ଏସସିବି ଲଜ୍ଜା ବହିଷ୍କୃତ ହେଲେ ଅଭିଯୁକ୍ତ ଡାକ୍ତର

କଟକ : କଟକ ଏସସିବି ଦୁଷ୍କର୍ମ ଘଟଣା । ବିଦା ହେଲେ ଅଭିଯୁକ୍ତ ଡାକ୍ତର । ଦୁଇ ମହିଳା ରୋଗୀଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂହ ଠାକୁରଙ୍କୁ ଗିରଫ କରାଯିବା ପରେ ଏବେ ତାଙ୍କୁ ହସ୍ପିଟାଲରୁ ବହିଷ୍କୃତ କରାଯାଇଛି। ଗତକାଲି ଏସ୍‌‌ସିବି ମେଡିକାଲ କଲେଜର କାଉନସିଲ ବୈଠକ ଡକାଯାଇଥିଲା। ଏଥିରେ ମେଡିକାଲର ସମସ୍ତ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଦୀର୍ଘ ସମୟ ଧରି ବିଚାରବିମର୍ଶ କରାଯିବା ପରେ ଡାକ୍ତର ଦିଲବାଗଙ୍କୁ ବହିଷ୍କୃତ କରିବା ପାଇଁ […]

Samaya Live Picture
Published On

କଟକ : କଟକ ଏସସିବି ଦୁଷ୍କର୍ମ ଘଟଣା । ବିଦା ହେଲେ ଅଭିଯୁକ୍ତ ଡାକ୍ତର । ଦୁଇ ମହିଳା ରୋଗୀଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂହ ଠାକୁରଙ୍କୁ ଗିରଫ କରାଯିବା ପରେ ଏବେ ତାଙ୍କୁ ହସ୍ପିଟାଲରୁ ବହିଷ୍କୃତ କରାଯାଇଛି। ଗତକାଲି ଏସ୍‌‌ସିବି ମେଡିକାଲ କଲେଜର କାଉନସିଲ ବୈଠକ ଡକାଯାଇଥିଲା। ଏଥିରେ ମେଡିକାଲର ସମସ୍ତ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଦୀର୍ଘ ସମୟ ଧରି ବିଚାରବିମର୍ଶ କରାଯିବା ପରେ ଡାକ୍ତର ଦିଲବାଗଙ୍କୁ ବହିଷ୍କୃତ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଥିବା ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

ଡାକ୍ତର ଦିଲବାଗଙ୍କୁ ବହିଷ୍କାର କରିବା ନିମନ୍ତେ ଡିଏମଇଟି ଡାକ୍ତର ସନ୍ତୋଷ ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ଡିଏମଇଟିଙ୍କ ନେତୃତ୍ୱରେ ତିନି ଜଣିଆ କମିଟି ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଡିଏମଇଟି ଏସସିବି ଅଧ୍ୟକ୍ଷଙ୍କୁ ଚିଠି କରିଥିଲେ। ଶୁକ୍ରବାର ମେଡିକାଲ କଲେଜର କାଉନସିଲର ଜରୁରୀ ବୈଠକ ବସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସୂଚନାନୁସାରେ,ଗତ ସପ୍ତାହରେ ଦୁଇ ମହିଳା ରୋଗୀ ଏସସିବିର ହୃଦରୋଗ ବିଭାଗକୁ ଯାଇଥିବା ବେଳେ ଡାକ୍ତର ଦିଲବାଗ୍‌‌ ସିଂହ ଠାକୁର ଚିକିତ୍ସା ବାହାନାରେ ଉଭୟଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୀଡିତାଙ୍କ ସମ୍ପର୍କୀୟ ଏସସିବି ମେଡିକାଲରେ ପାଠ ପଢୁଥିବାରୁ ଏ ସମ୍ପର୍କରେ ଜାଣିବା ପରେ ଅଭିଯୁକ୍ତ ଡାକ୍ତରଙ୍କୁ ପ୍ରବଳ ମାଡ ମରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଗତ ୧୧ ତାରିଖରେ ମଙ୍ଗଳାବାଗ ଥାନାରେ ଏନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି କମିଶନରେଟ ପୁଲିସ ମାମଲା ରୁଜୁ କରି ଡାକ୍ତର ଦିଲବାଗ ସିଂହଙ୍କୁ ଗିରଫ କରିଥିଲା।

Tags: