ବାପାଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କଲେ ପୁରା ପରିବାର

ବରଗଡ଼ : ସହି ପାରିଲେନି ବାପାଙ୍କ ମୃତ୍ୟୁ I ବାପାଙ୍କ ମୃତ୍ୟୁ ର ୬ ଦିନରେ ବିଷ ପି’ଦେଲେ ସାରା ପରିବାର I ପ୍ରଥମେ ଭାଇ ଭଉଣୀଙ୍କ ମୃତ୍ୟୁ ହେବାପରେ ପର ଦିନ ଚିକିତ୍ସାଧିନ ଅବସ୍ଥାରେ ମା’ଙ୍କର ମୃତ୍ୟୁ ଘଟିଛି I ସପ୍ତାହକ ମଧ୍ୟରେ ବାପାଙ୍କ ସହିତ ସାରା ପରିବାର ନିଶ୍ଚିହ୍ନ ହୋଇ ଯାଇଛି I ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ସୋହେଲା ସ୍ଥିତ ମାଷ୍ଟରପଡାରେ। ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଓ ଦୁଇ […]

Samaya Live Picture
Published On

ବରଗଡ଼ : ସହି ପାରିଲେନି ବାପାଙ୍କ ମୃତ୍ୟୁ I ବାପାଙ୍କ ମୃତ୍ୟୁ ର ୬ ଦିନରେ ବିଷ ପି’ଦେଲେ ସାରା ପରିବାର I ପ୍ରଥମେ ଭାଇ ଭଉଣୀଙ୍କ ମୃତ୍ୟୁ ହେବାପରେ ପର ଦିନ ଚିକିତ୍ସାଧିନ ଅବସ୍ଥାରେ ମା’ଙ୍କର ମୃତ୍ୟୁ ଘଟିଛି I ସପ୍ତାହକ ମଧ୍ୟରେ ବାପାଙ୍କ ସହିତ ସାରା ପରିବାର ନିଶ୍ଚିହ୍ନ ହୋଇ ଯାଇଛି I ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ସୋହେଲା ସ୍ଥିତ ମାଷ୍ଟରପଡାରେ। ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଓ ଦୁଇ ପିଲା ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ଏଥିପାଇଁ ସେମାନେ ବିଷପାନ କରିଥିବା ଚର୍ଚ୍ଚା ହେଉଛି।

ସୂଚନା ଅନୁଯାୟୀ, ଗତ ୬ ତାରିଖ ଦିନ ଘରର ମୁଖିଆ ଅର୍ଜୁନ ସାହୁଙ୍କ ମୃତ୍ୟୁ ଘଟିଥିଲା। ସେ ବହୁ ଦିନ ହେବ ରୋଗଗ୍ରସ୍ତ ଥିଲେ। ଅର୍ଜୁନଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ କୁମୁଦିନୀ ସାହୁ, ପୁଅ ବଂଶୀଧର ସାହୁ ଓ ଝିଅ ସୁବର୍ଣ୍ଣ ମହାଜନ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଶନିବାରଦିନ ସେମାନେ ବିଷାକ୍ତ କୀଟନାଶକ ପି’ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘର କବାଟ ଭାଙ୍ଗି ୩ ଜଣଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା। ବଂଶୀଧରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବଂଶୀଧର ଓ ସୁବର୍ଣ୍ଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ କୁମୁଦିନୀଙ୍କ ମୃତ୍ୟୁ ଘଟିଛି। ତେବେ କୁମୁଦୁନିଙ୍କ ଝିଅ ସୁବର୍ଣ୍ଣ ମହାଜନ ଝାଡ଼ଖଣ୍ଡରେ ବିବାହ କରିଥିବା ବେଳେ ତାଙ୍କର ଏକ ୨ ବର୍ଷର ଶିଶୁ ବି ରହିଛି। ମାତ୍ର ସେ ଗତ କିଛି ବର୍ଷ ହେବ ବାପ ଘରେ ରହି ଆସୁଥିଲେ। ବାପାଙ୍କ ମୃତ୍ୟୁ ପରେ ସେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ I

Tags: