ଭିଜିଲାନ୍ସ ଜାଲରେ ଅମିନ

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଅମିନ । ଜମି ଡିମାର୍କେସନ ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ । ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲ ଅଫିସର ଅମିନ ନିର୍ମଳେନ୍ଦୁ କବି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି I ସଇଁତଳାର ନିରଞ୍ଜନ ସାହୁ ନିଜ ଜମି ମାପ ପାଇଁ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ତହସିଲ ଅଫିସରେ କାର୍ଯ୍ୟରତ ଅମିନ ନିର୍ମଳେନ୍ଦୁ ୮୦୦୦ ଟଙ୍କା ଦାବି କରିଥିଲେ। ଏ ବିଷୟରେ ନିରଞ୍ଜନ ଭିଜିଲାନ୍ସର ଦ୍ୱାରସ୍ଥ […]

Samaya Live Picture
Published On

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଅମିନ । ଜମି ଡିମାର୍କେସନ ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ । ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲ ଅଫିସର ଅମିନ ନିର୍ମଳେନ୍ଦୁ କବି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି I

ସଇଁତଳାର ନିରଞ୍ଜନ ସାହୁ ନିଜ ଜମି ମାପ ପାଇଁ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ତହସିଲ ଅଫିସରେ କାର୍ଯ୍ୟରତ ଅମିନ ନିର୍ମଳେନ୍ଦୁ ୮୦୦୦ ଟଙ୍କା ଦାବି କରିଥିଲେ। ଏ ବିଷୟରେ ନିରଞ୍ଜନ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଗୁରୁବାର ପୂର୍ବାହ୍ନରେ ନିରଞ୍ଜନ ତହସିଲ କାର୍ଯ୍ୟାଳୟକୁ ଆସି ଅମିନଙ୍କୁ ୮୦୦୦ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା। ପରେ ନିର୍ମଳେନ୍ଦୁଙ୍କ ଭଡ଼ାଘରକୁ ଯାଇ ଭିଜିଲାନ୍ସ ଟିମ୍‌ ତାଙ୍କୁ ତଦନ୍ତ କରିଥିଲା। ବଲାଙ୍ଗୀର ଓ ସୋନପୁରର ଭିଜିଲାନ୍ସ ଟିମ୍‌ର ଡିଏସ୍‌ପି ପୁଲସ୍ତି ଛତ୍ରିଆ ଓ ଡିଏସ୍‌ପି ରୀତାଞ୍ଜଳି ଛତ୍ରିଆ, ଇନ୍ସପେକ୍ଟର ତୁଷାରକାନ୍ତ ମହାପାତ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ସଇଁତଳା ତହସିଲ କାର୍ଯ୍ୟାଳୟରେ ଅନେକ ଦିନ ଧରି ଏଇଭଳି କାମ ଚାଲିଆସୁଥିବା ସୂଚନା ମିଳିଛି I

Tags: