ଭୁବନେଶ୍ୱର ପରେ କଟକରୁ ସିମବକ୍ସ ଠାବ
କଟକ : ରାଜଧାନୀରୁ ସିମବକ୍ସ ଜବତ ଘଟଣାର ଫିଟୁଛି ଗୁମର । ଭୁବନେଶ୍ୱର ପରେ କଟକ ରୃ ଠାବ ହେଲା ସିମ ବକ୍ସ I ଶୁକ୍ରବାର ଭୁବନେଶ୍ୱର କେଶୁରାରୁ ସିମ ବକ୍ସ ଜବତ ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜୁ ମଣ୍ଡଳକୁ ୫ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ I ରାଜୁ ମଣ୍ଡଳକୁ ଜେରା ପରେ ଓଗାଳିଛି ଚାଞ୍ଚଲ୍ୟକର ତଥ୍ୟ I ରାଜୁର ବୟାନ ଅନୁସାରେ କଟକରେ ମଧ୍ୟ ଅଛି ଆଉ ଏକ ସିମ ବକ୍ସ ସେଟ୍ […]
କଟକ : ରାଜଧାନୀରୁ ସିମବକ୍ସ ଜବତ ଘଟଣାର ଫିଟୁଛି ଗୁମର । ଭୁବନେଶ୍ୱର ପରେ କଟକ ରୃ ଠାବ ହେଲା ସିମ ବକ୍ସ I ଶୁକ୍ରବାର ଭୁବନେଶ୍ୱର କେଶୁରାରୁ ସିମ ବକ୍ସ ଜବତ ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜୁ ମଣ୍ଡଳକୁ ୫ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ I ରାଜୁ ମଣ୍ଡଳକୁ ଜେରା ପରେ ଓଗାଳିଛି ଚାଞ୍ଚଲ୍ୟକର ତଥ୍ୟ I ରାଜୁର ବୟାନ ଅନୁସାରେ କଟକରେ ମଧ୍ୟ ଅଛି ଆଉ ଏକ ସିମ ବକ୍ସ ସେଟ୍ ଅପ୍। ଆଜି କଟକ ମଧୁପାଟଣାର ଏକ ଭଡ଼ାଘରୁ ୫ଟି ସିମବକ୍ସ ଜବତ କରିଛି କମିଶନରେଟ୍ ପୋଲିସ। ସେଇଠି ବି ମିଳିଥିଲା ୨ଶହ ସିମ୍ ସହ ସେଟଅପ୍ । ହୱାଲା ଜରିଆରେ ଚାଲିଥିଲା ଆର୍ଥିକ କାରବାର। ଯାହା ବି ଟ୍ରାଞ୍ଜାକ୍ସନ୍ ହେଉଥିଲା ତାହା କ୍ୟାସ୍ ଆକାରରେ ହେଉଥିଲା । ବାଂଲାଦେଶରୁ ହୱାଲା ଜରିଆରେ ଆସୁଥିଲା ଭୁବନେଶ୍ୱରକୁ ଟଙ୍କା । ବାଂଲାଦେଶ ସୀମାରେ ଥିବା କିଛି ଦୋକାନରେ ଚାଲୁଥିଲା ଏହି ହୱାଲା କାରବାର ।
ନୋଟକୁ କୋଡ ହିସାବରେ ବ୍ୟବହାର କରି ହୱାଲା ମାଧ୍ୟମରେ ଆର୍ଥିକ କାରବାର ହେଉଥିଲା । ବାଂଲାଦେଶରୁ ଲୋକ ଆସି କଟକ ଓ ଭୁବନେଶ୍ବରରେ ସିମ୍ ବକ୍ସ ସେଟ୍ ଅପ୍ କରି ଯାଇଥିଲେ ବୋଲି କହିଛନ୍ତି ଡିସିପି । ଅନ୍ୟପଟେ ଅଭିଯୁକ୍ତ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ । ୫ ଦିନିଆ ରିମାଣ୍ଡରେ ନେଇ ଆତଙ୍କୀ ଲିଙ୍କ ନେଇ ଖୋଳତାଡ଼ କରୁଛି କମିଶନରେଟ ପୋଲିସ । ୧୪ ଦିନ ରିମାଣ୍ଡରେ ଆଣିବାକୁ ହୋଇଥିଲା ଆବେଦନ। ମାଷ୍ଟରମାଇଣ୍ଡ ତଥା ବାଂଲାଦେଶୀ ଆଶାଦଦୂର ସମ୍ପର୍କରେ ଅଧିକ ହେବ ଖୋଳତାଡ଼ । ଆବଶ୍ୟକ ସ୍ଥଳେ NIA ଓ ଇଣ୍ଟରପୋଲର ସାହାଯ୍ୟ ନିଆଯାଇପାରେ । ପାକିସ୍ତାନ, ଚୀନ ଲିଙ୍କ ନେଇ କରାଯିବ ଜେରା । ପୂରା ସିଣ୍ଡିକେଟର ଗୁମର ଖୋଲିବ କମିଶନରେଟ ପୋଲିସ ।
ସୂଚନାନୁସାରେ,ଗତ ଶୁକ୍ରବାର କେଶୁରା ନିକଟସ୍ଥ ମହାଦେବ ନଗରରେ ଥିବା ଭଡାଘରୁ ଠାବ ହୋଇଥିଲା ସିମ୍ ବକ୍ସ । ମୋଟ ୭ଟି ସିମ ବକ୍ସ ମିଳିଥିଲା । ୫ଟି ସିମ ବକ୍ସ ଇନଷ୍ଟଲ କରାଯାଇଥିବା ବେଳେ, ୨ଟି ସିମ ବକ୍ସ ରିଜର୍ଭ ରଖାଯାଇଥିଲା। ହଜାର ହାଜର ପ୍ରି-ଆକ୍ଟିଭେଟ ସିମ ମିଳିଥିବା ବେଳେ ୨୫୫ଟି ଆକ୍ଟିଭେଟ ସିମ୍ ମିଳିଥିଲା । ୩ଟି ସଂସ୍ଥାର ଇଣ୍ଟରନେଟ କନେକ୍ସନ ନିଆଯାଇଥିଲା । ଆଉ ଦୁଇଟି ସ୍ଥାନରେ ମଧ୍ୟ ଏହି ସିମ ବକ୍ସ ଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତେବେ କିଏ କିଏ ଏହି ସିଣ୍ଡିକେଟ ରେ ଅଛନ୍ତି ? କେଉଁ ଦେଶରେ ଏହାକୁ ଅପରେଟ କରାଯାଉଛି ? କେତେ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି ସେ ନେଇ ଅଧିକ ଖୋଳତାଡ଼ ହେବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।




