ମାଇନିଂ କମ୍ପାନୀ ସହ ମାଓ ସମ୍ପର୍କ ନେଇ ଖୁଲାସା କଲେ ଏଡିଜି

କନ୍ଧମାଳ: ମାଇନିଂ କମ୍ପାନୀ ସହିତ ମାଓ ସମ୍ପର୍କ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସକୁ ୧୦ ଟନ୍‌ ବିସ୍ଫୋରକ ସାମଗ୍ରୀ ମିଳିବା ଘଟଣାରେ ଏକ ବଡ଼ ସୂଚନା ଦେଇଛନ୍ତି ଏଡିଜି ଅପରେସନ୍ ସଞ୍ଜୀବ ପଣ୍ଡା । ଏଡିଜିଙ୍କ ସୂଚନା ମୁତାବକ, ଗତକାଲି ତୁମୁଡ଼ିବନ୍ଧ ପୋଲିସ ଏକ ପିକଭ୍ୟାନରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏଥିରେ ଆପେକ୍ସ କମ୍ପାନୀର ନାମ ଉଲ୍ଲେଖ ରହିଛି । ଗତ ଜୁଲାଇ ମାସ ୧୭ ତାରିଖରେ ମଧ୍ୟ ଏକ […]

ମାଇନିଂ କମ୍ପାନୀ ସହ ମାଓ  ସମ୍ପର୍କ ନେଇ ଖୁଲାସା କଲେ ଏଡିଜି
Samaya Live Picture
Published On

କନ୍ଧମାଳ: ମାଇନିଂ କମ୍ପାନୀ ସହିତ ମାଓ ସମ୍ପର୍କ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସକୁ ୧୦ ଟନ୍‌ ବିସ୍ଫୋରକ ସାମଗ୍ରୀ ମିଳିବା ଘଟଣାରେ ଏକ ବଡ଼ ସୂଚନା ଦେଇଛନ୍ତି ଏଡିଜି ଅପରେସନ୍ ସଞ୍ଜୀବ ପଣ୍ଡା ।

ଏଡିଜିଙ୍କ ସୂଚନା ମୁତାବକ, ଗତକାଲି ତୁମୁଡ଼ିବନ୍ଧ ପୋଲିସ ଏକ ପିକଭ୍ୟାନରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏଥିରେ ଆପେକ୍ସ କମ୍ପାନୀର ନାମ ଉଲ୍ଲେଖ ରହିଛି । ଗତ ଜୁଲାଇ ମାସ ୧୭ ତାରିଖରେ ମଧ୍ୟ ଏକ ମାଓ ଡମ୍ପରୁ ଆପେକ୍ସ କମ୍ପାନୀର ୬୦୦ ଟନ୍ ଜିଲୋଟିନ୍ ଜବତ ହୋଇଥିଲା । ସେଥିରେ ମଧ୍ୟ ସମାନ କମ୍ପାନୀର ନାମ ଉଲ୍ଲେଖ ରହିଥିଲା । ତେଣୁ ମାଇନିଂ କମ୍ପାନୀ ସହିତ ମାଓବାଦୀଙ୍କ ଲିଙ୍କ୍ ଥିବା ପୋଲିସ ଅନୁମାନ ଲଗାଇଛି । ଯାହାର ଚେର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠ ଚମାଖଣ୍ଡି ଥାନା ଜଗନ୍ନାଥପୁର ଗାଁରୁ ଆନ୍ଧ୍ରପ୍ରଦେଶର କାକିନାଡ଼ା ସହର ପର୍ଯ୍ୟନ୍ତ ଲମ୍ବିଛି ।

ଗତକାଲି ତୁମୁଡ଼ିବନ୍ଧ ପୋଲିସ ୯.୪ ଟନ୍ ଜିଲୋଟିନ୍‌ ଷ୍ଟିକ୍ ଓ ଆପେକ୍ସ ବୁଷ୍ଟର୍, ୪୦୦୦ ଡିଟୋନେଟର୍, ୪୩ଟି ବିଦ୍ୟୁତ୍‌ ତାର, ୩୮ଟି କୋରଡେକ୍ସ୍‌, ୨ଟି ବ୍ୟାଟେରୀ, ୨ ଲକ୍ଷ ୮୦ ହଜାର ଟଙ୍କା, ଅନ୍‌ଲାଇନ ଟ୍ରାନ୍‌ସଫର ହୋଇଥିବା ୧ ଲକ୍ଷ ଟଙ୍କା, ମୋବାଇଲ୍ ଓ ପିକ୍‌ଅପ୍‌ ଭ୍ୟାନ ଜବତ କରାଯାଇଛି । ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ ତଥା ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ତଳଦାନ୍ତଲିଙ୍ଗି ଗାଁର ଆଲବୁଟ୍‌ କୁମାର ପାତ୍ର (ଆଲୋକ), ବ୍ରହ୍ମପୁର ସହର ନିକଟ ଗୋପାଳପୁର ଥାନା ଆମ୍ବପୁଆର ହେମନ୍ତ ସେଠୀ ଓ ଭବାନୀପାଟଣା ଜଳେଶ୍ଵର ମନ୍ଦିରପଡ଼ା ଗାଁର ଶକ୍ତିରଞ୍ଜନ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ତଦନ୍ତ ବେଳେ ଜଣାପଡ଼ିଛି ଯେ ଅଭିଯୁକ୍ତ ହେମନ୍ତ ଏହି ବିସ୍ଫୋରକ ସାମଗ୍ରୀ ସବୁ ଆନ୍ଧ୍ରପ୍ରଦେଶର କାକିନାଡାରୁ ଆଣୁଥିଲା । ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ଗାଁରେ ଥିବା ଏକ ଆଦର୍ଶ ଗାଈଗୁହାଳରେ ଗଚ୍ଛିତ ରଖି ସେଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବେଆଇନ ଭାବେ ଚାଲାଣ କରୁଥିଲା । ଗତକାଲି ରାତିରେ ଏକ ପିକ୍‌ଅପ୍ ଭ୍ୟାନ୍ ରେ ବିସ୍ଫୋରକ ଚାଲାଣ ହେଉଥିବାବେଳେ ତୁମୁଡ଼ିବନ୍ଧ ପୋଲିସ ସନ୍ଦେହ କରି ଯାଞ୍ଚ କରିବା ପରେ ବିସ୍ଫୋରକ ଜବତ କରିଥିଲା । ଡ୍ରାଇଭରକୁ ଅଟକ ରଖିବା ପରେ ସମସ୍ତ ତଥ୍ୟ ପଦାକୁ ଆସିଥିଲା ।

Tags: