ଲାଞ୍ଚ ଦାବିର ପ୍ରମାଣ ନଥିଲେ ଅଭିଯୁକ୍ତ ଦୋଷୀ ନୁହେଁ,ହାଇକୋର୍ଟ

କଟକ: ଲାଞ୍ଚ ଦାବି ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ରାୟ I ଲାଞ୍ଚ ମାଗିବାନେଇ କୌଣସି ପ୍ରମାଣ ନଥିଲେ ଅଭି‌ଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ । ୨୦୦୭ ମସିହାରେ ଘଟିଥିବା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଆସିଥିବା ଦଣ୍ଡାଦେଶକୁ ରଦ୍ଦ କରିଛନ୍ତି I ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ନବରଙ୍ଗପୁର ଜିଲ୍ଲା ଖତିଗୁଡ଼ା ପ୍ରକଳ୍ପ ଡାକ୍ତରଖାନାରେ ଆସିଷ୍ଟାଣ୍ଟ ସର୍ଜନ ଭାବେ କାର୍ଯ୍ୟ କରୁଥିବା ବେଳେ ୧୯୯୮, ସେପ୍ଟେମ୍ବର ୧୪ରେ […]

Samaya Live Picture
Published On

କଟକ: ଲାଞ୍ଚ ଦାବି ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ରାୟ I ଲାଞ୍ଚ ମାଗିବାନେଇ କୌଣସି ପ୍ରମାଣ ନଥିଲେ ଅଭି‌ଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ । ୨୦୦୭ ମସିହାରେ ଘଟିଥିବା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଆସିଥିବା ଦଣ୍ଡାଦେଶକୁ ରଦ୍ଦ କରିଛନ୍ତି I

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ନବରଙ୍ଗପୁର ଜିଲ୍ଲା ଖତିଗୁଡ଼ା ପ୍ରକଳ୍ପ ଡାକ୍ତରଖାନାରେ ଆସିଷ୍ଟାଣ୍ଟ ସର୍ଜନ ଭାବେ କାର୍ଯ୍ୟ କରୁଥିବା ବେଳେ ୧୯୯୮, ସେପ୍ଟେମ୍ବର ୧୪ରେ ଗଜେନ୍ଦ୍ର ନାୟକଙ୍କ ନିକଟରୁ ୩ଶହ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ନିମ୍ନ ଅଦାଲତ ଆବେଦନକାରୀଙ୍କୁ ଦୁର୍ନୀତି ନିବାରଣ ଆଇନର ଧାରା ୭ ଓ ୧୩(୨),୧୩(୧)(ଡି)ରେ ଦୋଷୀ ସାବ୍ୟସ୍ତ କରି ୧ ବର୍ଷ ଜେଲ ଓ ୩ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ଦଣ୍ଡାଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ମାମଲାରେ ଦର୍ଶାଯାଇଥିଲା ଯେ ଚିକିତ୍ସା ପାଇଁ ଲାଞ୍ଚ ମାଗିବା ନେଇ କୌଣସି ପ୍ରମାଣ ସାକ୍ଷ୍ୟ ଗ୍ରହଣ ସମୟରେ ମିଳି ନଥିଲା। ଲାଞ୍ଚ ଦାବି ଓ ଗ୍ରହଣ ନେଇ ଉପଯୁକ୍ତ ତଥ୍ୟ ପ୍ରମାଣ ନଥିବା ବେଳେ ନିମ୍ନ ଅଦାଲତଙ୍କ ରାୟ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସତ୍ୟସ୍ମୃତି ମହାନ୍ତି ମାମଲା ପରିଚାଳନା କରୁଥିଲେ। ଆସିଷ୍ଟାଣ୍ଟ ସର୍ଜନଙ୍କ ବିରୋଧରେ ଲାଞ୍ଚ ଦାବି ଦିଗ ପ୍ରମାଣିତ କରିବା ପାଇଁ ଉପଯୁକ୍ତ ପ୍ରମାଣ ନଥିବା ଦର୍ଶାଇ ହାଇକୋର୍ଟ ବ୍ରହ୍ମ ପୁର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ୨୦୦୭ ମାର୍ଚ୍ଚ ୨୨ର ଦଣ୍ଡାଦେଶକୁ ରଦ୍ଦ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ନିମ୍ନ ଅଦାଲତ ଆବେଦନକାରୀଙ୍କୁ ଦୁର୍ନୀତି ନିବାରଣ ଆଇନର ଧାରା ୭ ଓ ୧୩(୨), ୧୩(୧)(ଡି)ରେ ଦୋଷୀ ସାବ୍ୟସ୍ତ କରି ୧ ବର୍ଷ ଜେଲ ଓ ୩ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ଦଣ୍ଡାଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ମାମଲାରେ ଦର୍ଶାଯାଇଥିଲା ଯେ ଚିକିତ୍ସା ପାଇଁ ଲାଞ୍ଚ ମାଗିବା ନେଇ କୌଣସି ପ୍ରମାଣ ସାକ୍ଷ୍ୟ ଗ୍ରହଣ ସମୟରେ ମିଳି ନଥିଲା। ଲାଞ୍ଚ ଦାବି ଓ ଗ୍ରହଣ ନେଇ ଉପଯୁକ୍ତ ତଥ୍ୟ ପ୍ରମାଣ ନଥିବା ବେଳେ ନିମ୍ନ ଅଦାଲତଙ୍କ ରାୟ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସତ୍ୟସ୍ମୃତି ମହାନ୍ତି ମାମଲା ପରିଚାଳନା କରୁଥିଲେ।

Tags: