ଅଭିନେତ୍ରୀ ମୌସୁମୀ ନାୟକ ଗିରଫ

ଭୁବନେଶ୍ୱର : ବ୍ଲାକମେଲିଂ ଅଭିଯୋଗରେ ଅଭିନେତ୍ରୀ ମୌସୁମୀ ନାୟକ ଗିରଫ । ମିଛ ଧମକ ଚମକ ଦେଇ ଲେଖିକାଙ୍କଠାରୁ କରୁଥିଲେ ଅର୍ଥ ଆଦାୟ I ଏହା ସହିତ ଲେଖିକା ବନସ୍ମିତା ପତିଙ୍କ ପରିବାରକୁ ସର୍ବସାଧାରଣରେ ଅପମାନିତ କରିବା ଭଳି ଶବ୍ଦ ପ୍ରୟୋଗ କରିଥିଲେ I ଏନେଇ ବନସ୍ମିତା ପତି ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ I ତାଙ୍କ ଅଭିଯୋଗ ଆଧାରରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କମିଶନରେଟ ପୁଲିସ ମାମଲା ରୁଜୁ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନେଇ […]

Samaya Live Picture
Published On

ଭୁବନେଶ୍ୱର : ବ୍ଲାକମେଲିଂ ଅଭିଯୋଗରେ ଅଭିନେତ୍ରୀ ମୌସୁମୀ ନାୟକ ଗିରଫ । ମିଛ ଧମକ ଚମକ ଦେଇ ଲେଖିକାଙ୍କଠାରୁ କରୁଥିଲେ ଅର୍ଥ ଆଦାୟ I ଏହା ସହିତ ଲେଖିକା ବନସ୍ମିତା ପତିଙ୍କ ପରିବାରକୁ ସର୍ବସାଧାରଣରେ ଅପମାନିତ କରିବା ଭଳି ଶବ୍ଦ ପ୍ରୟୋଗ କରିଥିଲେ I ଏନେଇ ବନସ୍ମିତା ପତି ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ I ତାଙ୍କ ଅଭିଯୋଗ ଆଧାରରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କମିଶନରେଟ ପୁଲିସ ମାମଲା ରୁଜୁ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନେଇ ଏସିପି ରମେଶ ବିଶୋଇ ସୂଚନା ଦେଇଛନ୍ତି ।

ସୂଚନାନୁସାରେ,ଗତ ବର୍ଷେ ହେବ ରାଜଧାନୀର ଯୁବ ଲେଖିକା ବନସ୍ମିତା ଓ ଅଭିନେତ୍ରୀ ମୌସୁମୀ ନାୟକଙ୍କ ମଧ୍ୟରେ ମଧୁର ସମ୍ପର୍କ ଗଢି ଉଠିଥିଲା I ବନସ୍ମିତା ସେୟାର ମାର୍କେଟରେ ବିନିଯୋଗ ପାଇଁ ମୌସୁମୀଙ୍କ ଠାରୁ ୫ ଲକ୍ଷ ୮୦ ହଜାର ଟଙ୍କା ନେଇଥିଲେ । ଏହାପରେ ବନସ୍ମିତା ତାଙ୍କୁ ଟଙ୍କା ଫେରାଇ ଦେଇଥିଲେ । ତେବେ ଏହି ଟଙ୍କା ନେଣ ଦେଣକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ବନସ୍ମିତାଙ୍କୁ ମୌସୁମୀ ବ୍ଲାକମେଲ୍ କରି ଅଧିକ ଟଙ୍କା ଆଦାୟ କରିବା ସହ ହତ୍ୟା ପାଇଁ ଧମକ ଚମକ ଦେଉଥିଲେ । ଏପରିକି ସର୍ବସମ୍ମୁଖରେ ବଦନାମ କରିବେ ବୋଲି କହିଥିଲେ । ତା’ସହ ମୌସୁମୀ ଚନ୍ଦକା ଥାନାରେ ଏତଲା ଦେବା ସହ ବନସ୍ମିତାଙ୍କ ବିରୋଧରେ ମିଡ଼ିଆରେ ନାନା ଟିପ୍ପଣୀ ଦେଇଥିଲେ । ଏହାକୁ ନେଇ ବିବାଦ ଉଗ୍ର ହେବା ପରେ ବନସ୍ମିତା ଇନଫୋସିଟି ଥାନାର ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାର ସତ୍ୟାସତ୍ୟ ଜଣା ପଡ଼ି ନଥିବାବେଳେ ପୂର୍ବରୁ ମୌସୁମୀ ମଧ୍ୟ ବନସ୍ମିତାଙ୍କ ନାଁରେ ଚନ୍ଦକା ଥାନାରେ ଟଙ୍କା ଦେଣନେଣକୁ ନେଇ ଅଭିଯୋଗ କରିଥିଲେ I ଇନଫୋସିଟି ଥାନା ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି I

Tags: