ଝୁଲନ୍ତା ଅବସ୍ଥାରେ ଅଙ୍ଗନବାଡି ଦିଦିଙ୍କ ମୃତ ଦେହ ଉଦ୍ଧାର

ବାଲେଶ୍ୱର : ଅଙ୍ଗନବାଡି କେନ୍ଦ୍ରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲେ ଅଙ୍ଗନବାଡି ଦିଦି I ତାଙ୍କୁ ମାରି ଝୁଲାଇ ଦିଆଯାଇଥିବା ଅଭିଯୋଗ ଆଣିଲେ ଅଙ୍ଗନବାଡି ଦିଦି ପ୍ରଜ୍ଞାପରିମିତା ଦାସଙ୍କ ବାପା I ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରୁ। ତାଙ୍କ ଝିଅକୁ ସ୍ୱାମୀ ଓ ଶାଶୂ ଘର ଲୋକେ ମିଶି ମାରି ଟାଙ୍ଗି ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି। ସୂଚନାନୁସାରେ,ପ୍ରଜ୍ଞାପାରମିତା ଦାସ […]

Samaya Live Picture
Published On

ବାଲେଶ୍ୱର : ଅଙ୍ଗନବାଡି କେନ୍ଦ୍ରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲେ ଅଙ୍ଗନବାଡି ଦିଦି I ତାଙ୍କୁ ମାରି ଝୁଲାଇ ଦିଆଯାଇଥିବା ଅଭିଯୋଗ ଆଣିଲେ ଅଙ୍ଗନବାଡି ଦିଦି ପ୍ରଜ୍ଞାପରିମିତା ଦାସଙ୍କ ବାପା I ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରୁ। ତାଙ୍କ ଝିଅକୁ ସ୍ୱାମୀ ଓ ଶାଶୂ ଘର ଲୋକେ ମିଶି ମାରି ଟାଙ୍ଗି ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ସୂଚନାନୁସାରେ,ପ୍ରଜ୍ଞାପାରମିତା ଦାସ ଖନ୍ତାପଡ଼ା ଥାନା ମହାରାଜପୁର ପଞ୍ଚାୟତ ମହାରାଜପୁର ଗାଁର ବିସ୍ମିତରଞ୍ଜନ ଦାସଙ୍କୁ ୧୦ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ବାହାଘର ପରେ ଉଭୟଙ୍କ ସଂସାର ହସ ଖୁସିରେ ଚାଲୁଥିବାବେଳେ ୨ଟି ସନ୍ତାନ ଥିଲେ I ଏହାପରେ ପ୍ରଜ୍ଞାପରିମିତା ମହାରାଜପୁରର ୩ ନମ୍ୱର ଅଙ୍ଗନବାଡ଼ିରେ ଚାକିରି କରୁଥିଲେ। କିନ୍ତୁ ସ୍ୱାମୀ ବିସ୍ମିତଙ୍କର ମଝିରେ ମଝିରେ ନିଶା ସେବନ କରି ଘରେ ଗଣ୍ଡଗୋଳ କରୁଥିଲେ I ଏହାକୁ ନେଇ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା। ଯାହାକୁ ନେଇ ପ୍ରଜ୍ଞାପରିମିତାଙ୍କ ମାନସିକ ସ୍ଥିତି ଭଲ ନଥିଲା।

ତେବେ ସବୁଦିନ ପରି ଆଜି ପ୍ରଜ୍ଞାପରିମିତା ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିଲେ। ପିଲାମାନଙ୍କୁ ପାଠ ପଢ଼ାଇ ଥିଲେ। ଖାଇବାକୁ ମଧ୍ୟ ଦେଇଥିଲେ। ପିଲାମାନେ ଖାଇସାରି ଘରକୁ ଫେରିଥିଲେ। ହେଲେ ଅଙ୍ଗନବାଡ଼ି କେନ୍ଦ୍ରରେ ରହିଥିଲେ ପ୍ରଜ୍ଞାପରିମିତା। ମଧ୍ୟାହ୍ନରେ ପ୍ରଜ୍ଞାପରିମିତା ଅଙ୍ଗନବାଡ଼ି କେନ୍ଦ୍ରରେ ଲାଗିଥିବା ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଜାଣିପାରି ତାଙ୍କ ସ୍ୱାମୀ ବିସ୍ମିତ ଓ ଶାଶୁ ତାଙ୍କୁ ଉଦ୍ଧାର କରି ଖନ୍ତାପଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଏ ସମ୍ପର୍କରେ ବିସ୍ମିତ ଫୋନ୍‌ କରି ଶ୍ୱଶୁର ଘର ଲୋକଙ୍କୁ କହିଥିଲେ।

ବିସ୍ମିତ ଓ ତାଙ୍କ ମାଆ ରେଣୁକା ଦାସ ମିଶି ପ୍ରଜ୍ଞାପରିମିତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଏପରିକି ମାଆ ଓ ପୁଅଙ୍କୁ ମାଡ଼ ମାରି ଖନ୍ତାପଡ଼ା ଥାନାର ଜିମା ଦେଇଥିଲେ ପ୍ରଜ୍ଞାପରିମିତାଙ୍କ ପରିବାର ଲୋକ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଘଟଣାର ତଦନ୍ତ କରୁଛନ୍ତି।

Tags: