ପୁଣି କଟକରୁ ନକଲି ଔଷଧ ପ୍ୟାକେଟ ଜବତ

କଟକ, ୧୯।୯ କଟକକୁ ନକଲି ଜିନିଷର ପେଣ୍ଠସ୍ଥଳୀ କହିଲେ ଅତ୍ୟୁକ୍ତି ହେବନାହିଁ I ତେଲ,ମସଲା ଠାରୁ ଆରମ୍ଭ କରି ଔଷଧ ଯାଏଁ ସବୁ ଜିନିଷ ନକଲି I ଗତ କିଛି ଦିନ ତଳେ କଟକରୁ ନକଲି ଔଷଧ ଜବତ ହୋଇଥିବା ବେଳେ,ଆଜି ପୁଣି ବଜାରରୁ ଜବତ ହୋଇଛି ନକଲି ଔଷଧ I କଟକ ମହତାବ ରୋଡ଼ର ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ପୁଲିସ ଓ ଡ୍ରଗସ ଅଧିକାରୀ ମିଳିତ ଭାବେ ଚଢାଉ କରି ଏକ ହଜାରରୁ ଅଧିକ ପ୍ୟାକେଟ […]

Samaya Live Picture
Published On

କଟକ, ୧୯।୯ କଟକକୁ ନକଲି ଜିନିଷର ପେଣ୍ଠସ୍ଥଳୀ କହିଲେ ଅତ୍ୟୁକ୍ତି ହେବନାହିଁ I ତେଲ,ମସଲା ଠାରୁ ଆରମ୍ଭ କରି ଔଷଧ ଯାଏଁ ସବୁ ଜିନିଷ ନକଲି I ଗତ କିଛି ଦିନ ତଳେ କଟକରୁ ନକଲି ଔଷଧ ଜବତ ହୋଇଥିବା ବେଳେ,ଆଜି ପୁଣି ବଜାରରୁ ଜବତ ହୋଇଛି ନକଲି ଔଷଧ I କଟକ ମହତାବ ରୋଡ଼ର ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ପୁଲିସ ଓ ଡ୍ରଗସ ଅଧିକାରୀ ମିଳିତ ଭାବେ ଚଢାଉ କରି ଏକ ହଜାରରୁ ଅଧିକ ପ୍ୟାକେଟ ନକଲି ଟେଲମା-୪୦ ଟାବଲେଟ ଔଷଧ ଜବତ କରିଛନ୍ତି। ପୁରୀଘାଟ ଥାନା ପୁଲିସ ଓ ଡ୍ରଗସ ଅଧିକାରୀଙ୍କ ମିଳିତ ଭାବେ ଚଢଉ ଜାରି କରିଛନ୍ତି।

ସୂଚନାଯୋଗ୍ୟ ଯେ ନକଲି ମେଡିସିନ କାରବାର ଘଟଣାରେ କଟକରୁ ଦୁଇଜଣ ଡିଷ୍ଟ୍ରିବ୍ୟୁଟରଙ୍କୁ ପୁଲିସ ଗିରଫ କରିଥିଲା। ଡିଷ୍ଟ୍ରିବ୍ୟୁଟର ତଥା ପୂଜା ଏଣ୍ଟରପ୍ରାଇଜର୍ସର ସଞ୍ଜୟ ଜଲାନ ଓ ଭିଆର ଡ୍ରଗ୍ କେୟାରର ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ଏପରିକି ସେମାନଙ୍କୁ ପୋଲିସ ରିମାଣ୍ଡରେ ଆଣି ପଚରାଉଚରା ମଧ୍ୟ କରିଛି। ତେବେ ନକଲି ମେଡିସିନ ବିକ୍ରି ହେବା ଜଣାପଡିବା ପରେ ଏହି କଳା ବ୍ୟବସାୟର ଚେର ଖୋଜୁଛି ପୁଲିସ। ସେଥିପାଇଁ ପୁଲିସ ଓ ଡ୍ରଗସ ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି।