ପୁଣି କଳା ପଲସର ଆତଙ୍କ
ଖୋର୍ଦ୍ଧା : ପୁଣି ଆତଙ୍କ ଖେଳିଲେ କଳା ପଲସର ଗ୍ୟାଙ୍ଗ I ଜାତୀୟ ରାଜପଥକୁ କରିଛନ୍ତି ଟାର୍ଗେଟ I ଗୁଳିମାଡ଼ କରି ମହିଳାଙ୍କ ବେକରୁ ଚେନ ଲୁଟ ଉଦ୍ୟମ କରି ପୋଲିସ କୁ ଦେଇଛନ୍ତି ଖୋଲା ଚାଲେଞ୍ଜ I ଘଟଣାଟି ଘଟିଛି ୫୭ନ ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ବାଘମାରି ବାଙ୍କୀ ରାସ୍ତାରେ। ମିଳିଥିବା ସୂଚନା ଅନୁସାରେ ତପସ୍ଵିନୀ ବିଶ୍ଵାଳ ତାଙ୍କ ସ୍ଵାମୀ ଏବଂ ପିଲାଙ୍କ ସହ ବାଙ୍କୀରୁ ସାରୁଅ ବାଇକ୍ ଯୋଗେ ଆସୁଥିବା ବେଳେ ଦୁଇ […]
ଖୋର୍ଦ୍ଧା : ପୁଣି ଆତଙ୍କ ଖେଳିଲେ କଳା ପଲସର ଗ୍ୟାଙ୍ଗ I ଜାତୀୟ ରାଜପଥକୁ କରିଛନ୍ତି ଟାର୍ଗେଟ I ଗୁଳିମାଡ଼ କରି ମହିଳାଙ୍କ ବେକରୁ ଚେନ ଲୁଟ ଉଦ୍ୟମ କରି ପୋଲିସ କୁ ଦେଇଛନ୍ତି ଖୋଲା ଚାଲେଞ୍ଜ I ଘଟଣାଟି ଘଟିଛି ୫୭ନ ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ବାଘମାରି ବାଙ୍କୀ ରାସ୍ତାରେ।
ମିଳିଥିବା ସୂଚନା ଅନୁସାରେ ତପସ୍ଵିନୀ ବିଶ୍ଵାଳ ତାଙ୍କ ସ୍ଵାମୀ ଏବଂ ପିଲାଙ୍କ ସହ ବାଙ୍କୀରୁ ସାରୁଅ ବାଇକ୍ ଯୋଗେ ଆସୁଥିବା ବେଳେ ଦୁଇ ଜଣ ଦୁବୃର୍ତ୍ତ ଗୁଳିମାଡ କରି ତପସ୍ଵିନୀଙ୍କ ବେକରୁ ସୁନା ଚେନ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ। ତେବେ ତପସ୍ୱିନୀ ପାଟି କରିବାରୁ ଦୁବୃର୍ତ୍ତ ମାନେ ସେଠାରୁ ଖସି ପଳାଇଥିଲେ। ଗୁଳିମାଡରେ ଦମ୍ପତିଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିବା ସହ ଗୁଳି ଖୋକା ଜବତ କରିଛି।




