ସ୍ତ୍ରୀ ଙ୍କ ମୃତ୍ୟୁ ପରେ ପରେ ନିଶ୍ଚିହ୍ନ ହୋଇଗଲା ପୁରା ପରିବାର

ଗଜପତି : ଉଜୁଡି ଗଲା ପୁରା ପରିବାର । ସ୍ତ୍ରୀଙ୍କ ମୃତ୍ୟୁକୁ ୨ ମାସ ନପୂରୁଣୁ ୨ ପିଲାଙ୍କ ସହ ଆଖି ବୁଜିଲେ ବାପା । ବୁଧୁବାର ଦିନ ସକାଳେ ଜଳଖିଆ ରେ ବିଷ ଦେଇ ନିଜେ ବାପା ପୁଅ ଝିଅଙ୍କ ସହିତ ଖାଇଥିଲେ । ଏହା ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ପ୍ରଥମେ ପୁଅ ବିଜୟାନନ୍ଦ ୮ ବର୍ଷ ଓ ଝିଅ ପ୍ରିୟଦର୍ଶିନୀ ୧୧ ବର୍ଷଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ […]

ସ୍ତ୍ରୀ ଙ୍କ ମୃତ୍ୟୁ ପରେ ପରେ ନିଶ୍ଚିହ୍ନ ହୋଇଗଲା ପୁରା ପରିବାର
Samaya Live Picture
Published On

ଗଜପତି : ଉଜୁଡି ଗଲା ପୁରା ପରିବାର । ସ୍ତ୍ରୀଙ୍କ ମୃତ୍ୟୁକୁ ୨ ମାସ ନପୂରୁଣୁ ୨ ପିଲାଙ୍କ ସହ ଆଖି ବୁଜିଲେ ବାପା । ବୁଧୁବାର ଦିନ ସକାଳେ ଜଳଖିଆ ରେ ବିଷ ଦେଇ ନିଜେ ବାପା ପୁଅ ଝିଅଙ୍କ ସହିତ ଖାଇଥିଲେ । ଏହା ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ପ୍ରଥମେ ପୁଅ ବିଜୟାନନ୍ଦ ୮ ବର୍ଷ ଓ ଝିଅ ପ୍ରିୟଦର୍ଶିନୀ ୧୧ ବର୍ଷଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ବାପା ଶୁଭାଶିଷଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ହେଲେ ଗୁରୁବାର ସକାଳେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପାରିବାରିକ କଳହକୁ ନେଇ ଏପରି କାଣ୍ଡ ଘଟିଥିବା ସନ୍ଦେହ କରାଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ପାରଳାଖେମୁଣ୍ଡି ଓଡିଆ ପାରଳା ସାହିରେ । ଏହି ଘଟଣା ପରେ ସାରା ଅଞ୍ଚଳ ସ୍ତବ୍ଧ ହୋଇଯାଇଛି ।

ସୂଚନାନୁସାରେ,ପାରଳାଖେମୁଣ୍ଡି ଓଡିଆ ପାରଳା ସାହିରେ ବାପା ଶୁଭାଶିଷ ପାଣିଗ୍ରାହୀ(୩୮)ଙ୍କ ପୁରା ପରିବାର ରହୁଥିଲେ । ମାତ୍ର ଗତ ମାର୍ଚ୍ଚ ୨୧ ତାରିଖରେ ପତ୍ନୀ ଶ୍ଵେତା ପାଣିଗ୍ରାହୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ତେବେ କୁହାଯାଉଛି କି ପାରିବାରିକ କଳହରୁ ଶ୍ଵେତା ବିଷ ପାନ କରିଥିଲେ । ଏହାପରେ ସୁଭାଶିଷ ବୁଧୁବାର ସକାଳେ ପୁଅ ଜଳଖିଆ ସହିତ ବିଷ ପାନ କରିଦେଇଥିଲେ । ତେବେ ଶୁଭାଶିଷ ପିଲାଙ୍କୁ ବିଷ ଖୁଆଇ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ନିଜ ବାପାଙ୍କୁ ଫୋନ କରି ଜଣାଇବା ପରେ ଘଟଣା ପଦାକୁ ଆସିଥିଲା।

ଘଟଣାସ୍ଥଳରେ ସମ୍ପର୍କୀୟ ମାନେ ପହଞ୍ଚି ଗୁରୁତର ଅବସ୍ଥାରେ ପଡିଥିବା ୩ ଜଣଙ୍କୁ ପାରଳାଖେମୁଣ୍ଡିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟାନନ୍ଦଙ୍କ ମୃତ୍ୟୁ ଘଟିଥିଲା। ପରେ ବାପଝିଅଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ସେଠାରେ ରାତିରେ ଝିଅ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିଳମ୍ବିତ ରାତିରେ ଶୁଭାଶିଷଙ୍କ ମୃତ୍ୟୁ ଘଟିଛି। ତେବେ ବୋହୂର ମୃତ୍ୟୁ ପରେ ଶୁଭାଶିଷ ଦୁଶ୍ଚିନ୍ତାରେ ରହୁଥିଲେ। ତେଣୁ ସେ ଏଭଳି କାଣ୍ଡ କରିଥିବା ଶୁଭାଶିଷଙ୍କ ବାପା ସୂଚନା ଦେଇଛନ୍ତି ।

Tags: