ଯୁବକଙ୍କ ଉନ୍ମତ୍ତ କାଣ୍ଡ,ଚଳନ୍ତା ବସ୍ ଭିତରେ ଯାତ୍ରୀଙ୍କୁ ଆକ୍ରମଣ

ପୁରୀ : ଚଳନ୍ତା ଓଏସଆରଟିସି ବସ ଭିତରେ ପଶି ଯାତ୍ରୀଙ୍କୁ ହାଣିଲେ ଯୁବକ । ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ୪ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ପୁରୀ ଜିଲ୍ଲା କଣାସ ହରଷପଡାରୁ ସତ୍ୟବାଦୀ ଶୁକଳକୁ ଯାଉଥିଲା ବସ । ବିନ୍ଧନ ଛକ ନିକଟରେ ଏହିକାଣ୍ଡ ଘଟିଥିଲା । ଅଭିଯୁକ୍ତ ତପନ ଭୋଇଙ୍କୁ ପୁଲିସ କାବୁ କରିଛି । ଉତ୍ୟକ୍ତ ଲୋକଙ୍କ ମାଡରେ ସେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କଣାସ ଗୋଷ୍ଠୀ […]

ଯୁବକଙ୍କ ଉନ୍ମତ୍ତ କାଣ୍ଡ,ଚଳନ୍ତା ବସ୍ ଭିତରେ ଯାତ୍ରୀଙ୍କୁ ଆକ୍ରମଣ
Samaya Live Picture
Published On

ପୁରୀ : ଚଳନ୍ତା ଓଏସଆରଟିସି ବସ ଭିତରେ ପଶି ଯାତ୍ରୀଙ୍କୁ ହାଣିଲେ ଯୁବକ । ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ୪ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ପୁରୀ ଜିଲ୍ଲା କଣାସ ହରଷପଡାରୁ ସତ୍ୟବାଦୀ ଶୁକଳକୁ ଯାଉଥିଲା ବସ । ବିନ୍ଧନ ଛକ ନିକଟରେ ଏହିକାଣ୍ଡ ଘଟିଥିଲା । ଅଭିଯୁକ୍ତ ତପନ ଭୋଇଙ୍କୁ ପୁଲିସ କାବୁ କରିଛି । ଉତ୍ୟକ୍ତ ଲୋକଙ୍କ ମାଡରେ ସେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଘଟଣାସ୍ଥଳରେ କଣାସ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ତପନ ବିରୁଦ୍ଧରେ ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି ।

Tags: