ACF ସୌମ୍ୟରଂଜନ ମୃତ୍ୟୁ ମାମଲାର ହେବ ପୁନଃବିଚାର
ପାରଳାଖେମୁଣ୍ଡି : ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ହେବ ପୁନଃବିଚାର I ପାରଳାଖେମୁଣ୍ଡି ଏସଡିଜେଏମଙ୍କ ନିକଟରେ ମାମଲାର ପୁନର୍ବିଚାର ପାଇଁ ଆବେଦନ କରିଛନ୍ତି ଏସିଏଫ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର I ତାଙ୍କ ଆବେଦନ ପତ୍ରରେ ସେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ କରିଛନ୍ତି I ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ […]
ପାରଳାଖେମୁଣ୍ଡି : ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ହେବ ପୁନଃବିଚାର I ପାରଳାଖେମୁଣ୍ଡି ଏସଡିଜେଏମଙ୍କ ନିକଟରେ ମାମଲାର ପୁନର୍ବିଚାର ପାଇଁ ଆବେଦନ କରିଛନ୍ତି ଏସିଏଫ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର I ତାଙ୍କ ଆବେଦନ ପତ୍ରରେ ସେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ କରିଛନ୍ତି I ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମ ଏହି ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୨୦ ଓ ୧୨୦(ବି) ଅନୁଯାୟୀ ସେମାନଙ୍କ ବିରୋଧରେ ଏହି ସମନ ଜାରି ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୨୭ ତାରିଖରେ ହାଜର ହେବାକୁ ସମନ କରାଯାଇଛି । ଆବେଦକାରୀଙ୍କ ଆବେଦନ, ରେକର୍ଡ କରାଯାଇଥିବା ବୟାନ ଏବଂ ଅନ୍ୟାନ୍ୟ ଦଲିଲ ଦସ୍ତାବିଜକୁ ତର୍ଜମା କରି କୋର୍ଟ କହିଛନ୍ତି ଯେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ରଚିବା ଅଭିଯୋଗ ବିଚାରଯୋଗ୍ୟ ।
ସୂଚନାଯୋଗ୍ୟ,୨୦୨୧ ମସିହା ଜୁଲାଇ ୧୩ ତାରିଖ ରାତିରେ ପାରଳାଖେମୁଣ୍ଡି ସରକାରୀ କ୍ୱାର୍ଟରରେ ସ୍ୱାମୀ ସ୍ତ୍ରୀ ଥିବା ସମୟରେ ରହସ୍ୟଜନକ ଭାବରେ ସୌମ୍ୟରଞ୍ଜନଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କ ଶରୀରର ୮୦ ପ୍ରତିଶତ ପୋଡିଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ରାସ୍ତାରେ ଆଖିବୁଜିଥିଲେ ସୌମ୍ୟରଞ୍ଜନ I




