ପାଗଳାମୀର ଶେଷ ସୀମାରେ ଅଫତାବ: ଖାଦ୍ୟ ସାମଗ୍ରୀ ସହ ଶ୍ରଦ୍ଧାଙ୍କ ମୁଣ୍ଡକୁ ଫ୍ରିଜ୍ରେ ରଖି କରୁଥିଲା ମେକ୍ଅପ୍
ନୂଆଦିଲ୍ଲୀ: ନିଜର ଲିଭ ଇନ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି ଦେଇଥିବା ଅଫତାବ ଆମୀନ ପୁନାୱାଲାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅଫତାବ ଗର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ସ୍ୱାଭାବିକ ଭାବେ ଜୀବନ କାଟୁଥିଲା । ଖାଦ୍ୟ ସାମଗ୍ରୀ ସହ ଶ୍ରଦ୍ଧାଙ୍କ ମୁଣ୍ଡକୁ ଫ୍ରିଜ୍ରେ ରଖି ମେକ୍ଅପ୍ କରୁଥିଲା ଓ ଘଣ୍ଟା ଘଣ୍ଟା ଧରି ମୁଣ୍ଡକୁ ଦେଖୁଥିଲା ବୋଲି ପୋଲିସ ଆଗରେ ଅଫତାବ ଏହିପରି ଗୁରମର […]
ନୂଆଦିଲ୍ଲୀ: ନିଜର ଲିଭ ଇନ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି ଦେଇଥିବା ଅଫତାବ ଆମୀନ ପୁନାୱାଲାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅଫତାବ ଗର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ସ୍ୱାଭାବିକ ଭାବେ ଜୀବନ କାଟୁଥିଲା । ଖାଦ୍ୟ ସାମଗ୍ରୀ ସହ ଶ୍ରଦ୍ଧାଙ୍କ ମୁଣ୍ଡକୁ ଫ୍ରିଜ୍ରେ ରଖି ମେକ୍ଅପ୍ କରୁଥିଲା ଓ ଘଣ୍ଟା ଘଣ୍ଟା ଧରି ମୁଣ୍ଡକୁ ଦେଖୁଥିଲା ବୋଲି ପୋଲିସ ଆଗରେ ଅଫତାବ ଏହିପରି ଗୁରମର ଖୋଲିଛି । ଯାହାକୁ ଶୁଣି ପୋଲିସ ଅଫତାବର ପାଗଳାମୀ ଉପରେ ଅବାକ୍ ହୋଇଯାଇଛି ।
ଅଫତାବ ସୂଚନା ଅନୁସାରେ, ଶ୍ରଦ୍ଧାଙ୍କୁ ମାରିବା ପରେ ମୁଣ୍ଡକୁ ଫ୍ରିଜ୍ରେ ରଖିଥିଲା । ଅନ୍ଲାଇନ୍ରୁ ଖାଦ୍ୟ ମଗାଇ ଶ୍ରଦ୍ଧାଙ୍କ ମୁଣ୍ଡ ସହ ରଖୁଥିଲା । ଏହାସହିତ ପ୍ରତ୍ୟେକ ଦିନ ଶ୍ରଦ୍ଧାଙ୍କ ମୁହଁକୁ ମେକ୍ଅପ୍ କରୁଥିଲା ଓ ବହୁ ସମୟ ପର୍ଯ୍ୟନ୍ତ କଟାମୁଣ୍ଡକୁ ଦେଖୁଥିଲା । ହତ୍ୟାର ଦୀର୍ଘଦିନ ଧରି ୩୦୦ ଲିଟରର ଫ୍ରିଜ୍ ଭିତରେ ଅଫତାବ ଶ୍ରଦ୍ଧାଙ୍କ କଟାମୁଣ୍ଡ ରଖିଥିଲା । ପ୍ରତିଦିନ ସେ ଏହି କଟାମୁଣ୍ଡକୁ ମଧ୍ୟ ଦେଖୁଥିଲା ।
ଶ୍ରଦ୍ଧାଙ୍କ ସୋସିଲା ମିଡିଆକୁ ନିଜେ ହ୍ୟାଣ୍ଡେଲ କରୁଥିଲା । ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ତାଙ୍କ ଫୋନରୁ ଅନଲାଇନ ଟ୍ରାଞ୍ଜାକ୍ସନ କରି ନିଜକୁ ୫୪ ହଜାର ଟଙ୍କା ପଠାଇଥିଲା । ଯେତେବେଳେ ବି ଶ୍ରଦ୍ଧା ସହିତ ଆଫତାବ ଝଗଡା କରୁଥିଲା, ସେତେବେଳେ ତାକୁ ମାରିବାକୁ ମନ କରୁଥିଲା ଆଫତାବ । କି;ୁ କେବେ ବି ଏମିତି ସାହସ କରିନଥିଲା ।
ଡେଟିଂ ଆପ୍ ମାଧ୍ୟମରେ ଆଉ ଜଣେ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲା । ଏହାପରେ ତାଙ୍କୁ ମଧ୍ୟ ନିଜ ରୁମକୁ ଆଣିଥିଲା । ନୂଆ ଗର୍ଲଫ୍ରେଣ୍ଡ ରୁମକୁ ଆସିବା ସମୟରେ ଶ୍ରଦ୍ଧାଙ୍କ ଶରୀରର ଏକାଧିକ କଟା ଅଂଶ ଓ ମୁଣ୍ଡ ଫ୍ରିଜ୍ରେ ରହିଥିଲା । ଅଫତାବ ଆଦୌ ବିଚଳିତ ନ ହୋଇ ନୂଆ ଗର୍ଲଫ୍ରେଣ୍ଡଙ୍କ ସହ ରୁମ ଭିତରେ ରୋମାନ୍ସ କରୁଥିଲା । ଏଥିସହ ନୂଆ ଗର୍ଲଫ୍ରେଣ୍ଡଙ୍କ ଆଖିରେ ଧୂଳି ଦେବାକୁ ସେ ଶ୍ରଦ୍ଧାଙ୍କ ମୃତଦେହକୁ ରୁମରେ ଥିବା କପବୋର୍ଡ ଭିତରେ ଲୁଚାଇ ରଖୁଥିଲା ବୋଲି ପୁଲିସ୍ ଜାଣିବାକୁ ପାଇଛି ।
ସେହିପରି ଅଫତାବ ବ୍ୟବହାର କରୁଥିବା ଡେଟିଂ ଆପ୍କୁ ପୋଲିସ ଅଫତାବ ପ୍ରୋଫାଇଲ ସହ ଜଡ଼ିତ ତଥ୍ୟ ମାଗିଛି । ଆପ୍ ଜରିଆରେ ହିଁ ଅଫତାବ ଓ ଶ୍ରଦ୍ଧାଙ୍କ ମଧ୍ୟରେ ବନ୍ଧୁତା ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ୩ ବର୍ଷ ତଳେ ମୁମ୍ବାଇରୁ ଆରମ୍ଭ ହୋଇଥିବା ସେହି ପ୍ରେମ ଚଳିତ ବର୍ଷ ମେ’ ୧୮ରେ ଭୟଙ୍କର ରୂପ ନେଇଥିଲା । ଶ୍ରଦ୍ଧା ଲିଭ ଇନରେ ରହୁଥିବାରୁ ଅଫତାବଙ୍କ ଉପରେ ବିବାହ କରିବା ପାଇଁ ଚାପ ପକାଉଥିଲେ । ଏଥିରେ ଅତିଷ୍ଠ ହୋଇ ଅଫତାବ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ । ଏହାପରେ ତାଙ୍କ ମୃତଦେହକୁ ୩୫ ଖଣ୍ଡ କରି ଫ୍ରିଜ୍ରେ ରଖିଥିଲେ । ଏହି ଖଣ୍ଡବିଖଣ୍ଡିତ ଶରୀରର ଅଂଶକୁ ପର୍ଯ୍ୟାୟକ୍ରମେ ଦିଲ୍ଲୀର ମେହରୁଲି ଜଙ୍ଗଲରେ ଫିଙ୍ଗୁଥିଲା ।




