ଅଭିନେତ୍ରୀ ତୁନିଷା ଶର୍ମା ମୃତ୍ୟୁ ମାମଲାରେ ନୂଆ ମୋଡ଼,ଶିଜାନଙ୍କ ପରିବାର କଲେ ପ୍ରେସ ମିଟ
ମୁମ୍ବାଇ : ଟେଲି ଅଭିନେତ୍ରୀ ତୁନିଷା ଶର୍ମା ମୃତ୍ୟୁ ମାମଲାରେ ନୂଆ ମୋଡ଼ I ସାମ୍ବାଦିକ ସମ୍ମିଳନୀ କରି ଖୁଲାସା କଲେ ଶୀଜାନ ଙ୍କ ପରିବାର I ସାମ୍ବାଦିକ ସମ୍ମିଳନୀରେ ଶୀଜାନଙ୍କ ମା’ଭଉଣୀ ଓ ଓକିଲ ଏହି ସମ୍ବେଦନଶୀଳ ଘଟଣାର କରିଛନ୍ତି ବଡ଼ ଖୁଲାସା I ତାଙ୍କ କହିବା ମୁତାବକ ଶୀଜାନ ଓ ତୁନିଷା ଙ୍କ ବ୍ରେକ ଅପ ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିଥିଲା I ଶୀଜାନଙ୍କ ଭଉଣୀ ଫଲକ ନାଜ କହିଛନ୍ତି […]
ମୁମ୍ବାଇ : ଟେଲି ଅଭିନେତ୍ରୀ ତୁନିଷା ଶର୍ମା ମୃତ୍ୟୁ ମାମଲାରେ ନୂଆ ମୋଡ଼ I ସାମ୍ବାଦିକ ସମ୍ମିଳନୀ କରି ଖୁଲାସା କଲେ ଶୀଜାନ ଙ୍କ ପରିବାର I ସାମ୍ବାଦିକ ସମ୍ମିଳନୀରେ ଶୀଜାନଙ୍କ ମା’ଭଉଣୀ ଓ ଓକିଲ ଏହି ସମ୍ବେଦନଶୀଳ ଘଟଣାର କରିଛନ୍ତି ବଡ଼ ଖୁଲାସା I ତାଙ୍କ କହିବା ମୁତାବକ ଶୀଜାନ ଓ ତୁନିଷା ଙ୍କ ବ୍ରେକ ଅପ ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିଥିଲା I ଶୀଜାନଙ୍କ ଭଉଣୀ ଫଲକ ନାଜ କହିଛନ୍ତି ଯେ ତୁନିଶା ଶର୍ମା ତାଙ୍କ ବଡ଼ ଭଉଣୀ ପରି ଥିଲେ। ଯଦିଓ ଉଭୟଙ୍କର ରକ୍ତ ସମ୍ପର୍କ ନଥିଲା, କିନ୍ତୁ ସେମାନଙ୍କର ସମ୍ପର୍କ ବହୁତ ଭଲ ଥିଲା I ତୁନିଶାଙ୍କ ମୃତ୍ୟୁ ମାମଲାରେ ଶୀଜାନ ନାମ ପଦାକୁ ଆସିବା ପରେ ତାଙ୍କ ଭଉଣୀ ଫାଲକ ନାଜ ଏବଂ ଶଫକ ନାଜ, ମା କହକ ନଜ ଖାନ ଏବଂ ଶୀଜାନଙ୍କ ଓକିଲ ଶୈଳେନ୍ଦ୍ର ମିଶ୍ର ଓ ଶରଦ ରାୟ ଏହି ସୂଚନା ଦେଇଛନ୍ତି I
ସୋମବାର ଦିନ ଶୀଜାନ ଖାନଙ୍କ ସମ୍ପର୍କୀୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୨୪ ଡିସେମ୍ବରରେ ତୁନିଶା ଶର୍ମା ଯାହା କରିଥିଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେ କହିଥିଲେ ଯେ ଡିସେମ୍ବର ୨୩ ରେ ତୁନିଶା ପାର୍ଥ ଶ୍ରୀବାସ୍ତବଙ୍କ କୋଠରୀକୁ ଆସିଥିଲେ,ଯେଉଁଠାରେ ଶୀଜାନ ମଧ୍ୟ ବସିଥିଲେ। ଉଭୟଙ୍କ ମଧ୍ୟରେ ସବୁକିଛି ଠିକଠାକ ଥିଲା I ସେହିଦିନ ତୁନିଷା ଶର୍ମା ଏକ ଫାଶୀ ଦଉଡି କରି ପାର୍ଥ ଙ୍କୁ ଦେଖାଇଥିଲେ I ଏହି ଘଟଣାରେ ଶିଜାନଙ୍କ ମା’ କହିଥିଲେ କି, ଯାହା କିଛି ସତ୍ୟତା ଅଛି, ଆମେ ତାହାକୁ ସାମ୍ନାକୁ ଆଣିବାକୁ ଆସିଛୁ। ଯେଉଁ ପ୍ରକାରର ମିଡିଆ ଟ୍ରାଏଲ ହୋଇଥିଲା,ତାହା ଭୁଲ୍ ଥିଲା I ତୁନିଶା ୨୧ , ୨୨ ଏବଂ ୨୩ ଡିସେମ୍ବରରେ ତାଙ୍କ ଘରକୁ ଯାଇ ନଥିଲେ ଏବଂ ସେଦିନ ଶୀଜାନ ଖାନଙ୍କ ସହ ମଧ୍ୟ କଥା ହୋଇନଥିଲେ । ତେବେ ତୁନିଷା ଓ ଶୀଜାନ ଙ୍କ ମଧ୍ୟରେ ଯେତିକିଦିନ ସମ୍ପର୍କ ଥିଲା ଉଭୟେ ବହୁତ ଖୁସିଥିଲେ I ଆମ ପରିବାର ସହିତ ମଧ୍ୟ ତୁନିଷାଙ୍କର ମଧୁର ସମ୍ପର୍କ ରହିଥିଲା I

ଏହି ଘଟଣା ପରେ ତୁନିଷାଙ୍କ ମା’ଙ୍କୁ ସେଟ୍କୁ ଡକାଯାଇଥିଲା ଏବଂ ତାଙ୍କୁ ଏ ସବୁ ବିଷୟରେ କୁହାଯାଇଥିଲା। ଏପରି କି, ତୁନିଷାଙ୍କୁ ଏକୁଟିଆ ନ ଛାଡ଼ିବାକୁ ତୁନିଷାଙ୍କ ମା’ଙ୍କୁ କୁହଯାଇଥିଲା। ଶିଜାନଙ୍କ ପରିବାର ଲୋକେ କହିଥିଲେ, ୧୫ ମିନିଟ୍ର କୌଣସି ରହସ୍ୟ ନାହିଁ। ଶିଜାନଙ୍କୁ ଏଫ୍ ଆଣ୍ଡ ବି ହସ୍ପିଟାଲରୁ ଉଠାଇ ନିଆଯାଇଥିଲା। ତାଙ୍କ ଫୋନ୍ ହ୍ଵାଟ୍ସଆପରୁ କିଛି ବି ବାହାରି ନ ଥିଲା।
ଶୀଜାନଙ୍କ ସମ୍ପର୍କୀୟମାନେ ମଧ୍ୟ ତୁନିଶାଙ୍କ ମା’ଓ କଥିତ ମାମୁଁ ପୱନ ଶର୍ମାଙ୍କ ଉପରେ ଆରୋପ ଲଗାଇଛନ୍ତି I ସେ କହିଛନ୍ତି ଯେ ତୁନିଶାଙ୍କ ମା ଏବଂ ତାଙ୍କ ତଥାକଥିତ ଭାଇ ପୱନ ଶର୍ମା ତୁନିଷାଙ୍କ ଉପରେ ଅତ୍ୟଧିକ କଠୋର ଥିଲେ I ତୁନିଷାଙ୍କ କ୍ଷେତ୍ରରେ ତାଙ୍କ ମା’ଙ୍କ ଛଡା ତାଙ୍କ ମାମୁଁଙ୍କର ଅତ୍ୟଧିକ ହସ୍ତକ୍ଷେପ ରହୁଥିଲା I ଏହାକୁ ନେଇ ବେଳେବେଳେ ତୁନିଷା ଚିଡି ଯାଉଥିଲେ I ତେବେ ତୁନିଷାଙ୍କ ଏହି ମାମୁଁ ତାଙ୍କ ମ୍ୟାନେଜର ଥିଲେ। ଯାହାଙ୍କୁ ୪ ବର୍ଷ ସେ ବାହାର କରିଦେଇଥିଲେ I
ସୂଚନାନୁସାରେ ଗତ ଡିସେମ୍ବର ୨୪ ତାରିଖରେ ସବ ଟିଭିରେ ପ୍ରସାରିତ ଅଲିବାବା ସୁଟିଂ ସେଟରେ ଓଢଣିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ଅଭିନେତ୍ରୀ ତୁନିଷା ଶର୍ମା I ଏହି ପୁରା ମାମଲା (ତୁନିଶା ଶର୍ମା ମୃତ୍ୟୁ ମାମଲା) କୁ ଲଭ ଜିହାଦ କୁହାଯାଉଥିଲା କିନ୍ତୁ ପ୍ରାଥମିକ ତଦନ୍ତ ପରେ ପୋଲିସ ଏହାକୁ ଖାରଜ କରିଦେଇଥିଲା।




