ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବଡ଼ବାବୁ

କଟକ : ଦିନକୁ ଦିନ ବଢ଼ିଚାଲିଛି ସରକାରୀ ବାବୁଙ୍କ ଲାଞ୍ଚୁଆ ପ୍ରବୃତି । ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଆଉ ଜଣେ ବଡ଼ବାବୁ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କଟକ ସର୍କଲ ଓବିସିସି (ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ) ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ପ୍ରଦୀପ ରଥଙ୍କର କଟକ କାର୍ଯ୍ୟାଳୟ ସମେତ କଟକ, ଭୁବନେଶ୍ୱର, ଭଦ୍ରକ, ଯାଜପୁର ଓ ଖୋର୍ଦ୍ଧାର ୧୨ଟି ଠିକଣାରେ ଖୋଳତାଡ଼ […]

Samaya Live Picture
Published On

କଟକ : ଦିନକୁ ଦିନ ବଢ଼ିଚାଲିଛି ସରକାରୀ ବାବୁଙ୍କ ଲାଞ୍ଚୁଆ ପ୍ରବୃତି । ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଆଉ ଜଣେ ବଡ଼ବାବୁ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କଟକ ସର୍କଲ ଓବିସିସି (ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ) ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ପ୍ରଦୀପ ରଥଙ୍କର କଟକ କାର୍ଯ୍ୟାଳୟ ସମେତ କଟକ, ଭୁବନେଶ୍ୱର, ଭଦ୍ରକ, ଯାଜପୁର ଓ ଖୋର୍ଦ୍ଧାର ୧୨ଟି ଠିକଣାରେ ଖୋଳତାଡ଼ କରୁଛନ୍ତି ଭିଜିଲାନ୍ସ ଟିମ୍। ଏହାସହିତ ସମସ୍ତ ଘଟଣାକୁ ନେଇ ମଧ୍ୟ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ପଚରାଉଚରା କରୁଛନ୍ତି ଭିଜିଲାନ୍ସ ଅଧିକାରୀ। ଏହି ଚଢାଉରେ ୯ଡିଏସ୍‌ପି, ୧୧ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।

ଭୁବନେଶ୍ୱର ରସୁଲଗଡ଼ ସତ୍ୟବିହାର ୟୁନିଟ୍ ୩୮ସ୍ଥିତ ବାସଭବନ,ଚନ୍ଦ୍ରଖେଶରପୁର ଓଏଷ୍ଟର ଆପାର୍ଟମେଣ୍ଟ, ଭଦ୍ରକ ଟାଉନ୍‌ ଜଗନ୍ନାଥପୁର ସ୍ଥିତ ଦୁଇ ମହଲା କୋଠାରେ ରେଡ୍‌ ଚାଲିଛି। କଟକ ବାରବାଟୀ ଷ୍ଟାଡିୟମ୍ ପରିସରରେ ଥିବା ଅଫିସ, ଆଗରପଡ଼ାରେ ଥିବା ପୈତୃକ ଘର, ଭଦ୍ରକ ରନ୍ଧିଆସଣ ସ୍ଥିତ ଘରେ ଚଢାଉ ଚାଲିଛି। ସେହିପରି ଯାଜପୁର, ଖୋର୍ଦ୍ଧା, କଟକରେ ଥିବା ପ୍ଲଟରେ ମଧ୍ୟ ଚଢାଉ ଚାଲିଛି । ଯାଜପୁର ଟାଉନ ଓ ଭୁବନେଶ୍ବର ଶାସ୍ତ୍ରୀନଗରରେ ଥିବା ଘର ସମେତ ନୟାପଲ୍ଲୀରେ ଥିବା ପୁଅର ମେଡିସିନ୍ ଦୋକାନରେ ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍। ବର୍ତ୍ତମାନ ସୁଦ୍ଧା ଚଢ଼ାଉରେ ଜବତ ସମ୍ପତ୍ତିର ଆକଳନ କରାଯାଇପାରି ନାହିଁ ।

Tags: