ଚୋରି କରିବା ପରେ ଘରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ
ବ୍ରହ୍ମପୁର : ଘରେ କେହି ନଥିବାବେଳେ ଚୋରି କରିବାକୁ ଆସି ଘରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଦାସିଙ୍ଗି କଳିଙ୍ଗ ନଗର ଅଞ୍ଚଳରେ । କଳିଙ୍ଗ ନଗରର ପ୍ଲଟ ନମ୍ବର ୨୧ରେ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ପୁଅ ବମ୍ବେରେ ରହୁଥିବା ଯୋଗୁଁ ତାଙ୍କ ପରିବାର ଲୋକେ ସେଠାକୁ ଯାଇଥିଲେ । ଘରେ କେହି ନଥିବା ସୁଯୋଗ ନେଇ ଗତ ରାତିରେ ଘର ପଶିଥିଲେ ଚୋର । […]
ବ୍ରହ୍ମପୁର : ଘରେ କେହି ନଥିବାବେଳେ ଚୋରି କରିବାକୁ ଆସି ଘରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଦାସିଙ୍ଗି କଳିଙ୍ଗ ନଗର ଅଞ୍ଚଳରେ । କଳିଙ୍ଗ ନଗରର ପ୍ଲଟ ନମ୍ବର ୨୧ରେ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ପୁଅ ବମ୍ବେରେ ରହୁଥିବା ଯୋଗୁଁ ତାଙ୍କ ପରିବାର ଲୋକେ ସେଠାକୁ ଯାଇଥିଲେ । ଘରେ କେହି ନଥିବା ସୁଯୋଗ ନେଇ ଗତ ରାତିରେ ଘର ପଶିଥିଲେ ଚୋର । ଚୋରି କରିବା ପରେ ଘରେ ନିଆଁ ଲଗାଇ ଦେଇଥିଲେ । ଆଜି ସକାଳେ ଦେବୀ ପ୍ରସାଦଙ୍କ ପୁତୁରା କୌଣସି କାମରେ ତାଙ୍କ ଘରକୁ ଆସିଥିବା ବେଳେ ଘର ଝରକାର ଲୁହା ଗ୍ରୀଲ କଟିବା ସହ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ଏନେଇ ସଙ୍ଗେ ସଙ୍ଗେ ବ୍ରହ୍ମପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଆୟତ୍ତ ହେବା ପରେ ଘରେ ପଶି ଦେଖିଲା ବେଳକୁ ବହୁ ସାମଗ୍ରୀ ସହ ଆସବାବପତ୍ର ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ଏହି ଘରେ ପୂର୍ବରୁ ତିନି ଥର ଚୋରି ହୋଇଥିବା ବେଳେ ଆଜି ଚତୁର୍ଥ ଥର ପାଇଁ ଚୋରି ହୋଇଛି ବୋଲି କହିଛନ୍ତି ଦେବୀଙ୍କ ପୁତୁରା ।




