ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର
ନୟାଗଡ଼ : ଭିଜିଲାନ୍ସ ଜାଲରେ ପଡିଲେ ଅତିରିକ୍ତ ତହସିଲଦାର । ୩ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ନୟାଗଡ ଜିଲ୍ଲା ଗଣିଆ ଅତିରିକ୍ତ ତହସିଲଦଦାର ବନମାଳୀ ପରିଡା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଘଟଣାସ୍ଥଳରୁ ୩ ହଜାର ଟଙ୍କା ଜବତ ସହିତ,ତାଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି ନୟାଗଡ଼ ଭିଜିଲାନ୍ସ ଟିମ I ଅଭିଯୋଗ ଅନୁସାରେ, ମହାନଦୀ ଘାଟରୁ ଚୋରା ବାଲି ଟ୍ରକ୍ ଜବତ ହୋଇଥିଲା I ଏହାକୁ ଛାଡ଼ିବା ପାଇଁ ଟ୍ରକ ମାଲିକ […]
ନୟାଗଡ଼ : ଭିଜିଲାନ୍ସ ଜାଲରେ ପଡିଲେ ଅତିରିକ୍ତ ତହସିଲଦାର । ୩ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ନୟାଗଡ ଜିଲ୍ଲା ଗଣିଆ ଅତିରିକ୍ତ ତହସିଲଦଦାର ବନମାଳୀ ପରିଡା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଘଟଣାସ୍ଥଳରୁ ୩ ହଜାର ଟଙ୍କା ଜବତ ସହିତ,ତାଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି ନୟାଗଡ଼ ଭିଜିଲାନ୍ସ ଟିମ I
ଅଭିଯୋଗ ଅନୁସାରେ, ମହାନଦୀ ଘାଟରୁ ଚୋରା ବାଲି ଟ୍ରକ୍ ଜବତ ହୋଇଥିଲା I ଏହାକୁ ଛାଡ଼ିବା ପାଇଁ ଟ୍ରକ ମାଲିକ ଦଶପଲ୍ଲା ଦୁଆର ଗାଁର ଅଜିତ ପ୍ରଧାନଙ୍କୁ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବରୁ ଆଗରୁ ୧୦ ହଜାର ଟଙ୍କା ନେଇଥିଲେ ଅତିରିକ୍ତ ତହସିଲଦାର । ଆଜି ବାକି ୩ ହଜାର ନେଲା ବେଳେ ନୟାଗଡ଼ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପୂର୍ବରୁ ଏ ସମ୍ପର୍କରେ ଟ୍ରକ ମାଲିକ ଅଜିତ ନୟାଗଡ଼ ଭିଜିଲାନ୍ସ ଟିମ ସହିତ ଯୋଗାଯୋଗ କରିଥିଲେ I




