ଦିଲ୍ଲୀ ପରେ ବେଙ୍ଗାଲୁରୁର ୪୦ ସ୍କୁଲ୍‌କୁ ବୋମା ଧମକ

କର୍ଣ୍ଣାଟକ : ପୁଣି ସ୍କୁଲକୁ ମିଳିଲା ବୋମା ଧମକ । ରାଜଧାନୀ ଦିଲ୍ଲୀ ପରେ ବେଙ୍ଗାଲୁରୁର ୪୦ ସ୍କୁଲ୍‌କୁ ବୋମାରେ ଉଡାଇ ଦେବାକୁ ଧମକ । ଖବର ପାଇବା ପରେ ବେଙ୍ଗାଲୁରୁ ପ୍ରଶାସନ ସତର୍କ ହେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ବେଙ୍ଗାଲୁରୁ ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବେଙ୍ଗାଲୁରୁ ସହରର ୪୦ଟି ଘରୋଇ ସ୍କୁଲ୍‌କୁ ଶୁକ୍ରବାର ଇମେଲ୍‌ ଯୋଗେ ବୋମା ଧମକ ମିଳିଛି। ଏହାପରେ ସମସ୍ତ ସ୍କୁଲରେ ଯାଞ୍ଚ ଆରମ୍ଭ କରାଯାଇଛି । ବେଙ୍ଗାଲୁରୁର […]

ଦିଲ୍ଲୀ ପରେ ବେଙ୍ଗାଲୁରୁର ୪୦ ସ୍କୁଲ୍‌କୁ ବୋମା ଧମକ
Samaya Live Picture
Published On

କର୍ଣ୍ଣାଟକ : ପୁଣି ସ୍କୁଲକୁ ମିଳିଲା ବୋମା ଧମକ । ରାଜଧାନୀ ଦିଲ୍ଲୀ ପରେ ବେଙ୍ଗାଲୁରୁର ୪୦ ସ୍କୁଲ୍‌କୁ ବୋମାରେ ଉଡାଇ ଦେବାକୁ ଧମକ । ଖବର ପାଇବା ପରେ ବେଙ୍ଗାଲୁରୁ ପ୍ରଶାସନ ସତର୍କ ହେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ବେଙ୍ଗାଲୁରୁ ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବେଙ୍ଗାଲୁରୁ ସହରର ୪୦ଟି ଘରୋଇ ସ୍କୁଲ୍‌କୁ ଶୁକ୍ରବାର ଇମେଲ୍‌ ଯୋଗେ ବୋମା ଧମକ ମିଳିଛି। ଏହାପରେ ସମସ୍ତ ସ୍କୁଲରେ ଯାଞ୍ଚ ଆରମ୍ଭ କରାଯାଇଛି ।

ବେଙ୍ଗାଲୁରୁର ରାଜରାଜେଶ୍ୱରୀ ନଗର ଏବଂ କେଙ୍ଗେରୀ ସମେତ ବିଭିନ୍ନ ଅଞ୍ଚଳର ସ୍କୁଲଗୁଡ଼ିକୁ ବୋମା ରେ ଉଡାଇ ଦେବାକୁ ଅଜ୍ଞାତ ମେସେଜ ଦ୍ୱାରା ଧମକ ମିଳିଛି । ଏ ସମ୍ପର୍କରେ କର୍ଣ୍ଣାଟକର ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି, “ଆଜି ଅନେକ ସ୍କୁଲକୁ ବୋମା ଧମକ ମିଳିଛି। ପୋଲିସ ତଦନ୍ତ କରୁଛି।”ଏହା ବ୍ୟତୀତ, ବୋମା ନିଷ୍କ୍ରିୟ ସ୍କ୍ୱାଡ୍ କର୍ମଚାରୀମାନଙ୍କୁ ମଧ୍ୟ ସେବାରେ ନିୟୋଜିତ ଅଛନ୍ତି, ଛାତ୍ର ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ ସ୍କୁଲ ପରିସରରେ ବ୍ୟାପକ ଯାଞ୍ଚ କରାଯାଉଛି ।

ଏହାପୂର୍ବରୁ ରାଜଧାନୀ ଦିଲ୍ଲୀର ୨୦ଟି ସ୍କୁଲ୍‌କୁ ବୋମାରେ ଉଡାଇବାକୁ ସକାଳୁ ସକାଳୁ ଧମକ ମିଳିଥିଲା । ଖବର ପାଇବା ମାତ୍ରେ ବୋମା ନିଷ୍କ୍ରିୟକାରୀ ଦଳ ଓ ପୁଲିସ ପହଞ୍ଚି ତଲାସି ଆରମ୍ଭ କରିଥିଲେ ।

Tags: