ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅମିନ

କେନ୍ଦ୍ରାପଡା : ଭିଜିଲାନ୍ସ ହାତରେ ମହାକାଳପଡ଼ା ଅମିନ I ୨୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମହାକାଳପଡ଼ା ତହସିଲଦାର ଅମିନ ଉମାକାନ୍ତ ବେହେରାଙ୍କୁ ଧରିଛି ଭିଜିଲାନ୍ସ I ଏକ ଜମି ଡିମାର୍କେସନ ରିପୋର୍ଟ ପ୍ରଦାନ ପାଇଁ ଅଭିଯୋଗକାରୀଙ୍କ ଠାରୁ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ I ଲାଞ୍ଚ ଟଙ୍କା ସହ ଭିଜିଲାନ୍ସ ଟିମ ଉମାକାନ୍ତଙ୍କୁ ନିଜ ହେପାଜତକୁ ନେଇଛି I ସୂଚନା ଅନୁସାରେ, ମହାକାଳପଡ଼ା ତହସିଲ ଅମିନ ଉମାକାନ୍ତ ବେହେରା କିଆରବାଙ୍କ ଗ୍ରାମର ମାନିଆ ବିଶ୍ବାଳଙ୍କ […]

Samaya Live Picture
Published On

କେନ୍ଦ୍ରାପଡା : ଭିଜିଲାନ୍ସ ହାତରେ ମହାକାଳପଡ଼ା ଅମିନ I ୨୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମହାକାଳପଡ଼ା ତହସିଲଦାର ଅମିନ ଉମାକାନ୍ତ ବେହେରାଙ୍କୁ ଧରିଛି ଭିଜିଲାନ୍ସ I ଏକ ଜମି ଡିମାର୍କେସନ ରିପୋର୍ଟ ପ୍ରଦାନ ପାଇଁ ଅଭିଯୋଗକାରୀଙ୍କ ଠାରୁ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ I ଲାଞ୍ଚ ଟଙ୍କା ସହ ଭିଜିଲାନ୍ସ ଟିମ ଉମାକାନ୍ତଙ୍କୁ ନିଜ ହେପାଜତକୁ ନେଇଛି I

ସୂଚନା ଅନୁସାରେ, ମହାକାଳପଡ଼ା ତହସିଲ ଅମିନ ଉମାକାନ୍ତ ବେହେରା କିଆରବାଙ୍କ ଗ୍ରାମର ମାନିଆ ବିଶ୍ବାଳଙ୍କ ଜମି ବାଡି ଡିମାର୍କେସନ ରିପୋର୍ଟ ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ I ଏଥିପାଇଁ ମାନିଆ ଉମାକାନ୍ତଙ୍କ ପଛରେ ମାସେ ଧରି ଦୌଡ଼ିଥିଲେ ମଧ୍ୟ ସେ କିଛି ଶୁଣି ନଥିଲେ I ଏନେଇ ମାନିଆ ଭିଜିଲାନ୍ସରେ ଅଭିଯୋଗ କରିଥିଲେ I ଯୋଜନା ମୁତାବକ ବୁଧବାର ପୂର୍ବାହ୍ନରେ ତହସିଲ ଅଫିସ ଭିତରେ ଉମାକାନ୍ତ ଲାଞ୍ଚ ନେଉଥିବାବେଳେ,ତହସିଲ ଅଫିସ ପଛ ପଟେ ଛକି ରହିଥିବା ଜିଲା ଭିଜିଲାନ୍ସ ଟିମ ତାଙ୍କୁ ମାଡି ବସି ତାଙ୍କ ଠାରୁ ରଙ୍ଗବୋଳା ନୋଟ ଜବତ କରିଥିଲା I ପରେ ଉମାକାନ୍ତଙ୍କୁ ପଚରାଉଚରା କରିବା ସହ ଜିଲା ଅଫିସକୁ ନେଇଥିବା ସୁଚନା ମିଳିଛି। ଏହାସହିତ ମହାକାଳପଡ଼ା ଶିଖର ଗ୍ରାମରେ ଥିବା ଉମାକାନ୍ତଙ୍କ ଭଡାଘର ସମେତ ଆଳି ସ୍ଥିତ ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି I

Tags: