ଘର ସାମ୍ନାରେ ମହିଳାଙ୍କୁ ହାଣୀ ହତ୍ୟା

କେନ୍ଦୁଝର : ଡାହାଣୀ ସନ୍ଦେହରେ ମହିଳାଙ୍କୁ ବିଭତ୍ସ ହତ୍ୟା। ଗତକାଲି ବିଳମ୍ବିତ ରାତିରେ ଘରୁ ଘୋଷାଡି ନେଇ ଘର ସାମ୍ନାରେ ମହିଳାଙ୍କୁ ହତ୍ୟା କରିଛି ଦୁର୍ବୁତ୍ତ । ଏହି ଲୋମହର୍ଷଣ କାରୀ ହତ୍ୟା ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ନିଆଳିଝରଣ ଗାଁରେ । ମୃତ ମହିଳା ଜଣକ ହେଉଛନ୍ତି ସାଲକେ ହେମ୍ବ୍ରମ। ଗତ ସନ୍ଧ୍ୟାରେ ଗାଁରେ ଯାତ୍ରା ପାଇଁ ଭୋଜି ହୋଇଥିଲା। ଭୋଜି ଖାଇବାକୁ ସ୍ବାମୀ ମୋହନ ଏବଂ ଘରର ଅନ୍ୟ […]

Samaya Live Picture
Published On

କେନ୍ଦୁଝର : ଡାହାଣୀ ସନ୍ଦେହରେ ମହିଳାଙ୍କୁ ବିଭତ୍ସ ହତ୍ୟା। ଗତକାଲି ବିଳମ୍ବିତ ରାତିରେ ଘରୁ ଘୋଷାଡି ନେଇ ଘର ସାମ୍ନାରେ ମହିଳାଙ୍କୁ ହତ୍ୟା କରିଛି ଦୁର୍ବୁତ୍ତ । ଏହି ଲୋମହର୍ଷଣ କାରୀ ହତ୍ୟା ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ନିଆଳିଝରଣ ଗାଁରେ । ମୃତ ମହିଳା ଜଣକ ହେଉଛନ୍ତି ସାଲକେ ହେମ୍ବ୍ରମ। ଗତ ସନ୍ଧ୍ୟାରେ ଗାଁରେ ଯାତ୍ରା ପାଇଁ ଭୋଜି ହୋଇଥିଲା। ଭୋଜି ଖାଇବାକୁ ସ୍ବାମୀ ମୋହନ ଏବଂ ଘରର ଅନ୍ୟ ସଦସ୍ୟ ମାନେ ଯାଇଥିଲେ। ଘରେ କେଵେକ ମୃତା ସାଲକେ ଓ ଶାଶୁ ସୁମି ରହିଥିଲେ।

ଏହି ସମୟରେ ଏକ ଅଚିହ୍ନା ବ୍ୟକ୍ତି ଘରକୁ ଆସି ସାଲକେଙ୍କୁ ହାଣ୍ଡିଆ କିଣି ଆଣିଦେବାକୁ କହିଥିଲେ। ହେଲେ ସାଲକେ ମନା କରିବାରୁ ତାଙ୍କୁ ଘରୁ ପଦାକୁ ଘୋଷାଡି ନେଇ ଘର ସାମ୍ନାରେ ହତ୍ୟା କରିଥିବା କହିଛନ୍ତି ଶାଶୁ ସୁମି । ତେବେ ଏବାବଦରେ ପରିବାର କିମ୍ବା ମୃତକକ ସ୍ବାମୀଙ୍କ ତରଫରୁ ପୋଲିସକୁ କେହି କିଛି ଜଣାଇନଥିଲେ । ମୃତକଙ୍କ ଭାଇ ଘନଶ୍ୟାମ ଖଦୁପଦା ଗାଁରୁ ଆସି ଘସିପୁରା ପୋଲିସକୁ ଖବର କରିଥିଲେ। ଯାହାକି ସନ୍ଦେହ ସୃଷ୍ଟି କରିଛି । ଆନନ୍ଦପୁର ଏସଡିପିଓଙ୍କ ନେତୃତ୍ବରେ ପୋଲିସ୍ ଟିମ୍ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ତେବେ ଗାଁରେ କେହି ଘଟଣା ସମ୍ପର୍କରେ ମୁହଁ ଖୋଲୁ ନ ଥିବାରୁ ଡାହାଣୀ ସନ୍ଦେହରେ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

Tags: