ରାଜଧାନୀରୁ ଅପହୃତ କ୍ୟାବ ମାଲିକ ଯାଜପୁରରୁ ଉଦ୍ଧାର
ଭୁବନେଶ୍ୱର : ଗତକାଲି ଭୁବନେଶ୍ୱର ପାତ୍ରପଡ଼ାରୁ ଅପହୃତ କ୍ୟାବ ଡ୍ରାଇଭର ଯାଜପୁରରୁ ଉଦ୍ଧାର I ତେବେ ଅପହୃତ ଜଣଙ୍କ ଡ୍ରାଇଭର ନୁହେଁ କାର ମାଲିକ ବୋଲି ଜଣI ପଡିଛି I ତାଙ୍କ ନାଁ ଶଙ୍କର୍ଷଣ ଦାସ ନୁହେଁ ପିଣ୍ଟୁ ସାହୁ I ଅପହରଣ ଘଟଣାରେ ସଂପୃକ୍ତ ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖିଛି ପୁଲିସ। ସେମାନଙ୍କ ନିକଟରୁ ଅପହରଣରେ ବ୍ୟବହୃତ କାର ଏବଂ ଗୋଟିଏ ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଛି I ଘଟଣାରୁ ଜଣାପଡିଛି,ପିଣ୍ଟୁ ସାହୁଙ୍କ […]
ଭୁବନେଶ୍ୱର : ଗତକାଲି ଭୁବନେଶ୍ୱର ପାତ୍ରପଡ଼ାରୁ ଅପହୃତ କ୍ୟାବ ଡ୍ରାଇଭର ଯାଜପୁରରୁ ଉଦ୍ଧାର I ତେବେ ଅପହୃତ ଜଣଙ୍କ ଡ୍ରାଇଭର ନୁହେଁ କାର ମାଲିକ ବୋଲି ଜଣI ପଡିଛି I ତାଙ୍କ ନାଁ ଶଙ୍କର୍ଷଣ ଦାସ ନୁହେଁ ପିଣ୍ଟୁ ସାହୁ I ଅପହରଣ ଘଟଣାରେ ସଂପୃକ୍ତ ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖିଛି ପୁଲିସ। ସେମାନଙ୍କ ନିକଟରୁ ଅପହରଣରେ ବ୍ୟବହୃତ କାର ଏବଂ ଗୋଟିଏ ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଛି I
ଘଟଣାରୁ ଜଣାପଡିଛି,ପିଣ୍ଟୁ ସାହୁଙ୍କ ଘର ଖଣ୍ଡଗିରି ପାତ୍ରପଡା ସ୍ଥିତ କୃଷ୍ଣ ବିହାର କ୍ୱିଞ୍ଜଲ ଗାର୍ଡେନ ଆପାର୍ଟମେଣ୍ଟରେ I ସେ ଗତ ଗୁରୁବାର ରାତି ୮ ତବେଳେ ନିଜ କୁକୁରକୁ ଧରି ଗେଟ ବାହାରେ ବୁଲାଉଥିବାବେଳେ ଅପହରଣକାରୀ ମାନେ ତାଙ୍କୁ ଏକ କାରରେ ଜୋର ଜବରଦସ୍ତ ଉଠାଇ ନେଇ ଯାଇଥିଲେ I ପରେ ପିଣ୍ଟୁ ସାହୁଙ୍କୁ ମାଡ଼ ମାରି ରକ୍ତାକ୍ତ କରି ପତ୍ନୀଙ୍କୁ ଭିଡିଓ କଲ୍ କରି ୧୦ ଳକ୍ଷ ଟଙ୍କା ମାଗିଥିଲେ । ଏନେଇ ଶଙ୍କର୍ଷଣଙ୍କ ପତ୍ନୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ଟିମ୍ ଗଠନ କରି ପିଣ୍ଟୁଙ୍କୁ ଖୋଜିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଥିଲା।
ଖଣ୍ଡଗିରି ଥାନା ପୋଲିସ ପ୍ରଥମେ ପିଣ୍ଟୁଙ୍କ ଡ୍ରାଇଭର ଲକିଙ୍କୁ ଉଠାଇ ଆଣି ପଚରା ଉଚରା କରିଥିଲା I କାରଣ ଲକି ହିଁ ପ୍ରଥମେ ଥାନାରେ ଅପହରଣ ଅଭିଯୋଗ କରିଥିଲା I ଏହାପରେ ପିଣ୍ଟୁ ସାହୁଙ୍କ ସ୍ତ୍ରୀ ଅପହରଣକାରୀଙ୍କୁ ଯେଉଁ ଆକାଉଣ୍ଟ ନମ୍ବରରେ ୨ ଲକ୍ଷ ଟଙ୍କା ପଠାଇଥିଲେ ତାହା ଉପରେ ପୋଲିସ ଅନୁସନ୍ଧାନ ଚଳାଇଥିଲା I ଏହି ଆକାଉଣ୍ଟ ନମ୍ବର ଧର୍ମଶାଳା ଅଂଚଳରେ ଥିବା ଏକ ଘରୋଇ ବ୍ୟାଙ୍କର ବୋଲି ଜଣା ପଡିଥିଲା I ଏହି ଆଧାରରେ ପୋଲିସ ଅନୁସନ୍ଧାନ କରି ଯାଜପୁର ଆରୁହାରୁ ପିଣ୍ଟୁଙ୍କୁ ଉଦ୍ଧାର କରିପାରିଛି I
ପୁଲିସ୍ ସୂଚନା ଅନୁଯାୟୀ, ପିଣ୍ଟୁଙ୍କ ନାଁରେ ପୂର୍ବରୁ ଗଞ୍ଜେଇ ଚୋରାଚାଲାଣ ଓ ବନ୍ଧୁକ କାରବାର ନେଇ ଖଣ୍ଡଗିରି ଏବଂ ତମାଣ୍ଡୋ ଥାନାରେ ଏକାଧିକ ମାମଲା ରହିଛି। ଏପରିକି ପୂର୍ବରୁସେ ଗିରଫ ବି ହୋଇଛନ୍ତି I ତାଙ୍କୁ ଉଦ୍ଧାର କରିବା ପରେ ଖଣ୍ଡଗିରି ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରି ଘଟଣାର ତଦନ୍ତ କରୁଛି I




