ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ,୭ଟି ସ୍ଥାନରେ ଚଢାଉ ଜାରି
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଲେ ଆଉ ଜଣେ ସରକାରୀ ବାବୁ I ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗରର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ଘର,ଅଫିସ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ସୂଚନା ଅନୁଯାୟୀ, ଅତିରିକ୍ତ ସିଭିଲ ସପ୍ଲାଇ ଅପିସର ସଞ୍ଜୟ ସାହୁଙ୍କ ପାଖରେ ଆୟ ଠାରୁ ଅଧିକ ସଂପତ୍ତି ଥିବା ନେଇ ଭିଜିଲାନ୍ସକୁ ଖବର ହୋଇଥିଲା […]
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଲେ ଆଉ ଜଣେ ସରକାରୀ ବାବୁ I ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗରର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ଘର,ଅଫିସ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ।
ସୂଚନା ଅନୁଯାୟୀ, ଅତିରିକ୍ତ ସିଭିଲ ସପ୍ଲାଇ ଅପିସର ସଞ୍ଜୟ ସାହୁଙ୍କ ପାଖରେ ଆୟ ଠାରୁ ଅଧିକ ସଂପତ୍ତି ଥିବା ନେଇ ଭିଜିଲାନ୍ସକୁ ଖବର ହୋଇଥିଲା । ଏହାପରେ ଭିଜିଲାନ୍ସ ଟିମ୍ ଆଜି ସକାଳୁ ସଞ୍ଜୟ ସାହୁଙ୍କ ଭୁବନେଶ୍ୱର ଘର ଅଫିସ ସମେତ ୭ଟି ସ୍ଥାନରେ ଚଢାଉ ଆରମ୍ଭ କରିଥିଲା । ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୫ ଜଣ ଡ଼ିଏସପି, ୧୨ ଜଣ ଇନିସ୍ପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ।
ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଶ୍ରୀବିହାରର ଡି. ହାବିଟାଟରେ ଥିବା ଫ୍ଲାଟ ନମ୍ବର ୩୦୪, ପଟିଆର କ୍ଷେତ୍ରବାସୀ ରେସିଡେନ୍ସି ଓ କେ. ପ୍ଲାଜା, ଚନ୍ଦ୍ରଶେଖରପୁରର ହାଉସିଂ ବୋର୍ଡ ଓ ନହରକଣ୍ଟାରେ ଥିବା ପ୍ଲଟ ନମ୍ବର ୧୭୮୨ରେ ଚଢ଼ାଉ ହୋଇଛି। ସେହିପରି ଗଞ୍ଜାମ ଭଞ୍ଜନଗରର ଭଡ଼ା ଘର ଓ କାର୍ଯ୍ୟାଳୟ ସହ ମୟୂରଭଞ୍ଜ ପାଣ୍ଡରଶିଳା ଗାଁରେ ରେଡ୍ କରିଛି ଭିଜିଲାନ୍ସ ଟିମ୍। ପୂର୍ବରୁ କାମାକ୍ଷାନଗରରେ ଆସିଷ୍ଟାଣ୍ଡ ସିଭିଲ୍ ସପ୍ଲାଇ ଅଫିସର ଥିଲେ ସଞ୍ଜୟ । ତେବେ ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବାବେଳେ,ସମସ୍ତ ସମ୍ପତ୍ତିର ଆକଳନ କରାଯାଇପାରି ନାହିଁ I




