ଭିଜିଲାନ୍ସ ଜାଲରେ ଅବକାରୀ ନିରୀକ୍ଷକ

ବାଲୁଗାଁ : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଲେ । ବାଲୁଗାଁ ଅବକାରୀ ASI ସୁଦୀପ୍ତ ଦାଶ I ଆଜି ସକାଳେ ସୁଦୀପ୍ତଙ୍କ ନୟାଗଡ଼ ସ୍ଥିତ ବାସଭବନ, ତାଙ୍କ ଭଡ଼ା ଘର ଓ ବାଲୁଗାଁରେ ଥିବା ଭଡ଼ା ଘର ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୪ଜଣ ଡିଏସପି ଓ ୬ ଇନ୍ସପେକ୍ଟର ସାମିଲ ହୋଇଛନ୍ତି। ସୁଦୀପ୍ତ ଆୟ ବହିର୍ଭୂତ ସଂପତ୍ତି ଠୁଳ କରୁଥିବା ନେଇ ପୂର୍ବରୁ ଭିଜିଲାନ୍ସ ରେ […]

Samaya Live Picture
Published On

ବାଲୁଗାଁ : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଲେ । ବାଲୁଗାଁ ଅବକାରୀ ASI ସୁଦୀପ୍ତ ଦାଶ I ଆଜି ସକାଳେ ସୁଦୀପ୍ତଙ୍କ ନୟାଗଡ଼ ସ୍ଥିତ ବାସଭବନ, ତାଙ୍କ ଭଡ଼ା ଘର ଓ ବାଲୁଗାଁରେ ଥିବା ଭଡ଼ା ଘର ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୪ଜଣ ଡିଏସପି ଓ ୬ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।

ସୁଦୀପ୍ତ ଆୟ ବହିର୍ଭୂତ ସଂପତ୍ତି ଠୁଳ କରୁଥିବା ନେଇ ପୂର୍ବରୁ ଭିଜିଲାନ୍ସ ରେ ଅଭିଯୋଗ ହେଇ ଆସୁଥିଲା I ଭିଜିଲାନ୍ସ ଏହି ଘଟଣାର ତଦନ୍ତ କରି ଆଜି ସୁଦୀପ୍ତଙ୍କ ଘରେ ଚଢ଼ାଉ କରିଛି। ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସର୍ବମୋଟ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ I

Tags: