ଗିରଫ ହେଲା ଆଉ ଜଣେ ଚେନ ଲୁଟେରା ହତ୍ୟାକାରୀ

ଭୁବନେଶ୍ୱର : ବନ୍ଧା ହେଲା ଆଉଜଣେ ହତ୍ୟାକାରୀ ଚେନ ଲୁଟେରା । ବଡ଼ବିଲରୁ ଅଭିଯୁକ୍ତକୁ ଧରିଲା ଏୟାରଫିଲଡ ଥାନା ପୋଲିସ । ଗତ ୧୧ ତାରିଖ ଦିନ ଏୟାରଫିଲଡ ଥାନା ଲବଣଗିରିଠାରେ ମନ୍ଦିର ଯାଉଥିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ କରିଥିଲେ । ତେବେ ଚେନ ଲୁଟି ନପାରିବାରୁ ମହିଳାଙ୍କୁ ଗାଡ଼ିରୁ ଠେଲି ଦେଇଥିଲେ ୨ ଅଭିଯୁକ୍ତ । ତାଙ୍କ ମୁଣ୍ଡର ପଛପାଖ ମାଡ଼ ହୋଇଯିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା […]

Samaya Live Picture
Published On

ଭୁବନେଶ୍ୱର : ବନ୍ଧା ହେଲା ଆଉଜଣେ ହତ୍ୟାକାରୀ ଚେନ ଲୁଟେରା । ବଡ଼ବିଲରୁ ଅଭିଯୁକ୍ତକୁ ଧରିଲା ଏୟାରଫିଲଡ ଥାନା ପୋଲିସ । ଗତ ୧୧ ତାରିଖ ଦିନ ଏୟାରଫିଲଡ ଥାନା ଲବଣଗିରିଠାରେ ମନ୍ଦିର ଯାଉଥିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ କରିଥିଲେ । ତେବେ ଚେନ ଲୁଟି ନପାରିବାରୁ ମହିଳାଙ୍କୁ ଗାଡ଼ିରୁ ଠେଲି ଦେଇଥିଲେ ୨ ଅଭିଯୁକ୍ତ । ତାଙ୍କ ମୁଣ୍ଡର ପଛପାଖ ମାଡ଼ ହୋଇଯିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମହିଳାଙ୍କ ସ୍ୱାମୀ ଏୟାରଫିଲଡ ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ୬ ଟି ସ୍ପେଶାଲ ଟିମ ଗଠନ କରି ତନାଘନା ଚଳାଇଥିଲା । ୪ ଟି ଟିମ ଓଡ଼ିଶାରେ ରେଡ କରୁଥିବା ବେଳେ ଅନ୍ୟ ଦୁଇଟି ଟିମ ଝାଡ଼ଖଣ୍ଡରେ କରିଥିଲା ମାରାଥନ ରେଡ । ପ୍ରାୟ ୪ ଶହ ସିସିଟିଭି ଯାଞ୍ଚ କଲାପରେ ୨ ଦିନ ତଳେ ଜଣେ ଅଭିଯୁକ୍ତ ରାଜା ନାଇଡୁକୁ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରୁ ଗିରଫ କରିଥିଲା ପୋଲିସ । ତା’ଠାରୁ ଲୁଟ ହୋଇଥିବା ସୁନା ଚେନ ଜବତ କରାଯାଇଥିଲା । ଏହାପରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ବଡ଼ବିଲରୁ ଗିରଫ କରାଯାଇଛି । ଉଭୟ ଅପରାଧୀଙ୍କ ଘର ଝାଡ଼ଖଣ୍ଡ ଅଞ୍ଚଳରେ । ଖୁବଶୀଘ୍ର ୨ ଅଭିଯୁକ୍ତଙ୍କ ଟିଆଇ ପରେଡ କରାଯିବ ବୋଲି ସୂଚନା ମିଳିଛି ।

Tags: