ପାରିବାରିକ ବିବାଦର ଉଗ୍ର ରୂପ,୨ ମୃତ ୨ ଆହତ

ଗଞ୍ଜାମ : ପାରିବାରିକ ବିବାଦରୁ ଭୟଙ୍କର ହତ୍ୟାକାଣ୍ଡ I ପରିବାରରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ୨ ଜଣ ଗୁରୁତର ଆହତ ହୋଇଛନ୍ତି I ମୃତକ ଦୁଇଜଣ ହେଲେ ମିଥୁନ ଭୂୟାଁ ଓ ଦିପୁ ସ୍ବାଇଁ । ଉଭୟ ଗୋଟିଏ ପରିବାରର ହୋଇଥିବା ବେଳେ ମୃତକ ଦୁଇଜଣ ସମ୍ପର୍କରେ ଶଳା ଓ ଭିଣୋଇ ହୋଇଥିବା ସୂଚନା । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏହି ସଂଘର୍ଷରେ […]

Samaya Live Picture
Published On

ଗଞ୍ଜାମ : ପାରିବାରିକ ବିବାଦରୁ ଭୟଙ୍କର ହତ୍ୟାକାଣ୍ଡ I ପରିବାରରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ୨ ଜଣ ଗୁରୁତର ଆହତ ହୋଇଛନ୍ତି I ମୃତକ ଦୁଇଜଣ ହେଲେ ମିଥୁନ ଭୂୟାଁ ଓ ଦିପୁ ସ୍ବାଇଁ । ଉଭୟ ଗୋଟିଏ ପରିବାରର ହୋଇଥିବା ବେଳେ ମୃତକ ଦୁଇଜଣ ସମ୍ପର୍କରେ ଶଳା ଓ ଭିଣୋଇ ହୋଇଥିବା ସୂଚନା । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏହି ସଂଘର୍ଷରେ ଆଉ ୨ ଜଣ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ମିଥୁନ ଓ ଲିପୁ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ ହୋଇଥିଲା। ୭ରୁ ୮ଜଣ ଯୁବକ ଆସି ଖଣ୍ଡାରେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ଗଣ୍ଡଗୋଳ ସମୟରେ ମିଥୁନ ତାର ପିସ୍ତଲରୁ ପ୍ରଥମେ ଗୁଳି ଚଳାଇଥିଲା । ପରବର୍ତ୍ତୀ ସମୟରେ ଉଭୟ ମିଥୁନ ଏବଂ ଲିପୁନୁ ଙ୍କୁ ଅପରପକ୍ଷ ଗୋଷ୍ଠୀ ଇଟା ଓ ପଥରରେ ଛେଚି ଦେଇଥିଲେ । ମିଥୁନ ଓ ଲିପୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କବିସୂର୍ଯ୍ୟନଗର ଓ ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଗଣ୍ଡଗୋଳରେ ଅପର ପକ୍ଷର ୨ ଜଣ ଆହତ ହୋଇ ଏବେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପୂର୍ବ ଶତ୍ରୁତା ଓ ରାଜନୈତିକ କଳହ ଏହି ଗୋଷ୍ଠୀ ସଂଘର୍ଷର ମୁଖ୍ୟ କାରଣ ବୋଲି କୁହାଯାଉଛି। ମୃତ ମିଥୁନ ନାଁରେ ରହିଛି ୭ ରୁ ଅଧିକ ଅପରାଧିକ ମାମଲା ରହିଛି।

Tags: