ଭିଜିଲାନ୍ସ ଜାଲରେ ଅତିରିକ୍ତ ଉପ-ଜିଲ୍ଲାପାଳ

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପୁଣି ଜଣେ ସରକାରୀ ବାବୁ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ I ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ସମେତ ଏକକାଳୀନ ୯ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି I ସୂଚନା ଅନୁସାରେ, ଭିଜିଲାନ୍ସ ବିଭାଗର ୯ଟି ଟିମ୍‌ ନବରଙ୍ଗପୁର ସରକାରୀ ବାସଭବନ, କାର୍ଯ୍ୟାଳୟ ସମେତ ଭଦ୍ରକ ଜିଲ୍ଲା ସ୍ଥିତ ପ୍ରଶାନ୍ତଙ୍କ […]

Samaya Live Picture
Published On

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପୁଣି ଜଣେ ସରକାରୀ ବାବୁ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ I ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ସମେତ ଏକକାଳୀନ ୯ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି I

ସୂଚନା ଅନୁସାରେ, ଭିଜିଲାନ୍ସ ବିଭାଗର ୯ଟି ଟିମ୍‌ ନବରଙ୍ଗପୁର ସରକାରୀ ବାସଭବନ, କାର୍ଯ୍ୟାଳୟ ସମେତ ଭଦ୍ରକ ଜିଲ୍ଲା ସ୍ଥିତ ପ୍ରଶାନ୍ତଙ୍କ ବାସଭବନ, ଭୁବନେଶ୍ୱର ସ୍ଥିତ କାନନ ବିହାରର ଏକ ଘରେ ରେଡ୍‌ କରିଛି।

ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ୯ଟି ଟିମ୍ ସାମିଲ ହୋଇଛନ୍ତି।ଏଥିରେ ୨ ଜଣ ଅତିରିକ୍ତ ଏସପି, ୭ ଡିଏସପି ଓ ୮ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ଉଲ୍ଲେଖଯୋଗ୍ୟ,ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୯ଟି ଟିମ୍ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ପ୍ରଶାନ୍ତ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ କୌଣସି କାମ ପାଇଁ ବିରିପାଣି ପଞ୍ଚାୟତର ଜଣେ ଅଧିକାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ।

Tags: