ଧରାପଡ଼ିଲେ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗ
ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ ଧରାପଡ଼ିଲେ ବୁଲେଟ ଲୁଟେରା ଗ୍ୟାଙ୍ଗ ଇ I ୩ ଜଣ ଆନ୍ତଃରାଜ୍ୟ ରୟାଲ ଏନଫିଲଡ଼ ବୁଲେଟ ଲୁଟେରାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ୍ । ସେମାନଙ୍କ ନିକଟରୁ ଭୁବନେଶ୍ୱର,କଟକ,ବୌଦ୍ଧ, ଗଞ୍ଜାମ ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଅଞ୍ଚଳରୁ ୨୩ ଦାମୀ ବାଇକ ଜବତ କରାଯାଇଛି । ଚୋରି ବାଇକ ଗୁଡିକ ମଧ୍ୟରୁ ୧୪ ଟି ଦାମୀ ବୁଲେଟ ମଟରସାଇକେଲ ରହିଛି । ସାଧାରଣତଃ ରାତି ଅଧରେ ଘର ବାହାରେ ଛିଡା […]
ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ ଧରାପଡ଼ିଲେ ବୁଲେଟ ଲୁଟେରା ଗ୍ୟାଙ୍ଗ ଇ I ୩ ଜଣ ଆନ୍ତଃରାଜ୍ୟ ରୟାଲ ଏନଫିଲଡ଼ ବୁଲେଟ ଲୁଟେରାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ୍ । ସେମାନଙ୍କ ନିକଟରୁ ଭୁବନେଶ୍ୱର,କଟକ,ବୌଦ୍ଧ, ଗଞ୍ଜାମ ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଅଞ୍ଚଳରୁ ୨୩ ଦାମୀ ବାଇକ ଜବତ କରାଯାଇଛି । ଚୋରି ବାଇକ ଗୁଡିକ ମଧ୍ୟରୁ ୧୪ ଟି ଦାମୀ ବୁଲେଟ ମଟରସାଇକେଲ ରହିଛି । ସାଧାରଣତଃ ରାତି ଅଧରେ ଘର ବାହାରେ ଛିଡା ହୋଇଥିବା ଗାଡିକୁ କିମ୍ବା ସୁନସାନ ରାସ୍ତାରେ ଗାଡି ଛିଡା ହୋଇଥିଲେ ତାକୁ ଟାର୍ଗେଟ କରନ୍ତି ଏହି ଲୁଟେରା ଗ୍ୟାଙ୍ଗ୍ । ହ୍ୟାଣ୍ଡେଲ ଲକ୍ ଭାଙ୍ଗିବା ପରେ ଗାଡିକୁ ନେଇ ଚମ୍ପଟ ମାରନ୍ତି । ପରେ ଏହିସବୁ ଗାଡିକୁ ବିକ୍ରି କରି ମାଲାମାଲ ହୁଅନ୍ତି I
ଗତ ନଭେମ୍ବର ୪ ତାରିଖରେ ସିଜୁଆ ଅଞ୍ଚଳରୁ ଏକ ବୁଲେଟ ଚୋରି ନେଇ ଅଭିଯୋଗ ଆସିଥିଲା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ବେଳେ କଟକରୁ ମୂଖ୍ୟ ଅଭିଯୁକ୍ତ ଓ ଅନ୍ୟ ଦୁଇ ଜଣଙ୍କୁ ଖୋର୍ଦ୍ଧା ଓ ନୟାଗଡ଼ରୁ ଗିରଫ କରିଛି। ସିଙ୍ଗିଲ ଲକ ପଡୁଥିବା ଗାଡିକୁ ଏମାନେ ଟାର୍ଗେଟ କରିଥିଲେ । ଆଗକୁ ସେମାନେ କାହାକୁ ଗାଡି ବିକ୍ରି କରିଛନ୍ତି ସେ ନେଇ ତଦନ୍ତ ବ୍ୟାପକ ହେବ ବୋଲି କହିଛନ୍ତି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।




