ଚାକିରି ଦେବା ଆଳରେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ

ସୋର : ଚାକିରି କରାଇ ଦେବାର ଆଳରେ ବଡ଼ ଧରଣର ଠକେଇ I ବଡ଼ ବଡ଼ ପଦ ପଦବୀରେ ଚାକିରୀ କରାଇ ଦେବାକୁ କହି ୨୨ ଜଣଙ୍କ ପାଖରୁ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକିନେଲା ଧୂର୍ତ୍ତ ଠକ I ଏଭଳି ଘଟଣା ଘଟିଛି ବାଲେଶ୍ୱର ସୋର ଅଞ୍ଚଳରେ I ଘଟଣା ଜଣାପଡିବା ପରେ ଧୂର୍ତ୍ତ ଠକ ରମେଶ ଚନ୍ଦ୍ର ପାଢ଼ୀଙ୍କୁ ସୋର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନାନୁସାରେ, ସୋର ଥାନା ମାଣତ୍ରୀ ପଞ୍ଚାୟତ […]

Samaya Live Picture
Published On

ସୋର : ଚାକିରି କରାଇ ଦେବାର ଆଳରେ ବଡ଼ ଧରଣର ଠକେଇ I ବଡ଼ ବଡ଼ ପଦ ପଦବୀରେ ଚାକିରୀ କରାଇ ଦେବାକୁ କହି ୨୨ ଜଣଙ୍କ ପାଖରୁ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକିନେଲା ଧୂର୍ତ୍ତ ଠକ I ଏଭଳି ଘଟଣା ଘଟିଛି ବାଲେଶ୍ୱର ସୋର ଅଞ୍ଚଳରେ I ଘଟଣା ଜଣାପଡିବା ପରେ ଧୂର୍ତ୍ତ ଠକ ରମେଶ ଚନ୍ଦ୍ର ପାଢ଼ୀଙ୍କୁ ସୋର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନାନୁସାରେ, ସୋର ଥାନା ମାଣତ୍ରୀ ପଞ୍ଚାୟତ ମାଣତ୍ରୀ ଗ୍ରାମର ରମେଶ ଚନ୍ଦ୍ର ପାଢ଼ୀ ଗତ ୨୦୧୯ରେ ସୋର ଥାନା ସାଜନପୁର ପଞ୍ଚାୟତ ଚପରପଦା ଗ୍ରାମର ସଞ୍ଜୟ କୁମାର ପଣ୍ଡା ଓ ତାଙ୍କର ୨୨ ଜଣ ସାଥୀଙ୍କ ସହିତ ପାଖାପାଖି ୫୦ ଜଣଙ୍କୁ ବ୍ୟାଙ୍କ ତଥା ଅନ୍ୟ ସରକାରୀ ଅଫିସ୍ରେ ଉଚ୍ଚ ପଦରେ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ପ୍ରତ୍ୟେକଙ୍କଠାରୁ ୩ଲକ୍ଷ ଲେଖାଏଁ ଟଙ୍କା ନେଇଥିଲେ। ଖାଲି ଚାକିରି ନୁହେଁ କେତେବେଳେ ନିଜକୁ ମୁଖ୍ୟ ଶାସନ ସଚିବଙ୍କ ସମ୍ପର୍କିୟ ତ ପୁଣି କେତେବେଳେ ଜିଲ୍ଲାପାଳଙ୍କ ପାଖ ଲୋକ କହି ଫେକ୍ ଚିଠି ବି ଦେଖାଉଥିଲା। ହାଇକୋର୍ଟର ଫେକ୍ ଅର୍ଡର ଦେଖାଇ ବିଶ୍ବାସଭାଜନ ହୋଇଥିଲା ।

ଏଇଭଳି ଭାବରେ କିଛିଦିନ ପରେ ଚାକିରୀ ମିଳିବାର କୌଣସି ସୂଚନା ନ ମିଳିବାରୁ ସଞ୍ଜୟ ଓ ତାଙ୍କର ସାଥୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ଏ ବାବଦରେ କୌଣସି ବିଜ୍ଞାପନ ଆସି ନ ଥିବା ବ୍ୟାଙ୍କ ପକ୍ଷରୁ ସୂଚନା ପାଇଥିଲେ। ସଞ୍ଜୟଙ୍କ ସମେତ ଅନ୍ୟ ୨୨ ଜଣ ଯୁବକ ଠକାମୀର ଶିକାର ହୋଇଥିବା ନେଇ ପ୍ରଥମେ ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା (ନଂ.୩୬୦/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ରମେଶଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ତାଙ୍କୁ ଭଦ୍ରକ ଅଞ୍ଚଳରୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟଚାଲାଣ କରିଛି। ପଚରାଉଚରା କରିବା ପରେ ପୋଲିସ ଜାଣିବାକୁ ପାଇଥିଲା କି ଏହି ମହା ଠକର ଶିକ୍ଷାଗତ ଯୋଗ୍ୟତା ୫ମ ଥିବାବେଳେ, ସେ ପାଖାପାଖି ୨ କୋଟି ୧୬ ଲକ୍ଷ ଟଙ୍କା ଠକି ନେଇଥିବା ଜାଣିବାକୁ ପାଇଥିଲା ।
ସେହିଭଳି ୨୦୧୫ରେ କିରୋସିନ ଡିଲରଶିପ କରାଇଦେବାର ଆଳ ଦେଖାଇ ରମେଶ ୫୮ ଲକ୍ଷ ଟଙ୍କା ଠକିଥିବା ସୋର ଅଞ୍ଚଳର ସୁଶାନ୍ତ କୁମାର ଦାସ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୁକ୍ତ ରମେଶଙ୍କ ନାମରେ ସୋର ଥାନାରେ ୯ଟି ଓ କେନ୍ଦୁଝର ଟାଉନ ଥାନାରେ ଗୋଟିଏ ଠକେଇ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Tags: