ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ପତ୍ନୀ ବିଦ୍ୟାଭାରତୀଙ୍କ ପତ୍ତା ମିଳୁନି
ପାରଳାଖେମୁଣ୍ଡି : ବହୁ ଚର୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭରତୀଙ୍କ ପତ୍ତା ପାଉନି ପୋଲିସ I ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ କୋର୍ଟ ୩ ଜଣଙ୍କ ବିରୋଧରେ ଏନବିଡବ୍ଲ୍ୟୁ (ଜାମିନ ବିହୀନ ପରୱାନା ) ଜାରି କରିଥିବାବେଳେ,ପତ୍ନୀ ବିଦ୍ୟାଭରଟି ପଣ୍ଡା ନିଖୋଜ ରହିଛନ୍ତି I ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଆଇଆଇସି ବିକ୍ରମ କେଶରୀ ଜେନାଙ୍କ କହିବା ଅନୁଯାୟୀ, ପାରଳାଖେମୁଣ୍ଡି ଏସ୍ଡିଜେଏମ୍ଙ୍କ ସମନ୍ ପରେ ପୁଲିସ ଟିମ୍ ୨ ଦିନ ପୂର୍ବେ ବିଦ୍ୟାଭାରତୀଙ୍କ କପ୍ତିପଦାସ୍ଥିତ […]
ପାରଳାଖେମୁଣ୍ଡି : ବହୁ ଚର୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭରତୀଙ୍କ ପତ୍ତା ପାଉନି ପୋଲିସ I ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ କୋର୍ଟ ୩ ଜଣଙ୍କ ବିରୋଧରେ ଏନବିଡବ୍ଲ୍ୟୁ (ଜାମିନ ବିହୀନ ପରୱାନା ) ଜାରି କରିଥିବାବେଳେ,ପତ୍ନୀ ବିଦ୍ୟାଭରଟି ପଣ୍ଡା ନିଖୋଜ ରହିଛନ୍ତି I ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଆଇଆଇସି ବିକ୍ରମ କେଶରୀ ଜେନାଙ୍କ କହିବା ଅନୁଯାୟୀ, ପାରଳାଖେମୁଣ୍ଡି ଏସ୍ଡିଜେଏମ୍ଙ୍କ ସମନ୍ ପରେ ପୁଲିସ ଟିମ୍ ୨ ଦିନ ପୂର୍ବେ ବିଦ୍ୟାଭାରତୀଙ୍କ କପ୍ତିପଦାସ୍ଥିତ ପୈତୃକ ବାସଭବନରେ ଚଢ଼ଉ କରିଥିଲା। ହେଲେ ତାଙ୍କର ପତ୍ତା ମିଳିନଥିଲା। ତାଙ୍କ ବାପା, ମାଙ୍କୁ ପଚରାଉଚରା କରାଯାଇଛି। ସେ ଯେଉଁସବୁ ସ୍ଥାନରେ ଥାଇପାରନ୍ତି, ସେଠାରେ ଚଢ଼ଉ ଜାରି ରହିଛି।
ବିଦ୍ୟାଭାରତୀ ଏବେ ବୈଶିଙ୍ଗା ଥାନା ନଡ଼ପୁର-ନୂଆଗାଁରେ ପ୍ରାଣୀଧନ ନିରୀକ୍ଷକ (ଏଲ୍ଆଇ) ଭାବେ କାର୍ଯ୍ୟରତ ଅଛନ୍ତି। ସେଠାରେ ଥାଇପାରନ୍ତି ବୋଲି ସନ୍ଦେହ କରି ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ପହଞ୍ଚିଛି ବୈଶିଙ୍ଗା ପୋଲିସ। ତେବେ ସେ ଛୁଟିରେ ଯାଇଥିବା ପୋଲିସକୁ ସୂଚନା ଦେଇଥିଲେ ତାଙ୍କ ଉପରିସ୍ଥ ଅଧିକାରୀ। ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ହେଲେ DFO ସଂଗ୍ରାମ ବେହେରା, ରୋଷେୟା ମନ୍ମଥ କୁମ୍ଭ I ଏମାନଙ୍କ ନାଁରେ NBW ଜାରି କରିଛନ୍ତି କୋର୍ଟ ।
ସୂଚନାନୁସାରେ,ଏସିଏଫ୍ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଥିବାବେଳେ ୨୦୨୧ ଜୁଲାଇ ୧୧ ତାରିଖ ରାତିରେ ସରକାରୀ ବାସଭବନରେ ସନ୍ଦେହଜନକ ଭାବେ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଥିଲେ। କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। କ୍ରାଇମବ୍ରାଞ୍ଚ ଏହାକୁ ଏକ ଦୁର୍ଘଟଣା ଦର୍ଶାଇ ଫାଇଲ ବନ୍ଦ କରିବାରୁ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରା, ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ପାରଳାଖେମୁଣ୍ଡି ଏସ୍ଡିଜେଏମଙ୍କ କୋର୍ଟରେରେ ଏକ ୱାନ ସିସି ପିଟିସନ୍ ଦାଏର କରିଥିଲେ।




