ନବବଧୂଙ୍କୁ ହତ୍ୟା ଅଭିଯୋଗ ,୪ ଜଣଙ୍କ ନାଁ ରେ ଏତଲା ଦେଲେ ଵାପଘର ଲୋକେ

ବାଲେଶ୍ୱର : ବାଲେଶ୍ୱର ସହଦେଵ ଖୁଣ୍ଟାରେ ଘଟିଛି ଏକ ଅଭାବନୀୟ ଘଟଣା I ଶାଶୁଘରୁ ମିଳିଲା ନବ ବଧୂଙ୍କ ଝୁଲନ୍ତା ମୃତଦେହ I ପୂର୍ବଦିନ ନବବଧୂ ଇତିଶ୍ରୀ ରାକ୍ଷୀ ବାନ୍ଧିବାକୁ ବାପ ଘରକୁ ଯାଇ ହସଖୁସିରେ ଫେରିଥିଲେ କିନ୍ତୁ ତା’ପର ଦିନ ଶାଶୁ ଘରେ କରିଛନ୍ତି ଆତ୍ମହତ୍ୟା I ନିଜ ଝିଅର ଏଭଳି ଅକସ୍ମାତ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବାପ ଘର ଲୋକେ I ତାଙ୍କ ଝିଅକୁ ହତ୍ୟା କରି ଆତ୍ମହତ୍ୟା ର ରୂପ […]

Samaya Live Picture
Published On

ବାଲେଶ୍ୱର : ବାଲେଶ୍ୱର ସହଦେଵ ଖୁଣ୍ଟାରେ ଘଟିଛି ଏକ ଅଭାବନୀୟ ଘଟଣା I ଶାଶୁଘରୁ ମିଳିଲା ନବ ବଧୂଙ୍କ ଝୁଲନ୍ତା ମୃତଦେହ I ପୂର୍ବଦିନ ନବବଧୂ ଇତିଶ୍ରୀ ରାକ୍ଷୀ ବାନ୍ଧିବାକୁ ବାପ ଘରକୁ ଯାଇ ହସଖୁସିରେ ଫେରିଥିଲେ କିନ୍ତୁ ତା’ପର ଦିନ ଶାଶୁ ଘରେ କରିଛନ୍ତି ଆତ୍ମହତ୍ୟା I ନିଜ ଝିଅର ଏଭଳି ଅକସ୍ମାତ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବାପ ଘର ଲୋକେ I ତାଙ୍କ ଝିଅକୁ ହତ୍ୟା କରି ଆତ୍ମହତ୍ୟା ର ରୂପ ଦିଆଯାଇଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି I

ଘଟନାନୁସାରେ, ୩ ବର୍ଷ ପୂର୍ବେ ସହଦେବଖୁଣ୍ଟାର କାର୍ତ୍ତିକ ପଣ୍ଡାଙ୍କ ପୁଅ ରାଜେଶ ପଣ୍ଡାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ବାଲେଶ୍ୱର ଗୋପାଳ ଗାଁ ର ଇତିଶ୍ରୀ ତିୱାରୀ । ବିବାହ ପରେ ସବୁକିଛି ଠିକ୍ ଠାକ୍ ଚାଲିଥିଲା ପୁଅ ବୋହୁଙ୍କ ଭିତରେ ସବୁ ଠିକଠାକ୍ ଥିଲା । କିନ୍ତୁ ମଝିରେ ମଝିରେ ତାଙ୍କ ବଡ଼ ଯା’ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା କଥା ଇତିଶ୍ରୀ ନିଜ ଘର ଲୋକଙ୍କୁ ଜଣାଇଥିଲେ I ଏହା ଭିତରେ ଦୁଇ ଦୁଇ ଥର ଗର୍ଭ ନଷ୍ଟ ହେବାପରେ ତାଙ୍କ ଯାଆ ଅକଥନୀୟ ମାନସିକ ନିର୍ଯାତନା ଦେଇଥିଲେ ବୋଲି ଇତିଶ୍ରୀ କହିଥିଲେ I ତେବେ ଗତ ବୁଧବାର ରାକ୍ଷୀ ପୂର୍ଣ୍ଣିମା ଥିବା ବେଳେ ଇତିଶ୍ରୀ ନିଜ ବାପ ଘରକୁ ଯାଇ ଭାଇମାନଙ୍କୁ ରାକ୍ଷୀ ବାନ୍ଧି ହସଖୁସିରେ ଘରକୁ ଫେରିଥିଲେ। ଗୁରୁବାର ଦିନ ତାଙ୍କ ଝିଅର ମୃତ୍ୟୁ ଖବର ବାପଘର ଲୋକେ ପାଇଥିଲେ I

ଝିଅ ଆତ୍ମହତ୍ୟା କରିଥିବା ଘଟଣାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ତାଙ୍କ ବାପଘର ଲୋକେ। ଶାଶୁ ଘର ଲୋକେ ଝିଅକୁ ମାରି ଟାଙ୍ଗି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଇତିଶ୍ରୀଙ୍କ ସୁଇସାଇଡାଲ ନୋଟକୁ ପୁଲିସ ଜବତ କରିଛି । ମାତ୍ର ତାଙ୍କ ଦେହର ବିଭିନ୍ନ ଜାଗାରେ କଟା ଦାଗ ଥିବାରୁ ତାଙ୍କୁ ହତ୍ୟା ପୂର୍ବରୁ ଏମିତି ଲେଖି ହତ୍ୟା କରାଯାଇଥିବା ବାପଘର ଲୋକେ ଅଭିଯୋଗ ଆଣିଛନ୍ତି। ସେମାନେ ଇତିଶ୍ରୀଙ୍କ ଦେଢଶୁର, ଭାଉଜ, ଶାଶୁ ଓ ଶଶୁରଙ୍କ ନାଁରେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ତାଙ୍କ ସ୍ୱାମୀଙ୍କୁ ବାନ୍ଧିଛି। ଯା’, ଦେଢଶୁର ଫେରାର ହୋଇ ଯାଇଛନ୍ତି।

Tags: