ଅଞ୍ଜନ ବେହେରା ହତ୍ୟା ମାମଲା : ଆଉ ୪ ସହଯୋଗୀ ଗିରଫ
ଭୁବନେଶ୍ୱର : ବହୁଚର୍ଚ୍ଚିତ ଲକ୍ଷ୍ମୀସାଗର ଅଞ୍ଜନ ବେହେରା ହତ୍ୟା ଘଟଣା I ପ୍ରେମୀ ଯୁଗଳ ନିହାରିକା ଓ ପିଙ୍କୁ ଗିରଫ ହେବା ପରେ ତାଙ୍କର ଆଉ ୪ ସହଯୋଗୀ ଗିରଫ ହୋଇଛନ୍ତି I କଟକର ଏକ ଲଜରେ ଲୁଚିଥିବାବେଳେ ସେମାନଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ପୋଲିସ I ପ୍ରେମ ତ୍ରିକୋଣକୁ ନେଇ ଗତ ମାର୍ଚ୍ଚ ୧୫ ତାରିଖ ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ଘଟିଥିଲା ଲୋମହର୍ଷଣକାରୀ ହତ୍ୟାକାଣ୍ଡ I ଏଥିରେ ପ୍ରେମିକ ଗୌତମ ଜାଗାରେ ବଳି […]
ଭୁବନେଶ୍ୱର : ବହୁଚର୍ଚ୍ଚିତ ଲକ୍ଷ୍ମୀସାଗର ଅଞ୍ଜନ ବେହେରା ହତ୍ୟା ଘଟଣା I ପ୍ରେମୀ ଯୁଗଳ ନିହାରିକା ଓ ପିଙ୍କୁ ଗିରଫ ହେବା ପରେ ତାଙ୍କର ଆଉ ୪ ସହଯୋଗୀ ଗିରଫ ହୋଇଛନ୍ତି I କଟକର ଏକ ଲଜରେ ଲୁଚିଥିବାବେଳେ ସେମାନଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ପୋଲିସ I ପ୍ରେମ ତ୍ରିକୋଣକୁ ନେଇ ଗତ ମାର୍ଚ୍ଚ ୧୫ ତାରିଖ ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ଘଟିଥିଲା ଲୋମହର୍ଷଣକାରୀ ହତ୍ୟାକାଣ୍ଡ I ଏଥିରେ ପ୍ରେମିକ ଗୌତମ ଜାଗାରେ ବଳି ପଡ଼ିଥିଲେ ଅଞ୍ଜନ ବେହେରା I ଏହି ହତ୍ୟାକାଣ୍ଡର ମୁଖ୍ୟ ଖଳନାୟିକା ଚିନ୍ତାମଣିଶ୍ୱର ଚମ୍ପା ପୋଖରୀ ଅଂଚଳର ନିହାରିକା ଦାସ I ସୋମବାର ଦିନ ନିହାରିକା ଏବଂ ତା’ର ପ୍ରେମିକ ପିଙ୍କୁଙ୍କୁ ସାଲିଆ ସାହିରୁ ଗିରଫ କରିଛି ଲକ୍ଷ୍ମୀସାଗର ପୋଲିସ I
ଘଟନାନୁସାରେ,ଅଭିଯୁକ୍ତ ନିହାରିକା ଦାସଙ୍କ ଘର ଲକ୍ଷ୍ମୀସାଗର ଥାନା ଚମ୍ପା ପୋଖରୀ ଅଞ୍ଚଳରେ I ସ୍କୁଲ ସମୟରୁ ନିହାରିକାଙ୍କୁ ପ୍ରେମ କରୁଥିଲେ ଗୌତମଙ୍କୁ I କିନ୍ତୁ ଏହାପରେ ନିହାରିକା ପିଙ୍କୁଙ୍କ ପ୍ରେମରେ ପଡ଼ିଥିଲେ I କିନ୍ତୁ ଗୌତମ ତାଙ୍କ ପିଛା ନଛାଡ଼ିବାରୁ ୧୫ ତାରିଖ ବିଳମ୍ବିତ ରାତିରେ ଗୌତମଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ଉଭୟ ନିହାରିକା ଏବଂ ପିଙ୍କୁ I ସେହିଦିନ ରାତିରେ ଗୌତମ ଏବଂ ଅଞ୍ଜନ ଏକ କ୍ୟାଟ୍ରିନ କାମ ସାରି ରାତି ୨ ଟା ବେଳକୁ ଫେରିଥିଲେ ଏହି ସମୟରେ ନିହାରିକା ଗୌତମଙ୍କ ସହିତ କଥା ହେବା ପାଇଁ ଚମ୍ପା ପୋଖରୀ ନିକଟକୁ ଡାକିଥିଲେ I ତେବେ ସେହି ସମୟରେ ଗୌତମଙ୍କ ସହିତ ଅଞ୍ଜନ ମଧ୍ୟ ଆସିଥିଲେ I କଥା ହେବା ଛଳରେ ପିଙ୍କୁ ଏବଂ ତା’ର ସହଯୋଗୀମାନେ ଗୌତମଙ୍କୁ ଆକ୍ରମଣ କରିବାରୁ ଅଟକାଇବାକୁ ଯାଇ ଅଞ୍ଜନ ଆକ୍ରମର ଶିକାର ହୋଇଥିଲେ I ଏହି ଘଟଣାପରେ ନିହାରିକା ଏବଂ ଟା’ର ସହଯୋଗୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ I ଖବର ପାଇ ଲକ୍ଷ୍ମୀସାଗର ପୋଲିସ ଅଞ୍ଜନଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ I ତେବେ ପରବର୍ତୀ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା I




