ଏକତରଫା ପ୍ରେମରୁ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା କଲା ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର : ଏକତରଫା ପ୍ରେମରୁ ବିଭତ୍ସ ହତ୍ୟା । ଜଣେ ଯୁବତୀଙ୍କୁ ଅଫିସରେ ଛୁରି ଭୁସି ହତ୍ୟା ସିକ୍ୟୁରିଟି ଗାର୍ଡ। ଘଟଣା ଘଟିଛି ଭୁବନେଶ୍ୱର ମ଼ଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀରେ । ମୃତକ ହେଲେ ବୈଜୟନ୍ତୀ ସାହୁ । ତାଙ୍କ ଘର ଜଗତସିଂହପୁର ନାଉଗାଁରେ I ଏହି ହତ୍ୟା ଘଟଣାରେ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ରମେଶ ବାରିକ ଫେରାର ହୋଇ ଯାଇଥିବାବେଳେ,ତାଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ କରିଛି କମିସନରେଟ ପୋଲିସ I ସୂଚନାନୁସାରେ,ଗତ କିଛିଦିନ ପୂର୍ବେ, ଜିଜିପି […]

Samaya Live Picture
Published On

ଭୁବନେଶ୍ୱର : ଏକତରଫା ପ୍ରେମରୁ ବିଭତ୍ସ ହତ୍ୟା । ଜଣେ ଯୁବତୀଙ୍କୁ ଅଫିସରେ ଛୁରି ଭୁସି ହତ୍ୟା ସିକ୍ୟୁରିଟି ଗାର୍ଡ। ଘଟଣା ଘଟିଛି ଭୁବନେଶ୍ୱର ମ଼ଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀରେ । ମୃତକ ହେଲେ ବୈଜୟନ୍ତୀ ସାହୁ । ତାଙ୍କ ଘର ଜଗତସିଂହପୁର ନାଉଗାଁରେ I ଏହି ହତ୍ୟା ଘଟଣାରେ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ରମେଶ ବାରିକ ଫେରାର ହୋଇ ଯାଇଥିବାବେଳେ,ତାଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ କରିଛି କମିସନରେଟ ପୋଲିସ I

ସୂଚନାନୁସାରେ,ଗତ କିଛିଦିନ ପୂର୍ବେ, ଜିଜିପି କଲୋନୀରେ ଥିବା ଫାୟାର ସେଫ୍ଟିରେ ରିସେପସନିଷ୍ଟ ଭାବେ ଚାକିରୀ କରୁଥିଲେ I ଏହାପରେ ସେଠାରେ ଡିଉଟି କରୁଥିବା ସିକ୍ୟୁରିଟି ଗାର୍ଡ ତାଙ୍କୁ ଏକତରଫା ପ୍ରେମ କରୁଥିଲେ। କିନ୍ତୁ ବୈଜୟନ୍ତୀ ତାଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସେବେଠାରୁ ସଂପୃକ୍ତ ସିକ୍ୟୁରିଟି ଗାର୍ଡ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ। ଗତ ମଙ୍ଗଳବାର ରଥଯାତ୍ରା ଦିନ ରମେଶ ବାରିକ ବୈଜୟନ୍ତୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ତାଙ୍କ ପେଟରେ ଗଭୀର କ୍ଷତ ଲାଗିଥିଲା । ପ୍ରଥମେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଯାଇଥିଲା । ପରେ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏ ନେଇ କମ୍ପାନୀ ପକ୍ଷରୁ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

Tags: