ଅଙ୍କିତା ହତ୍ୟା ମାମଲା: ଅନୁସନ୍ଧାନ ପାଇଁ ଗଠିତ ଏସଆଇଟି, ଘଟଣାସ୍ଥଳରେ ସିଆଇଡି

ଝାଡଖଣ୍ଡ : ଅଙ୍କିତା ହତ୍ୟା ମାମଲାର ତଦନ୍ତ ପାଇଁ କରାଗଲା ଏସଆଇଟି ଗଠନ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିର୍ଦ୍ଦେଶ ପରେ ପୋଲିସ ବିଭାଗ ଏହି ମାମଲାର ତଦନ୍ତ ପାଇଁ ନିର୍ଦେଶ ଦେଇଛି । ଅଙ୍କିତା ହତ୍ୟା ମାମଲାର ତଦନ୍ତ ପାଇଁ ଦୁମକା ଏସପିଙ୍କ ନେତୃତ୍ୱରେ ଏସଆଇଟି ଟିମ୍ ଗଠନ କରାଯାଇଛି । ମାମଲାର ଗୁରୁତ୍ତ୍ଵ କୁ ଦୃଷ୍ଟିରେ ରଖି ଏସପି ଦୁମକା ଏହି ମାମଲାରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଶାହାରୁଖଙ୍କ […]

Samaya Live Picture
Published On

ଝାଡଖଣ୍ଡ : ଅଙ୍କିତା ହତ୍ୟା ମାମଲାର ତଦନ୍ତ ପାଇଁ କରାଗଲା ଏସଆଇଟି ଗଠନ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିର୍ଦ୍ଦେଶ ପରେ ପୋଲିସ ବିଭାଗ ଏହି ମାମଲାର ତଦନ୍ତ ପାଇଁ ନିର୍ଦେଶ ଦେଇଛି । ଅଙ୍କିତା ହତ୍ୟା ମାମଲାର ତଦନ୍ତ ପାଇଁ ଦୁମକା ଏସପିଙ୍କ ନେତୃତ୍ୱରେ ଏସଆଇଟି ଟିମ୍ ଗଠନ କରାଯାଇଛି । ମାମଲାର ଗୁରୁତ୍ତ୍ଵ କୁ ଦୃଷ୍ଟିରେ ରଖି ଏସପି ଦୁମକା ଏହି ମାମଲାରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଶାହାରୁଖଙ୍କ ସମେତ ତାର ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି I

ଝାଡଖଣ୍ଡ ପୋଲିସ ଏଡିଜି ଏମଏଲ ମୀନା କହିଛନ୍ତି ଯେ ମାମଲାର ପ୍ରତ୍ୟେକ ଦିଗରୁ ଅନୁସନ୍ଧାନ କରାଯାଉଛି। ଏହି ଘଟଣା ପରେ ଫୋରେନସିକ୍ ଏବଂ ସିଆଇଡି ଟିମ୍ ମଧ୍ୟ ଦୁମକI ସ୍ଥିତ ଅଙ୍କିତାଙ୍କ ଘରେ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି ।

ସୂଚନାନୁସାରେ ଅଗଷ୍ଟ ୨୩ ତାରିଖରେ ଝାରଖଣ୍ଡ ଦୁମକIରେ ଘଟିଥିଲା ଏକ ହୃଦୟବିଦାରକ ଘଟଣା I ଅଙ୍କିତା ନାମ୍ନୀ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଙ୍କୁ ଶାହରୁଖ ଏକ ତରଫା ପ୍ରେମ କରୁଥିଲା ମାତ୍ର ଏଥିରେ ବିଫଳ ହେବାରୁ ସେ ଏବଂ ତାର ଜଣେ ସହଯୋଗୀ ମିଶି ଶୋଇଥିବା ଅବସ୍ଥା ରେ ଅଙ୍କିତା ଉପରେ ପେଟ୍ରୋଲ ଢାଳି ଜାଳି ଦେଇଥିଲେ Iଏହି ଦୁର୍ଘଟଣା ରେ କେବଳ ତାଙ୍କ ମୁହଁକୁ ଛାଡି ସମ୍ପୂର୍ଣ୍ଣ ଶରୀର ଜଳି ଯାଇଥିଲା I ଭୋର ୪.୨୦ ସମୟରେ ଏହି ଘଟଣା ଘଟିଥିଲା I ଛାତ୍ରୀ ଜଣଙ୍କୁ ଜାଳି ଦେଇ ଅଭିଯୁକ୍ତ ଦୁଇ ଜଣ ଦୌଡ଼ି ପଳାଇଥିଲେ I ଶେଷରେ ପୀଡ଼ିତାଙ୍କର ରିମସ ହସ୍ପିଟାଲରେ ୫ ଦିନ ଧରି ଚିକିତ୍ସା ଚାଲିବା ପରେ, ସୋମବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି I ସୋମବାର ସକାଳେ ଅଙ୍କିତାଙ୍କ ବାପା ଓ ଗାଁ ଲୋକମାନେ ଆଜି ଝିଅର ଅନ୍ତିମ ସଂସ୍କାର କରିଛନ୍ତି। ଘଟଣାକୁ ନେଇ ଡୁମକାରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ୍‌ ୧୪୪ ଧାରା ଲାଗୁ କରିବା ସହିତ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ମୃତ୍ୟୁକାଳୀନ ଜମାନବନ୍ଦୀରେ ଝିଅଟି ମୁଖ୍ୟ ଅଭିଯୁକ୍ତ ସହ ଛୋଟୁ ନାମକ ଜଣେ ବ୍ୟକ୍ତି ନାଁରେ ଅଭିଯୋଗ କରିଛି। ସେ ଶୋଇଥିଲା ବେଳେ ପ୍ରଥମେ ଛୋଟୁ ତାଙ୍କ ଉପରେ ପେଟ୍ରୋଲ ପକାଇଥିଲା। ପରେ ତାଙ୍କ ଦେହରେ ନିଆଁ ଲଗାଇ ଦିଆଯାଇଥିଲା ବୋଲି ମୃତ୍ୟୁ ପୂର୍ବରୁ ପୁଲିସକୁ କହିଥିଲେ ପୀଡ଼ିତା।