ପାରିବାରିକ କଳହର ଉଗ୍ରରୂପ ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା

ମୟୂରଭଞ୍ଜ :ପାରିବାରିକ କଳହରୁ ସ୍ତ୍ରୀକୁ କଟୁରିରେ ହାଣିହତ୍ୟା କଲା ସ୍ୱାମୀ I ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଗାଁରେ I ମୃତକ ହେଲେ ପାର୍ବତୀ ଟୁଡୁ ଓ ହତ୍ୟାକାରୀ ସ୍ୱାମୀ ଜଣକ ଜିତୁ ଟୁଡୁ ବୋଲି ଜଣା ପଡିଛି I ସୂଚନାନୁସାରେ,ନଳଗଜା ଗାଁରେ ଜିତୁ ଓ ପାର୍ବତୀଙ୍କ ମଧ୍ୟରେ ଗତକାଲି କୌଣସି କଥାକୁ ନେଇ ବଚସା ହୋଇଥିଲା I ତେବେ ବଚସା କ୍ରମେ ଉଗ୍ର ରୂପ ନେବାରୁ ଜିତୁ […]

Samaya Live Picture
Published On

ମୟୂରଭଞ୍ଜ :ପାରିବାରିକ କଳହରୁ ସ୍ତ୍ରୀକୁ କଟୁରିରେ ହାଣିହତ୍ୟା କଲା ସ୍ୱାମୀ I ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଗାଁରେ I ମୃତକ ହେଲେ ପାର୍ବତୀ ଟୁଡୁ ଓ ହତ୍ୟାକାରୀ ସ୍ୱାମୀ ଜଣକ ଜିତୁ ଟୁଡୁ ବୋଲି ଜଣା ପଡିଛି I

ସୂଚନାନୁସାରେ,ନଳଗଜା ଗାଁରେ ଜିତୁ ଓ ପାର୍ବତୀଙ୍କ ମଧ୍ୟରେ ଗତକାଲି କୌଣସି କଥାକୁ ନେଇ ବଚସା ହୋଇଥିଲା I ତେବେ ବଚସା କ୍ରମେ ଉଗ୍ର ରୂପ ନେବାରୁ ଜିତୁ ଘରେ ଥିବା ଏକ କଟୁରିରେ ପାର୍ବତୀଙ୍କ ବେକକୁ ଚୋଟ ପରେ ଚୋଟ ମାରିଚାଲିଥିଲା I ଏଥିରେ ଘଟଣାସ୍ଥଳରେ ପାର୍ବରୀଙ୍କ ମୃତ୍ୟୁ ଘଟିଥିଲା I ହତ୍ୟାକାଣ୍ଡ ଘଟାଇବା ପରେ ଜିତୁ ଫେରାର ହେବାକୁ ଚେଷ୍ଟା କରୁଥିବା ସମୟରେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଥିଲେ I ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୋଲିସ ପହଁଚି ଜିତୁଙ୍କୁ ଅଟକ ରଖିବା ସହିତ ଘଟଣାର ତଦନ୍ତ ଜାରି ରଖିଛି I

Tags: