୩ ଦିନିଆ ରିମାଣ୍ଡରେ ଯିବେ ଅଦ୍ଭିକ୍‌ ଶ୍ରୀବାସ୍ତବ

ଭୁବନେଶ୍ୱର : ଘରୋଇ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରୀ ଆତ୍ମହତ୍ୟା ଘଟଣା। ୩ ଦିନିଆ ରିମାଣ୍ଡରେ ଯିବେ ଛାତ୍ରୀଙ୍କ ପୁରୁଷ ବନ୍ଧୁ ଅଦ୍ଭିକ୍‌ ଶ୍ରୀବାସ୍ତବ । ଛାତ୍ରୀଙ୍କ ମୃତ୍ୟୁ ପୂର୍ବରୁ ସେ ତାଙ୍କୁ ମାନସିକ ଉତ୍ପୀଡ଼ନ ଦେଇଥିଲେ କି ନାହିଁ ସେ ନେଇ ତାଙ୍କ ଠାରୁ ସମସ୍ତ ତଥ୍ୟ ଓଗାଳିବ ପୁଲିସ ଇନ୍‌ଫୋସିଟି ଥାନା ପୁଲିସ। ସେପଟେ ଛାତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ଡାଏରୀରେ ଲେଖାଥିବା ସୁଇସାଇଡାଲ ନୋଟ୍‌କୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ […]

୩ ଦିନିଆ ରିମାଣ୍ଡରେ ଯିବେ ଅଦ୍ଭିକ୍‌ ଶ୍ରୀବାସ୍ତବ
Samaya Live Picture
Published On

ଭୁବନେଶ୍ୱର : ଘରୋଇ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରୀ ଆତ୍ମହତ୍ୟା ଘଟଣା। ୩ ଦିନିଆ ରିମାଣ୍ଡରେ ଯିବେ ଛାତ୍ରୀଙ୍କ ପୁରୁଷ ବନ୍ଧୁ ଅଦ୍ଭିକ୍‌ ଶ୍ରୀବାସ୍ତବ । ଛାତ୍ରୀଙ୍କ ମୃତ୍ୟୁ ପୂର୍ବରୁ ସେ ତାଙ୍କୁ ମାନସିକ ଉତ୍ପୀଡ଼ନ ଦେଇଥିଲେ କି ନାହିଁ ସେ ନେଇ ତାଙ୍କ ଠାରୁ ସମସ୍ତ ତଥ୍ୟ ଓଗାଳିବ ପୁଲିସ ଇନ୍‌ଫୋସିଟି ଥାନା ପୁଲିସ। ସେପଟେ ଛାତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ଡାଏରୀରେ ଲେଖାଥିବା ସୁଇସାଇଡାଲ ନୋଟ୍‌କୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ବୋଲି ସୂଚନା ମିଳିଛି।

ଅନ୍ୟପଟେ ଉଚ୍ଚସ୍ତରୀୟ ତଥ୍ୟ ଅନୁସନ୍ଧାନକାରୀ କମିଟି ଦ୍ୱାରା ଏକ ବୈଠକରେ ମୋଡାଲିଟି ଫିକ୍ସ ହୋଇଛି । କମିଟିର ୩ ସଦସ୍ୟ ବୁଧବାର ଅପରାହ୍ଣରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । କମିଟିର ସଦସ୍ୟ ତଥା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ ବିଦେଶୀ ପ୍ରତିନିଧିଙ୍କ ସହ ଆଲୋଚନା ହୋଇଛି । କ୍ୟାମ୍ପସରେ ଛାତ୍ରଛାତ୍ରୀ ଓ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା ଚାଲିଛି । ତଦନ୍ତ ପରେ ସରକାରଙ୍କୁ ଖୁବଶୀଘ୍ର ରିପୋର୍ଟ ଦିଆଯିବ ।

Tags: