ସ୍କୁଲରେ ଆଖିବୁଜା ଗୁଳିମାଡ଼ କଲେ ନାବାଳକ
ଆମେରିକା : ଆମେରିକାର ଏକ ସ୍କୁଲରେ ଆଖିବୁଜା ଗୁଳିମାଡ଼ କରିଛି ଜଣେ ନାବାଳକ । ଓ୍ବିସ୍କୋସିନରେ ଏକ ସ୍କୁଲରେ ଗୁଳିକାଣ୍ଡ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ତେବେ ଗୁଳିମାଡ କରିଥିବା ଛାତ୍ର ଜଣଙ୍କ ପୁଲିସ୍ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଶୁଟରଙ୍କ ପରିଚୟ ମିଳି ପାରିନି। ପୁଲିସ୍ ସୂଚନା ଅନୁଯାୟୀ, ୱିସ୍କୋସିନ୍ସ୍ଥିତ କ୍ରିଶ୍ଚିୟନ ନାମକ ଘରୋଇ […]
ଆମେରିକା : ଆମେରିକାର ଏକ ସ୍କୁଲରେ ଆଖିବୁଜା ଗୁଳିମାଡ଼ କରିଛି ଜଣେ ନାବାଳକ । ଓ୍ବିସ୍କୋସିନରେ ଏକ ସ୍କୁଲରେ ଗୁଳିକାଣ୍ଡ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ତେବେ ଗୁଳିମାଡ କରିଥିବା ଛାତ୍ର ଜଣଙ୍କ ପୁଲିସ୍ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଶୁଟରଙ୍କ ପରିଚୟ ମିଳି ପାରିନି।
ପୁଲିସ୍ ସୂଚନା ଅନୁଯାୟୀ, ୱିସ୍କୋସିନ୍ସ୍ଥିତ କ୍ରିଶ୍ଚିୟନ ନାମକ ଘରୋଇ ସ୍କୁଲରେ ଆଖିବୁଜା ଫାୟାରିଂ ହେଉଥିବା ନେଇ ସୂଚନା ମିଳିଥିଲା। ଆବଣ୍ତାଣ୍ଟ ଲାଇଫ୍ ଖ୍ରୀଷ୍ଟୀଆନ୍ ସ୍କୁଲରେ ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ପିଲା ପାଠ ପଢୁଛନ୍ତି। ଏହି ସମୟରେ ଜଣେ ଛାତ୍ର ନିଜ ସହ ଏକ ବନ୍ଧୁକ ଧରି ସ୍କୁଲରେ ପଶିଥିଲେ। ଏହାପରେ କ୍ଲାସ ଭିତରେ ଆଖିବୁଜା ଗୁଳି ମାଡ଼ ଆରମ୍ଭ କରିଦେଲେ । ଏଥିରେ ଜଣେ ଶିକ୍ଷକଙ୍କ ସହ ୪ ଜଣ ଛାତ୍ର ଙ୍କର ମୃତ୍ୟୁ ଘଟିଥିବାବେଳେ ପୋଲିସ ଗୁଳିରେ ଅଭିଯୁକ୍ତ ଛାତ୍ରଙ୍କର ମଧ୍ୟ ମୃତ୍ୟୁ ଘଟିଛି I ଏହି ଘଟଣାରେ ସ୍ଥାନୀୟ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍। ସେ କହିଛନ୍ତି ଏଭଳି ହିଂସାକୁ ବରଦାସ୍ତ କରାଯିବନି। ଯେଉଁମାନେ ଛାତ୍ରଛାତ୍ରୀ ଏବଂ ତାଙ୍କ ପରିବାର ଲୋକ ଙ୍କୁ ଆଘାତ ଦେଇଛନ୍ତି , ସେଭଳି ଲୋକଙ୍କୁ କେବେ ବି ଛଡାଯିବ ନାହିଁ।




