ଅଭିନେତ୍ରୀ ତୁନିଷା ଶର୍ମାଙ୍କ ଆତ୍ମହତ୍ୟା ଘଟଣାରେ ସହ କଳାକାର ସିଜାନ ଖାଁ ଗିରଫ

ମୁମ୍ବାଇ : ଅଭିନେତ୍ରୀ ତୁନିଷା ଶର୍ମାଙ୍କ ଆତ୍ମହତ୍ୟା ଘଟଣା I ମା’ଙ୍କ ଅଭିଯୋଗ ପରେ ସହ କଳାକାର ଶିଜାନ୍‌ ଖାନ୍‌ଙ୍କୁ ଗିରଫ କରିଛି ମୁମ୍ବାଇ ୱାଲିଭ୍‌ ପୋଲିସ । ଆତ୍ମହତ୍ୟା ପାଇଁ ଉକ୍‌ସାଇବା ମାମଲାରେ ଶିଜାନ୍‌ଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ପୋଲିସ ଆଇପିସି ଧାରା ୩୦୬ରେ ମାମଲା ରୁଜୁ କରିଛି । ରବିବାର ଦିନ ତାଙ୍କୁ ଭାସାଇ କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରୁ ତାଙ୍କୁ ପୋଲିସ ୪ ଦିନିଆ ରିମାଣ୍ଡରେ ନେଇଛି । ଏହି […]

Samaya Live Picture
Published On

ମୁମ୍ବାଇ : ଅଭିନେତ୍ରୀ ତୁନିଷା ଶର୍ମାଙ୍କ ଆତ୍ମହତ୍ୟା ଘଟଣା I ମା’ଙ୍କ ଅଭିଯୋଗ ପରେ ସହ କଳାକାର ଶିଜାନ୍‌ ଖାନ୍‌ଙ୍କୁ ଗିରଫ କରିଛି ମୁମ୍ବାଇ ୱାଲିଭ୍‌ ପୋଲିସ । ଆତ୍ମହତ୍ୟା ପାଇଁ ଉକ୍‌ସାଇବା ମାମଲାରେ ଶିଜାନ୍‌ଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ପୋଲିସ ଆଇପିସି ଧାରା ୩୦୬ରେ ମାମଲା ରୁଜୁ କରିଛି । ରବିବାର ଦିନ ତାଙ୍କୁ ଭାସାଇ କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରୁ ତାଙ୍କୁ ପୋଲିସ ୪ ଦିନିଆ ରିମାଣ୍ଡରେ ନେଇଛି । ଏହି ଘଟଣାରେ ୱାଲିଭ ପୋଲିସ ଅଧିକ ତଦନ୍ତ ଚଳାଇଛି I

ସୂଚନାନୁସାରେ ଗତ ଶନିବାର ଦିନ ସବ ଟିଭିରେ ପ୍ରସାରିତ ସିରିଏଲ ଅଲୀ ବାବା-ଦାସ୍ତା-ଇ-କବୁଲରେ ଅଭିନୟ କରୁଥିବା ତୁନିଷା ସୁଟିଂ ସେଟ ରେ ଆତ୍ମହତ୍ୟା କରିଥିଲେ I ସେ ସେଟର ମେକଅପ୍‌ ରୁମରେ ଥିବା ଫ୍ୟାନ୍‌ରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ I ଅଭିନେତ୍ରୀ ତୁନିଶା ଶର୍ମାଙ୍କ ପୋଷ୍ଟମର୍ଟମ ବିଳମ୍ବିତ ରାତିରେ ମୁମ୍ବାଇର ଜେଜେ ହସ୍ପିଟାଲରେ ହୋଇଥିଲା। ପୋଷ୍ଟମର୍ଟମ ସମୟରେ ୪ -୫ ଡାକ୍ତର ଉପସ୍ଥିତ ଥିଲେ ଏବଂ ପୋଷ୍ଟମର୍ଟମର ଭିଡିଓଗ୍ରାଫି ମଧ୍ୟ କରାଯାଇଥିଲା । ଫାସୀ ଲଗାଇବା ଯୋଗୁଁ ଶ୍ବାସରୁଦ୍ଧ ହୋଇ ତୁନିଷା ଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି I

ମୁମ୍ବାଇ ଏସିପି ଚନ୍ଦ୍ରକାନ୍ତ ଯାଦବଙ୍କ ସୂଚନାନୁସାରେ ତୁନିଶା ଏବଂ ଶିଜାନ୍‌ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ମାତ୍ର ୧୫ ଦିନ ପୂର୍ବରୁ ସିଜାନ ବ୍ରେକ ଅପକରିଥିଲେ, ଯେଉଁଥିପାଇଁ ତୁନିଷା ଅବସାଦରେ ଥିଲେ I ମାତ୍ର ଆତ୍ମହତ୍ୟା ର ୫ ଘଣ୍ଟା ପୂର୍ବରୁ ତୁନିଷା ନିଜ ସୋସିଆଲ ଆକାଉଣ୍ଟ ରେ ଏକ ଭିଡିଓ ସେୟାର କରିଥିଲେ I