ଝାରସୁଗୁଡ଼ାରୁ ପୁଣି ଜଣେ ନାବାଳକ ନିଖୋଜ

ଝାରସୁଗୁଡା : ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାକାଣ୍ଡ ପରେ ପରେ ଝାରସୁଗୁଡ଼ାରୁ ପୁଣି ଜଣେ ନାବାଳକ ନିଖୋଜ ହୋଇଛନ୍ତି I ବୁରୋମାଲରୁ ନାବାଳକ ନିଖୋଜ ନେଇ ଟାଉନ ଥାନାରେ ଅପହରଣ ମାମଲା ରୁଜୁ ହୋଇଛି । ସେ ଗତ ୭ ତାରିଖରୁ ନିଖୋଜ ଅଛନ୍ତି Iଏ ନେଇ ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି । ଘାଟାନାନୁସାରେ,ଗତ ୭ ତାରିଖରେ ନିଖୋଜ ନାବାଳକଙ୍କ ମାଆ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ନାବାଳକଙ୍କ ବାପା ହସ୍ପିଟାଲ ରେ […]

Samaya Live Picture
Published On

ଝାରସୁଗୁଡା : ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାକାଣ୍ଡ ପରେ ପରେ ଝାରସୁଗୁଡ଼ାରୁ ପୁଣି ଜଣେ ନାବାଳକ ନିଖୋଜ ହୋଇଛନ୍ତି I ବୁରୋମାଲରୁ ନାବାଳକ ନିଖୋଜ ନେଇ ଟାଉନ ଥାନାରେ ଅପହରଣ ମାମଲା ରୁଜୁ ହୋଇଛି । ସେ ଗତ ୭ ତାରିଖରୁ ନିଖୋଜ ଅଛନ୍ତି Iଏ ନେଇ ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି ।

ଘାଟାନାନୁସାରେ,ଗତ ୭ ତାରିଖରେ ନିଖୋଜ ନାବାଳକଙ୍କ ମାଆ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ନାବାଳକଙ୍କ ବାପା ହସ୍ପିଟାଲ ରେ ମା’ଙ୍କ ପାଖରେ ରହୁଥିଲେ Iଘରେ ନାବାଳକ ତାଙ୍କ ଭାଇ ସହ ଥିଲେ। ସେହିଦିନ ଅପରାହ୍ନରେ ହିଁ ନାବାଳକ ଘରୁ ବାହାରେ ଛିଡ଼ା ହୋଇଥିବା ବେଳେ ଏହା ପରଠାରୁ ତାଙ୍କର ଆଉ କୌଣସି ଖୋଜ୍‌ ଖବର ମିଳୁନାହିଁ। ପରେ ନାବାଳକ କୁଆଡ଼େ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛିା ପରିବାର ଲୋକେ ନାବାଳକଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇଥିଲେ। ଏନେଇ ଏନେଇ ୯ତାରିଖରେ ଝାରସୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ଓ ନାବାଳକଙ୍କୁ ଖୋଜାଖୋଜି କରୁଛି। ତେବେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା କୌଣସି ଅପହରଣକାରୀଙ୍କ ଫୋନ୍‌ କଲ୍‌ ଆସି ନଥିବା କୁହାଯାଇଛି।

ସୂଚନାନୁସାରେ ମାର୍ଚ୍ଚ ୨୯ ତାରିଖରେ ସରବାହାଲର ବ୍ୟବସାୟୀ ସୁନୀତ ଅଗ୍ରୱାଲଙ୍କ ୧୫ ବର୍ଷୀୟ ପୁଅ ସମର୍ଥ ଅଗ୍ରୱାଲଙ୍କୁ ଅପହରଣ କରି ତାଙ୍କ ପରିବାରକୁ ୫୦ ରୁ ୯୦ ଲକ୍ଷ ଟଙ୍କା ମାଗିଥିଲେ ଅପହରଣକାରୀ I ଏହାପରେ ତାଙ୍କୁ ପୋଡି ଦେଇ ମାରି ଦେଇଥିଲେ I ପୁଲିସ୍‌ ଏହି ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି। ବର୍ତ୍ତମାନ ପୁଣି ଜଣେ ନାବାଳକ ଅପହରକୁ ନେଇ ଝାରସୁଗୁଡା ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି I