କଟକରେ ପୁଣି ନକଲି ମସଲା କାରଖାନା ଠାବ
କଟକ : କଟକ ମାଲଗୋଦାମ ଅଞ୍ଚଳରେ ଠାବ ହୋଇଛି ନକଲି ଗୁଣ୍ଡ ମସଲା କାରଖାନା I ଏ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସିଏମସି ଏନ୍ଫୋର୍ସମେଣ୍ଟ ଟିମ ଚଢ଼ାଉ କରିଥିଲା I ଚଢ଼ଉବେଳେ ପାଖାପାଖି ୫୦ କ୍ୱିଣ୍ଟାଲ ଅପମିଶ୍ରିତ ଲଙ୍କା, ଜିରାଗୁଣ୍ଡ ସହ ବିଭିନ୍ନ ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଛି। ମାଲଗୋଦାମ ଗୁଡସେଡ୍ ଅଞ୍ଚଳରେ ଥିବା ଏକ ଦୋକାନରୁ ମଧ୍ୟ ନକଲି ଗୁଣ୍ଡ ମସଲା ଜବତ ହୋଇଛି । ଜବତ ହୋଇଥିବା ନକଲି ସାମଗ୍ରୀର ନମୁନା […]
କଟକ : କଟକ ମାଲଗୋଦାମ ଅଞ୍ଚଳରେ ଠାବ ହୋଇଛି ନକଲି ଗୁଣ୍ଡ ମସଲା କାରଖାନା I ଏ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସିଏମସି ଏନ୍ଫୋର୍ସମେଣ୍ଟ ଟିମ ଚଢ଼ାଉ କରିଥିଲା I ଚଢ଼ଉବେଳେ ପାଖାପାଖି ୫୦ କ୍ୱିଣ୍ଟାଲ ଅପମିଶ୍ରିତ ଲଙ୍କା, ଜିରାଗୁଣ୍ଡ ସହ ବିଭିନ୍ନ ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଛି। ମାଲଗୋଦାମ ଗୁଡସେଡ୍ ଅଞ୍ଚଳରେ ଥିବା ଏକ ଦୋକାନରୁ ମଧ୍ୟ ନକଲି ଗୁଣ୍ଡ ମସଲା ଜବତ ହୋଇଛି । ଜବତ ହୋଇଥିବା ନକଲି ସାମଗ୍ରୀର ନମୁନା ପରୀକ୍ଷଣ ପାଇଁ ପାଠ ଯାଇଥିବାବେଳେ,ଏହି କାରଖାନାର ଲାଇସେନ୍ସ ନଥିବାରୁ ଏହାକୁ ସିଲ କରିଛି ସିଏମସି I ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଛି I




