ୍ତ ନିଜ ଗାଡି ଛାଡି ଫେରାର୍ ହୋଇଯାଇଥିଲା। ପୂର୍ବରୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାଏକ ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଥିଲା।
ସୂଚନାନୁସାରେ ଗତ ଜାନୁଆରୀ ୮ ତାରିଖ ସକାଳୁ ଝିଅକୁ ସ୍କୁଲରେ ଛାଡି ଫେରୁଥିବାବେଳେ ସଫେଇ କର୍ମଚାରୀ ସଭାପତି ସହଦେବ ନାୟକଙ୍କୁ ଅତି ବିଭତ୍ସ ଭାବେ ବିଚ ରାସ୍ତାରେ ହାଣି ହତ୍ୟା କରାଯାଇଥିଲା। ଏହାପରେ ଅଭିଯୁକ୍ତମାନେ ଦୟା ନଦୀରେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଫିଙ୍ଗି ଦେଇ ଫେରାର ହୋଇ ଯାଇଥିଲେ । ହେଲେ ପୋଲିସ ଘଟଣାର ତଦନ୍ତ କରି ମାତ୍ର ୬ ଘଣ୍ଟା ଭିତରେ ତିନି ଜଣ ଅଭିଯୁକ୍ତଙ୍କୁ ଦଶପଲ୍ଲାରୁ ଗିରଫ କରିଥିଲା । ହେଲେ ବାକି ହତ୍ୟାକାଣ୍ଡରେ ଆଉ କିଛି ଅଭିଯୁକ୍ତ ଫେରାର ରହିଥିଲେ। ଶେଷରେ ଏକ ମାସରୁ ଅଧିକ ସମୟ ପରେ ମୁଖ୍ୟ ଅଭିଯୁକ୍ତ ରମା ନାଏକ ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଥିଲେ । ଆଉ ଏବେ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁସେଇ ନାଏକକୁ ଗିରଫ କଲା କମିଶନରେଟ୍ ପୋଲିସ। ତେବେ ଏହି ମାମଲାରେ ପୁଲିସ୍ ୭ ଜଣଙ୍କୁ ଗିରଫ କରିଥିବାବେଳେ ଆଜି ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା ନେଇ ସହଦେବଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ।




