ଅଭିନେତା ପାର୍ଥସାରଥୀ ରାୟ ଗିରଫ

ଭୁବନେଶ୍ୱର : ଓଲିଉଡ ଅଭିନେତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଓଡ଼ିଆ ଅଭିନେତା ପାର୍ଥ ସାରଥୀ ରାୟ ଗିରଫ । ପାର୍ଥଙ୍କୁ ବାନ୍ଧିଲା ଭୁବନେଶ୍ବର ବଡ଼ଗଡ଼ ପୁଲିସ୍ । ଛାଡପତ୍ର ମାମଲାରେ କୋର୍ଟ ନିୟମ ଅବମାନନା କରିଥିବାରୁ ତାଙ୍କ ବିରୋଧରେ ଏନବିଡବ୍ଲ୍ୟୁ ନିର୍ଦ୍ଦେଶ ଦେଇଥିଲେ ଭୁବନେଶ୍ବର JMFC କୋର୍ଟ । ଏନବିଡବ୍ଲୁ ଆଧାରରେ ତାଙ୍କୁ ଆଜି ବଡ଼ଗଡ଼ ପୁଲିସ ଗିରଫ କରିଛି । ପାର୍ଥସାରଥୀ ରାୟ ବିଭିନ୍ନ ଓଡ଼ିଆ ସିରିଏଲ ଏବଂ ଫିଲ୍ମରେ ଅଭିନୟ କରିଛନ୍ତି । […]

ଅଭିନେତା ପାର୍ଥସାରଥୀ ରାୟ ଗିରଫ
Samaya Live Picture
Published On

ଭୁବନେଶ୍ୱର : ଓଲିଉଡ ଅଭିନେତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଓଡ଼ିଆ ଅଭିନେତା ପାର୍ଥ ସାରଥୀ ରାୟ ଗିରଫ । ପାର୍ଥଙ୍କୁ ବାନ୍ଧିଲା ଭୁବନେଶ୍ବର ବଡ଼ଗଡ଼ ପୁଲିସ୍ । ଛାଡପତ୍ର ମାମଲାରେ କୋର୍ଟ ନିୟମ ଅବମାନନା କରିଥିବାରୁ ତାଙ୍କ ବିରୋଧରେ ଏନବିଡବ୍ଲ୍ୟୁ ନିର୍ଦ୍ଦେଶ ଦେଇଥିଲେ ଭୁବନେଶ୍ବର JMFC କୋର୍ଟ । ଏନବିଡବ୍ଲୁ ଆଧାରରେ ତାଙ୍କୁ ଆଜି ବଡ଼ଗଡ଼ ପୁଲିସ ଗିରଫ କରିଛି ।

ପାର୍ଥସାରଥୀ ରାୟ ବିଭିନ୍ନ ଓଡ଼ିଆ ସିରିଏଲ ଏବଂ ଫିଲ୍ମରେ ଅଭିନୟ କରିଛନ୍ତି । ଓଡ଼ିଆ ସିନେମା ଫାଲଗୁନ ଚୈତ୍ର, ଡାଲଚିନି, ତ୍ରିକନ୍ୟା, ଚରିତ୍ର, ଡିୟର ପୁରୁଷ ଆଦି ସିନେମାରେ ତାଙ୍କୁ ଦେଖିବାକୁ ମିଳିଛି ।

ପାର୍ଥଙ୍କ ବିରୋଧରେ ହତ୍ୟା ଧମକ ଓ ଭିଡିଓ ଭାଇରାଲ ,ସଙ୍ଗୀନ ଅଭିଯୋଗ ଆସିଥିଲା । ଖାରବଳ ନଗର ଥାନାରେ ଦୀର୍ଘ ଦିନ ଧରି ଅଭିଯୋଗ ହୋଇଥିଲା । ସେହି ମାମଲାର ଶୁଣାଣି ପାଇଁ କୋର୍ଟଙ୍କ ପକ୍ଷରୁ ବାରମ୍ବାର ସମନ ଆସିଥିଲେ ମଧ୍ୟ ହାଜର ହୋଇନଥିଲେ ପାର୍ଥସାରଥୀ । ଏନେଇ ତାଙ୍କୁ ପୂର୍ବରୁ ଭୁବନେଶ୍ବର ଜେଏମଫସି କୋର୍ଟରେ ହାଜର କରାଯାଇଥିଲା । ତାଙ୍କର ଆଚରଣ କୋର୍ଟଙ୍କୁ ଅବମାନନା ଭଳି ଥିଲା । ଏହାପରେ ଅଦାଲତ ତାଙ୍କ ନାଁରେ ଗିରଫ ବିହୀନ ପରଓ୍ବାନା ଜାରି କରିଥିଲେ । ତେବେ ଗୁରୁବାର ଭୁବନେଶ୍ବର ବଡ଼ଗଡ଼ ପୁଲିସ୍ ପାର୍ଥସାରଥୀଙ୍କୁ ଗିରଫ କରିଛି । ପାର୍ଥ ସାରଥୀଙ୍କ ବିରୁଦ୍ଧରେ BNSର ଧାରା ୩୫୪, ୩୦୭, ୩୬୭, ୫୦୬ ଏବଂ ଆର୍ମସ ଆକ୍ଟ ଭଳବି ସଙ୍ଗୀନ ଦଫା ଲାଗିଛି ।

Tags: